ଜି.ଉଦୟଗିରି ଥାନା ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା : ଥାନା ଅଧିକାରୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଲେ ପରିବାର ଲୋକେ

The Sakala Picture
Published On

ଜି.ଉଦୟଗିରି : ପୁଲିସ ବିଭାଗ ଭଳି ଏକ ସାହସୀ ବିଭାଗରେ କାର୍ଯ୍ୟ କରି ଜି. ଉଦୟଗିରି ଥାନାରେ ଜଣେ ମହିଳା ଏସଆଇଙ୍କ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା କନ୍ଧମାଳ ଜିଲ୍ଲାରେ ପୁଲିସ କର୍ମଚାରୀମାନଙ୍କ ସମେତ ଅଞ୍ଚଳବାସୀଙ୍କୁ ଚକିତ କରିଛି। ଜି.ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରା (୩୦) ଆଜି ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ […]

ଜି.ଉଦୟଗିରି : ପୁଲିସ ବିଭାଗ ଭଳି ଏକ ସାହସୀ ବିଭାଗରେ କାର୍ଯ୍ୟ କରି ଜି. ଉଦୟଗିରି ଥାନାରେ ଜଣେ ମହିଳା ଏସଆଇଙ୍କ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା କନ୍ଧମାଳ ଜିଲ୍ଲାରେ ପୁଲିସ କର୍ମଚାରୀମାନଙ୍କ ସମେତ ଅଞ୍ଚଳବାସୀଙ୍କୁ ଚକିତ କରିଛି। ଜି.ଉଦୟଗିରି ଥାନା ମହିଳା ଏସଆଇ ସ୍ୱାଗତିକା ବେହେରା (୩୦) ଆଜି ବେକରେ ଓଢ଼ଣି ଲଗାଇ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିବା ସହ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ୍‌ ପ୍ରସଙ୍ଗ: 'ଡବଲ ଇଞ୍ଜିନ ସରକାର ଓଡ଼ିଶାବାସୀଙ୍କ ଅଧିକାରକୁ ଅପହରଣ କରିଛି'

ମୃତ ଏସଆଇ ସ୍ୱାଗତିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ। କିନ୍ତୁ କେଉଁ ପରିସ୍ଥିତି ପାଇଁ ସ୍ୱାଗତିକା ଏତେ ବଡ଼ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ସେ ସବୁ ବେଳେ ଗୁମ୍ସୁମ୍ ରହୁଥିବା ଦେଖିବାକୁ ମିଳୁଥିଲା। କିଛିଦିନ ତଳେ ମହିଳା ମହାବିଦ୍ୟାଳୟରେ ଅତିଥି ଭାବେ ଯୋଗଦେଇ କିଭଳି ସେ ସଂଘର୍ଷ କରି ଏହି ଷ୍ଟେଜରେ ପହଞ୍ଚିଛନ୍ତି ଉଦାହରଣ ଦେଇ କହୁଥିବା ସେହି ସାହସୀ ମହିଳା ଏହିଭଳି ପଦକ୍ଷେପ ନେବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଜନତା। ଏସପି ବିନିତ୍ ଅଗ୍ରୱାଲ ଜି.ଉଦୟଗିରି ଥାନାକୁ ଆସି ଘଟଣା ସଂପର୍କରେ ଏସଡିପିଓ ଏବଂ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରି ସବୁ ଦିଗରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବନ୍ୟା ପାଣିରେ ଭାସି ଖବରକାଗଜ ବିକ୍ରେତା ନିଖୋଜ

ଅନ୍ୟପଟେ ମୃତ ମହିଳା ଏସଆଇଙ୍କ ବଡ ଭାଇ ମନୋରଞ୍ଜନ ବେହେରା ଏବଂ ମା’ ଉଷାରାଣୀ ବେହେରା ଏସଡିପିଓଙ୍କ ସହିତ ଆଲୋଚନା କରିଛନ୍ତି। ପରେ ସେମାନେ ଜି.ଉଦୟଗିରି ଥାନାରେ ପହଞ୍ଚି ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି ଯେ ସ୍ୱାଗତିକା ସବୁବେଳେ ମାନସିକ ଚାପରେ ରହୁଥିଲେ ,ସବୁବେଳେ କାନ୍ଦୁଥିଲେ, ଚାକିରି ଛାଡି ଦେବି ବୋଲି କହୁଥିଲେ, ଆଉ ବଞ୍ଚିବିନି  ବୋଲି କହୁଥିଲେ। ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ ସମ୍ପୂର୍ଣ୍ଣ ଭାବେ ଥାନା ଅଧିକାରୀ ଦାୟୀ ବୋଲି ପରିବାର ଲୋକ କହିଛନ୍ତି। ଥାନା ଅଧିକାରୀ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଥିବା ବେଳେ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି। ଶୁକ୍ରବାର ଆମେ ଶେଷଥର ପାଇଁ କଥା ହୋଇଥିବା ବେଳେ ଆଜି ସକାଳୁ ଫୋନ ରିଗଂ ହୋଇଥିଲେ ମଧ୍ୟ ଉଠାଇନଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। ଆମେ ନ୍ୟାୟ ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରୁଛୁ ବୋଲି ପରିବାର ଲୋକ କହିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅନ୍ୟପକ୍ଷରେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ପ୍ରତିକ୍ରିୟା ଦେଇ କହିଛନ୍ତି, ସ୍ଥାନୀୟ ଥାନାର ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାରେ ଏସପି ଆସି ଅନୁଧ୍ୟାନ କରି ଯାଇଛନ୍ତି। ତଦନ୍ତ ଆରମ୍ଭ ହୋଇଛି। ସ୍ୱାଗତିକାଙ୍କ ଭାଇ ଏବଂ ମା ମୋତେ ଦେଖା କରିଛନ୍ତି। କୌଣସି ଅଭିଯୋଗ ମୁଁ ପାଇନି। ଯଦି କିଛି ଲିଖିତ ଅଭିଯୋଗ ପାଏ, ତାହାହେଲେ ତା ଆଧାରରେ ତଦନ୍ତ ହେବ ଏବଂ ଯିଏ ଦୋଷୀ ସେ ଦଣ୍ଡ ପାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର