୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

The Sakala Picture
Published On

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର ଖାଲିଗାଁ ରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଗାଁ ମଝିରେ ଯାଇଥିବା ଜୀବନ୍ତ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତରଙ୍ଗିନୀ ରଣା(୫୫) । ସୂଚନା ଅନୁସାରେ, ଆଜି ଖାଲିଗାଁର ତରଙ୍ଗିନୀ ରଣା(୫୫) ନଳକୂପକୁ ପାଣି ନେଇଯାଉଥିବା ବେଳେ ତାଙ୍କ ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ସେ ତାରରେ ଗୁଡେଇ ହୋଇ ମୃତ୍ୟୁ […]

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ପଦ୍ମନପୁର ପଞ୍ଚାୟତର ଖାଲିଗାଁ ରେ ଆଜି ଏକ ଅଭାବନୀୟ ଅଘଟଣ ଘଟିଛି। ଗାଁ ମଝିରେ ଯାଇଥିବା ଜୀବନ୍ତ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତରଙ୍ଗିନୀ ରଣା(୫୫) ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସୂଚନା ଅନୁସାରେ, ଆଜି ଖାଲିଗାଁର ତରଙ୍ଗିନୀ ରଣା(୫୫) ନଳକୂପକୁ ପାଣି ନେଇଯାଉଥିବା ବେଳେ ତାଙ୍କ ଉପରେ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ସେ ତାରରେ ଗୁଡେଇ ହୋଇ ମୃତ୍ୟୁ ବରଣ କରିଥିଲେ। ଏହା ପରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ବାରମ୍ବାର ଗ୍ରାମବାସୀ ଦୀର୍ଘ ଦିନରୁ ଏହି ବିଦ୍ୟୁତ ତାରକୁ ହଟାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଗ୍ରାମବାସୀଙ୍କ କଥାକୁ କର୍ଣ୍ଣପାତ କରିନଥିବାରୁ ଆଜି ଏପରି ଏକ ଅଘଟଣ ଘଟିଲା। ବିଦ୍ୟୁତ ବିଭାଗର ଖମଖିଆଲ ମାନଭାଵ ଯୋଗୁଁ ଏହା ଘଟିଥିବାରୁ ବିଦ୍ୟୁତ ବିଭାଗର ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀ ନଆସିବା ପର୍ଯ୍ୟନ୍ତ ଶବକୁ ଛାଡ଼ିବୁ ନାହିଁ ବୋଲି ଗ୍ରାମବାସୀ ଆଡି ବାସିଥିଲେ।ଘଟଣାସ୍ଥଳରେ ଜହ୍ନାପଙ୍କ ଫାଣ୍ଡିର ଏଏସ୍ଆଇ ସୁବାଷ ଚନ୍ଦ୍ର ମିଶ୍ର ପହଂଚି ଲାକଙ୍କୁ ବୁଝାସୁଝା କରିଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର