ରାଜଧାନୀର ମହାବୀର ବସ୍ତି ନିକଟରୁ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାବୀର ବସ୍ତି ନିକଟରେ ଥିବା ଏକ ବନ୍ଦ ଘରୁ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବରମୁଣ୍ଡା ରୁଚିକା ମାର୍କେଟ ମହାବୀର ବସ୍ତି ନିକଟରେ ଘଟିଛି ଘଟଣା । ବନ୍ଦ ଘରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପାଇଁ ନେଇଛି । ଗତ ୧୦ -୧୨ ଦିନ ହେବ ମୃତ […]

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାବୀର ବସ୍ତି ନିକଟରେ ଥିବା ଏକ ବନ୍ଦ ଘରୁ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ବରମୁଣ୍ଡା ରୁଚିକା ମାର୍କେଟ ମହାବୀର ବସ୍ତି ନିକଟରେ ଘଟିଛି ଘଟଣା । ବନ୍ଦ ଘରୁ ଦୁର୍ଗନ୍ଧ ହେଉଥିବାରୁ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ପାଇଁ ନେଇଛି । ଗତ ୧୦ -୧୨ ଦିନ ହେବ ମୃତ ମହିଳା ଓ ଜଣେ ପୁରୁଷ ଏହି ଘରେ ଭଡା ନେଇଥିଲେ । ପ୍ରାୟ ପାଞ୍ଚ ଦିନ ହେବ ଘର ତାଲା ପଡ଼ିଥିଲା । ସୂଚନା ପାଇବା ପରେ ଭରତପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଶବକୁ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କର ବୟସ ପ୍ରାୟ ୧୯ ବର୍ଷ ହେବ। ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି । ମହିଳାଜଣକ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି ସେନେଇ ଅଧିକ ତଦନ୍ତ କରୁଛି ପୋଲିସ ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର