ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌ରେ ଅଘଟଣ: ବାଇକ୍‌ ସହ ଜୀଅନ୍ତା ଜଳିଗଲେ ଯୁବକ

The Sakala Picture
Published On

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଅଘଟଣ ଘଟିଛି। ରାତି ପ୍ରାୟ ୧୨ଟା ବେଳେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍‌ ପୋଡ଼ି ଯାଇଥିବା ବେଳେ ଏହାର ଅଧଘଣ୍ଟା ପରେ ଠିକ୍‌ ସେହି ସ୍ଥାନରେ ରାସ୍ତା ଅପରପାର୍ଶ୍ବରେ ଆଉ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ହାଇୱା […]

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଅଘଟଣ ଘଟିଛି। ରାତି ପ୍ରାୟ ୧୨ଟା ବେଳେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍‌ ପୋଡ଼ି ଯାଇଥିବା ବେଳେ ଏହାର ଅଧଘଣ୍ଟା ପରେ ଠିକ୍‌ ସେହି ସ୍ଥାନରେ ରାସ୍ତା ଅପରପାର୍ଶ୍ବରେ ଆଉ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍‌ ଭାଙ୍ଗିରୁଜି ଯାଇଛି। ଏହି ଦୁର୍ଘଟଣାରେ ଟାଟା ଏସ୍‌ରେ ଥିବା ଚାଳକ ସମେତ ୩ ଜଣ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ହାଣ୍ଡିଶାଳରେ ଯୁଦ୍ଧର ପ୍ରଭାବ; ଲିଟର ପିଛା ୫ରୁ୧୦ ଟଙ୍କା ବଢ଼ିଲା ଖାଇବା ତେଲ ଦାମ୍

ମିଳିଥିବା ସୂଚନା ଅନୁସାରେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍‌ ଉପରେ ଜଣେ ଯୁବକ ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଏ ସଂପର୍କରେ ସେମାନେ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ୍‌ ଓ ଦମକଳବାହିନୀ କିଛି ସମୟ ଭିତରେ ସେଠାରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ପୁଲିସ ସହାୟତାରେ ମୃତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଆଜି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ତେବେ ଯୁବକଜଣଙ୍କ କିଏ?, ଏତେ ରାତିରେ ସେ କୁଆଡ଼େ ଯାଉଥିଲେ, ତାହା ଜଣାପଡିନାହିଁ। ଗାଡିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି।  ପୁଲିସ୍‌ ବାଇକ୍‌ର ଗାଡ଼ି ନମ୍ବରକୁ ଯାଞ୍ଚ କରି ଯୁବକଙ୍କ ସଂପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି। ଏହାସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରୁଛି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍‌ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ଅନ୍ୟପଟେ ରାସ୍ତାର ଅପରପାର୍ଶ୍ବରେ ଯାଉଥିବା ଯାନବାହାନଗୁଡ଼ିକ ଏହି ଦୁର୍ଘଟଣା ଦେଖି ଗାଡ଼ିର ଗତି ମନ୍ଥର କରି ଦେଇଥିଲେ। ଏକ ଟାଟା ଏସ୍‌ ଭୁବନେଶ୍ବରରୁ କଟକ ଆଡ଼କୁ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାକୁ ପଛପଟୁ ଧକ୍କା ଦେଇ ମଝିରେ ଥିବା ଲାଇଟ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଲାଇଟ୍‌ ଖୁଣ୍ଟଟି ଉପୁଡ଼ି ପଡ଼ିଥିଲା। ଅପରପକ୍ଷେ ଏହି ଦୁର୍ଘଟଣାରେ ଟାଟା ଏସ୍‌ରେ ଥିବା ଚାଳକଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଥିଲେ। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଇଛି।

27 Jun 2022 By The Sakala

ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌ରେ ଅଘଟଣ: ବାଇକ୍‌ ସହ ଜୀଅନ୍ତା ଜଳିଗଲେ ଯୁବକ

ଭୁବନେଶ୍ବର : ଭୁବନେଶ୍ୱର ଆଚାର୍ଯ୍ୟବିହାର ଫ୍ଲାଏ ଓଭରରେ ଅଘଟଣ । ୧୬ନମ୍ବର ଜାତୀୟ ରାଜପଥର ମହାରାଜା ହଲ୍‌ ନିକଟ ଆଚାର୍ଯ୍ୟବିହାର ଫ୍ଲାଏଓଭର୍‌‌‌ରେ ରବିବାର ବିଳମ୍ବିତ ରାତିରେ ଦୁଇ ଦୁଇଟି ଅଘଟଣ ଘଟିଛି। ରାତି ପ୍ରାୟ ୧୨ଟା ବେଳେ ରାଜପଥ ଉପରେ ଅତି ରହସ୍ୟଜନକ ଭାବେ ଜଣେ ଯୁବକ ଓ ତାଙ୍କ ବାଇକ୍‌ ପୋଡ଼ି ଯାଇଥିବା ବେଳେ ଏହାର ଅଧଘଣ୍ଟା ପରେ ଠିକ୍‌ ସେହି ସ୍ଥାନରେ ରାସ୍ତା ଅପରପାର୍ଶ୍ବରେ ଆଉ ଏକ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ହାଇୱା ଧକ୍କାରେ ଏକ ଟାଟା ଏସ୍‌ ଭାଙ୍ଗିରୁଜି ଯାଇଛି। ଏହି ଦୁର୍ଘଟଣାରେ ଟାଟା ଏସ୍‌ରେ ଥିବା ଚାଳକ ସମେତ ୩ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ରବିବାର ରାତି ପ୍ରାୟ ୧୨ଟା ୧୫ ବେଳେ ଫ୍ଲାଏଓଭର୍‌ ଉପରେ ଜଣେ ଯୁବକ ବାଇକ୍‌ ଉପରେ ପଡ଼ିଥିବା ବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଏହା ଦେଖି ଲୋକମାନେ ତାଙ୍କୁ ବାଇକ୍‌ ଉପରୁ ଘୋଷାଡ଼ି ଆଣିଥିଲେ। କିନ୍ତୁ ସେତେବେଳକୁ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା। ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡ଼ି ଯାଇଥିଲା। ଏ ସଂପର୍କରେ ସେମାନେ ସହିଦନଗର ଥାନାକୁ ଖବର ଦେବା ପରେ ପୁଲିସ୍‌ ଓ ଦମକଳବାହିନୀ କିଛି ସମୟ ଭିତରେ ସେଠାରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ନିଆଁକୁ ଆୟତ୍ତ କରିବା ସହ ପୁଲିସ ସହାୟତାରେ ମୃତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ଆଜି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି। ତେବେ ଯୁବକଜଣଙ୍କ କିଏ?, ଏତେ ରାତିରେ ସେ କୁଆଡ଼େ ଯାଉଥିଲେ, ତାହା ଜଣାପଡିନାହିଁ। ଗାଡିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି।  ପୁଲିସ୍‌ ବାଇକ୍‌ର ଗାଡ଼ି ନମ୍ବରକୁ ଯାଞ୍ଚ କରି ଯୁବକଙ୍କ ସଂପର୍କରେ ତଥ୍ୟ ହାସଲ କରିବାକୁ ଚେଷ୍ଟା ଚଳାଇଛି। ଏହାସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରୁଛି।

ଅପରପକ୍ଷେ, ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। କିଛି ଦୁର୍ବୃତ୍ତ ଯୁବକଙ୍କୁ ଅନ୍ୟତ୍ର ହତ୍ୟା କରି ଏଠାକୁ ଆଣିବା ପରେ ନିଛାଟିଆ ରାସ୍ତା ଦେଖି ଯୁବକଙ୍କୁ ବାଇକ୍‌ ଉପରେ ପକାଇ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ସବୁ ଦିଗକୁ ଟିକିନିଖି ଯାଞ୍ଚ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହି ମାମଲା ଅଧିକ ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

ଅନ୍ୟପଟେ ରାସ୍ତାର ଅପରପାର୍ଶ୍ବରେ ଯାଉଥିବା ଯାନବାହାନଗୁଡ଼ିକ ଏହି ଦୁର୍ଘଟଣା ଦେଖି ଗାଡ଼ିର ଗତି ମନ୍ଥର କରି ଦେଇଥିଲେ। ଏକ ଟାଟା ଏସ୍‌ ଭୁବନେଶ୍ବରରୁ କଟକ ଆଡ଼କୁ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ତାକୁ ପଛପଟୁ ଧକ୍କା ଦେଇ ମଝିରେ ଥିବା ଲାଇଟ୍‌ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଲାଇଟ୍‌ ଖୁଣ୍ଟଟି ଉପୁଡ଼ି ପଡ଼ିଥିଲା। ଅପରପକ୍ଷେ ଏହି ଦୁର୍ଘଟଣାରେ ଟାଟା ଏସ୍‌ରେ ଥିବା ଚାଳକଙ୍କ ସମେତ ୩ଜଣ ଗୁରୁତର ଆହତ ହୋଇଥିଲେ। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର