ବିଶ୍ୱ ପାଣିପାଗ ସଂସ୍ଥାର ସତର୍କବାଣୀ : ଓଡ଼ିଶା ଉପକୂଳରେ ବୃଦ୍ଧି ପାଉଛି ସମୁଦ୍ର ଜଳସ୍ତର, ଗୋପାଳପୁର-ପାରାଦୀପ-ଭଦ୍ରକ-ବାଲେଶ୍ୱର ପାଇଁ ବଡ଼ ଆହ୍ୱାନ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାଇଁ ବଢ଼଼ୁଛି ବିପଦ। ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି। ଅଧିକାଂଶ ଉପକୂଳିଆ ଜିଲ୍ଲା ଆଗକୁ ଜଳମଗ୍ନ ହେବାକୁ ଯାଉଛି। ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟର ଅନେକ ଉପକୂଳିଆ ଜିଲ୍ଲା ପାଇଁ ଆସନ୍ନ ବିପଦ ଚିନ୍ତା ବଢ଼଼ାଇଛି। ମୁଖ୍ୟତଃ ଗୋପାଳପୁର-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଆଦି ଉପକୂଳ ପାଇଁ ବଙ୍ଗୋପାସଗର ବଡ଼ ଆହ୍ୱାନ ନେଇ ଆସୁଛି। ୧୯୯୩-୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିଲିମିଟର ବୃଦ୍ଧି ହୋଇଛି। ମାତ୍ର ଭାରତ […]

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାଇଁ ବଢ଼଼ୁଛି ବିପଦ। ବଙ୍ଗୋପସାଗର ଉପକୂଳରେ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି। ଅଧିକାଂଶ ଉପକୂଳିଆ ଜିଲ୍ଲା ଆଗକୁ ଜଳମଗ୍ନ ହେବାକୁ ଯାଉଛି। ସମୁଦ୍ର ଜଳସ୍ତର ବୃଦ୍ଧି ଯୋଗୁ ରାଜ୍ୟର ଅନେକ ଉପକୂଳିଆ ଜିଲ୍ଲା ପାଇଁ ଆସନ୍ନ ବିପଦ ଚିନ୍ତା ବଢ଼଼ାଇଛି। ମୁଖ୍ୟତଃ ଗୋପାଳପୁର-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଆଦି ଉପକୂଳ ପାଇଁ ବଙ୍ଗୋପାସଗର ବଡ଼ ଆହ୍ୱାନ ନେଇ ଆସୁଛି। ୧୯୯୩-୨୦୨୧ ମଧ୍ୟରେ ବିଶ୍ୱରେ ସମୁଦ୍ର ଜଳସ୍ତର ୦.୮ ମିଲିମିଟର ବୃଦ୍ଧି ହୋଇଛି। ମାତ୍ର ଭାରତ ଉପକୂଳରେ ଗୋପାଳପୁରରୁ-ପାରାଦୀପ ଓ ଭଦ୍ରକ-ବାଲେଶ୍ୱର ଉପକୂଳରେ ଜଳସ୍ତର ଗୁରୁତର ଭାବେ ବୃଦ୍ଧି ହୋଇଛି। ଗୋପାଳପୁର-ପୁରୀ ଉପକୂଳରେ ଜଳସ୍ତର ପ୍ରାୟ ୫ ମିଲିମିଟର ବୃଦ୍ଧି ହୋଇଥିବା ବେଳେ ବାଲେଶ୍ୱର-ଭଦ୍ରକ ଉପକୂଳରେ ଏହା ପ୍ରାୟ ୨-୩ ମିଲିମିଟର ବୃଦ୍ଧି ହୋଇଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

ଯାହାର ପରିଣାମ ସ୍ୱରୂପ ଗଞ୍ଜାମ ଜିଲ୍ଲାର ପଡ଼ମପେଟା ଓ ଜଗତସିଂହପୁର ଜିଲ୍ଲାର ଶିଆଳୀ ଆଦିରେ ସମୁଦ୍ର ଅବକ୍ଷୟ ବଢ଼଼ି ଚାଲିଛି। ଆଗାମୀ ଦିନରେ ସମୁଦ୍ରର ଏଭଳି ଆଚରଣ ଆହୁରି ବଢ଼଼ିବା ସହିତ ଗଞ୍ଜାମ, ପୁରୀ ଜଗତସିଂହପୁର, ବାଲେଶ୍ୱର ଓ ଭଦ୍ରକ ଭଳି ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକ ପାଇଁ ବଡ଼ ବିପଦ ସାଜିବାର ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍‌‌ଓ) ପକ୍ଷରୁ ପ୍ରକାଶ ପାଇଥିବା ‘ବିଶ୍ୱ ଜଳ ପତ୍ତନ ବୃଦ୍ଧି ଓ ପ୍ରଭାବ’ ରିପୋର୍ଟରେ ଏହା ପ୍ରକାଶ ପାଇବା ପରେ ରାଜ୍ୟର ଏହି ଜିଲ୍ଲାଗୁଡ଼ିକ ପାଇଁ ଚିନ୍ତା ବଢ଼଼ିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆଣ୍ଟ୍ରାଟିକାରେ ବରଫ ଖଣ୍ଡ ତରଳିବାରେ ଲାଗିଛି। ଏହା ସମୁଦ୍ର ଜଳସ୍ତର ବୃଦ୍ଧି କରାଇବାରେ ବଡ଼ କାରଣ ସାଜିଛି। ଅନ୍ୟପଟେ ସମୁଦ୍ର ଅଞ୍ଚଳରେ ତାପମାତ୍ରା ଅଧିକ ରହିଲେ ସମୁଦ୍ର ଜଳ ଫୁଲିବା ଭଳି ରହୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷର ଅଧିକାଂଶ ସମୟରେ ସମୁଦ୍ର ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ଦକ୍ଷିଣ ଆଣ୍ଡାମାନ ସାଗରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଆଣ୍ଡାମାନ ସାଗରରେ ସମୁଦ୍ର ଜଳସ୍ତର ବୃଦ୍ଧି ସାଗଙ୍ଗକୁ ତାପମାତ୍ରା ଅଧିକ ରହୁଥିବାରୁ ଓଡ଼ିଶା ଉପକୂଳ ପାଇଁ ବଡ଼ ବିପଦ ସାଜିବ ବୋଲି ଆକଳନ କରାଯାଇଛି। କାରଣ ଏହି ସବୁ କାରକଗୁଡ଼ି ବାତ୍ୟାକୁ ସଂଗଠିତ କରାଇବା ଓ ଶକ୍ତିଶାଳୀ କରାଇବାରେ ସହାୟକ ହୋଇଥା’ନ୍ତି। ଯେହେତୁ ଆଣ୍ଡାମାନରେ ସୃଷ୍ଟି ହେଉଥିବା ଅଧିକାଂଶ ବାତ୍ୟା ଓଡ଼ିଶା ମୁହାଁ ହେଉଛି। ତେଣୁ ଆଗାମୀ ଦିନରେ ଓଡ଼ିଶା ଶକ୍ତିଶାଳୀ ବାତ୍ୟାଗୁଡ଼ିକର ସମ୍ମୁଖୀନ ହେବାର ଆଶଙ୍କା ବଢ଼଼ି ଯାଇଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ ସାଧାରଣତଃ ବାତ୍ୟା ସମୟରେ ସମୁଦ୍ର ପାଣି ମାଡ଼ି ଆସିବା ଯୋଗୁଁ ସର୍ବାଧିକ ଲୋକ ପ୍ରାଣ ହରାଇଥାନ୍ତି। ୧୯୯୯ ମହାବାତ୍ୟା ଓ ୧୯୭୧ରେ ବାଂଲାଦେଶରେ ମାଡ଼ ହୋଇଥିବା ‘ଭୋଲା’କୁ ଏହାର ଉଦାହରଣ ରୂପେ ନିଆଯାଇପାରେ। ଏହି ଦୁଇ ବାତ୍ୟାରେ ବହୁ ଲୋକ ସମୁଦ୍ର ଜଳ ମାଡ଼ି ଆସିବାରୁ ପ୍ରାଣ ହରାଇଥିଲେ। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେଉଛି। ଯେହେତୁ ସମୁଦ୍ର ଜଳସ୍ତର ବୃଦ୍ଧି ହେଉଛି, ଏହି ଶକ୍ତିଶାଳୀ ବାତ୍ୟାଗୁଡ଼ିକ ଆଗକୁ ଅଧିକ କ୍ଷତି ଘଟାଇବାର ଆଶଙ୍କା ସୃଷ୍ଟି କରୁଛି ବୋଲି ଶ୍ରୀ ଦାସ କହିଛନ୍ତି।

ସମୁଦ୍ର ଜଳପତ୍ତନ ବୃଦ୍ଧି ପାଉଥିବାରୁ ଆଗକୁ କୋଟିକୋଟି ଲୋକଙ୍କର ଧନଜୀବନ ନଷ୍ଟ ହେବ ବୋଲି ପୂର୍ବରୁ ଆଇପିସିସି ରିପୋର୍ଟରେ ଦର୍ଶାଯାଇଛି। ଏଥିଯୋଗୁଁ ଅନେକ ଲୋକ ବାସହରା ଓ ବୃତ୍ତିହରା ହେବେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଖାଦ୍ୟ ଉତ୍ପାଦନ ହ୍ରାସ ହେବା ସହ ଅନେକ ଅଞ୍ଚଳରେ ଖାଦ୍ୟ ସଂକଟ ସୃଷ୍ଟି ହେବ। ସୁନାମି, ଉପକୂଳୀୟ ବନ୍ୟା, ଉପକୂଳୀୟ ମୃତ୍ତିକା କ୍ଷୟ ଏବଂ ଜୁଆର ମାଡ଼ିଆସିବା ଭଳି ଘଟଣା ବୃଦ୍ଧି ବହୁଗୁଣିତ ହେବାର ଆଶଙ୍କା ରହିଛି। ଏମିତି କି ଓଡ଼ିଶାର ପାରାଦୀପ ସହର ସମୁଦ୍ର ଗର୍ଭରେ ଲୀନ ହୋଇଯିବା ନେଇ ମଧ୍ୟ ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର