୨୫ କି ୫୦ ନୁହେଁ, ମା’ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ଶତାବ୍ଦୀ ଯାଏଁ ଓଡିଶାବାସୀଙ୍କ ସେବା କରିବ ବିଜେଡି : ନବୀନ ପଟ୍ଟନାୟକ

The Sakala Picture
Published On

ପୁରୀ :  ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଆଜି ବିଜୁ ଜନତା ଦଳ ପୁରୀରେ ୨୬ […]

ପୁରୀ :  ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଆଜି ବିଜୁ ଜନତା ଦଳ ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ଦଳୀୟକର୍ମୀ ଓ ନେତାଙ୍କୁ ଆହ୍ବାନ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମୁଁ ସବୁବେଳେ କହି ଆସିଛି ଯେ, ଯଦି ମାଆମାନେ ଶକ୍ତିଶାଳୀ ହୁଅନ୍ତି, ପରିବାରଗୁଡ଼ିକ ଶକ୍ତିଶାଳୀ ହେବେ, ଯଦି ମାଆମାନେ ଶକ୍ତିଶାଳୀ, ରାଜ୍ୟ ଶକ୍ତିଶାଳୀ ହେବ, ଯଦି ମାଆମାନେ ଶକ୍ତିଶାଳୀ, ଦେଶ ଶକ୍ତିଶାଳୀ ହେବ। ମା ମାନେ ଆଗକୁ ଆସି ବିଭିନ୍ନ ଦାୟିତ୍ବ ନିଅନ୍ତୁ।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

୨୦୦୦ ମସିହାରେ ଓଡିଶାର ଲୋକମାନେ ଆମକୁ ଆଶୀର୍ବାଦ ଦେଇ ସରକାର ଗଠନ କରିବା ପାଇଁ ଦାୟିତ୍ବ ଦେଇଥିଲେ। ଆମେ ମଧ୍ୟ ଲୋକମାନଙ୍କ ଆଶୀର୍ବାଦ ପାଇବା ପରେ ସେମାନଙ୍କ ପାଇଁ କାମ କରିଚାଲିଛୁ। ଆମର ପ୍ରାଥମିକତା ହେଉଛି ଆମର ମାତାମାନଙ୍କ ସଶକ୍ତିକରଣ । ଆମେ  ଦୃଢ ଭାବରେ ବିଶ୍ବାସ କରୁ ଯେ ଆମର ମାତାମାନଙ୍କର ବିକାଶ ଓଡିଶାକୁ ଆହୁରି ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ମହିଳା ସଶକ୍ତିକରଣରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ସବୁବେଳେ ମା ମାନଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇ ବିଭିନ୍ନ ପଦକ୍ଷେପ ନେଉଛୁ। ଆଗକୁ ମଧ୍ୟ ନେବୁ। ଏବେ ଆମେ ୨୫ ବର୍ଷ ପୂରଣ କରିଛୁ, ଯଦି ମା ମାନଙ୍କ ଆଶୀର୍ବାଦ ଆମ ଉପରେ ଏପରି ରହିବ ତେବେ ବିଜେଡି ୨୫ କି ୫୦ ନୁହେଁ ,ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ  ଓଡ଼ିଶାବାସୀ ଦୀର୍ଘ ବର୍ଷ ସେବା କରିବାକୁ ବିଜେଡିକୁ ସୁଯାେଗ ଦେଇଛନ୍ତି । ଏ ସୁଯାେଗ ଦେଇଥିବାରୁ ଦଳ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ବିଜେଡି ପାଇଁ ବଡ଼ ପୁଞ୍ଜି । ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯାେଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା, ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି ତାହା ସାରା ବିଶ୍ବ ଜାଣିଛି । ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦାେଳନରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି । ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

26 Dec 2022 By The Sakala

୨୫ କି ୫୦ ନୁହେଁ, ମା’ମାନଙ୍କ ଆଶୀର୍ବାଦ ରହିଲେ ଆଗାମୀ ଶତାବ୍ଦୀ ଯାଏଁ ଓଡିଶାବାସୀଙ୍କ ସେବା କରିବ ବିଜେଡି : ନବୀନ ପଟ୍ଟନାୟକ

ପୁରୀ :  ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ସହ ରାଜ୍ୟକୁ ବିକାଶ ପଥରେ ନେବା ଲକ୍ଷ୍ୟ ନେଇ ବିଜୁ ଜନତା ଦଳ ପ୍ରତିଷ୍ଠା ହୋଇଥିଲା। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି ଇତି ମଧ୍ୟରେ ୨୫ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଛି। କୌଣସି ରାଜନୈତିକ ଦଳ ପାଇଁ ଏହା ବହୁତ ବଡ଼ ଉପଲବ୍ଧି । ଏହି କ୍ରମରେ ଆଜି ବିଜୁ ଜନତା ଦଳ ପୁରୀରେ ୨୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଏବଂ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପୂର୍ଣ୍ଣ ପ୍ରାଣରେ ସମର୍ପିତ ସେବା କାର୍ଯ୍ୟ ଜାରି ରଖିବା ପାଇଁ ଦଳୀୟକର୍ମୀ ଓ ନେତାଙ୍କୁ ଆହ୍ବାନ ଜଣାଇଛନ୍ତି।

ପୁରୀଠାରେ ଆୟୋଜିତ ଉତ୍ସବରେ ନୂଆବର୍ଷର ଶୁଭକାମନା ଜଣାଇବା ସହିତ ଉଦବୋଧନ ଦେଇ ବିଜେଡି ସୁପ୍ରିମୋ କହିଛନ୍ତି, ଆପଣମାନେ ଆଦିବାସୀ, ଦଳିତ, ଚାଷୀ ଓ ମହିଳାମାନଙ୍କ ପାଇଁ ଭଲ କାମ କରନ୍ତୁ। ଓଡ଼ିଶାରେ ମାଆମାନଙ୍କୁ ମିଶନଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି। ମୁଁ ସବୁବେଳେ କହି ଆସିଛି ଯେ, ଯଦି ମାଆମାନେ ଶକ୍ତିଶାଳୀ ହୁଅନ୍ତି, ପରିବାରଗୁଡ଼ିକ ଶକ୍ତିଶାଳୀ ହେବେ, ଯଦି ମାଆମାନେ ଶକ୍ତିଶାଳୀ, ରାଜ୍ୟ ଶକ୍ତିଶାଳୀ ହେବ, ଯଦି ମାଆମାନେ ଶକ୍ତିଶାଳୀ, ଦେଶ ଶକ୍ତିଶାଳୀ ହେବ। ମା ମାନେ ଆଗକୁ ଆସି ବିଭିନ୍ନ ଦାୟିତ୍ବ ନିଅନ୍ତୁ।

୨୦୦୦ ମସିହାରେ ଓଡିଶାର ଲୋକମାନେ ଆମକୁ ଆଶୀର୍ବାଦ ଦେଇ ସରକାର ଗଠନ କରିବା ପାଇଁ ଦାୟିତ୍ବ ଦେଇଥିଲେ। ଆମେ ମଧ୍ୟ ଲୋକମାନଙ୍କ ଆଶୀର୍ବାଦ ପାଇବା ପରେ ସେମାନଙ୍କ ପାଇଁ କାମ କରିଚାଲିଛୁ। ଆମର ପ୍ରାଥମିକତା ହେଉଛି ଆମର ମାତାମାନଙ୍କ ସଶକ୍ତିକରଣ । ଆମେ  ଦୃଢ ଭାବରେ ବିଶ୍ବାସ କରୁ ଯେ ଆମର ମାତାମାନଙ୍କର ବିକାଶ ଓଡିଶାକୁ ଆହୁରି ଆଗକୁ ନେଇଯିବ। ସେଥିପାଇଁ ମିଶନ ଶକ୍ତି ମହିଳା ସଶକ୍ତିକରଣରେ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଆମେ ସବୁବେଳେ ମା ମାନଙ୍କ ଉନ୍ନତିକୁ ଅଗ୍ରାଧିକାର ଦେଇ ବିଭିନ୍ନ ପଦକ୍ଷେପ ନେଉଛୁ। ଆଗକୁ ମଧ୍ୟ ନେବୁ। ଏବେ ଆମେ ୨୫ ବର୍ଷ ପୂରଣ କରିଛୁ, ଯଦି ମା ମାନଙ୍କ ଆଶୀର୍ବାଦ ଆମ ଉପରେ ଏପରି ରହିବ ତେବେ ବିଜେଡି ୨୫ କି ୫୦ ନୁହେଁ ,ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସେବା କରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ  ଓଡ଼ିଶାବାସୀ ଦୀର୍ଘ ବର୍ଷ ସେବା କରିବାକୁ ବିଜେଡିକୁ ସୁଯାେଗ ଦେଇଛନ୍ତି । ଏ ସୁଯାେଗ ଦେଇଥିବାରୁ ଦଳ ରାଜ୍ୟବାସୀଙ୍କ ନିକଟରେ ଋଣୀ । ରାଜ୍ୟବାସୀଙ୍କ ଆସ୍ଥା ଓ ଭରସା ବିଜେଡି ପାଇଁ ବଡ଼ ପୁଞ୍ଜି । ଆମ ସ୍ବପ୍ନର ଓଡ଼ିଶା ଗଠନରେ ସମସ୍ତେ ସହଯାେଗ କରନ୍ତୁ। ଓଡ଼ିଶା ଅତୀତରେ କେଉଁଠି ଥିଲା, ଏବେ ରାଜ୍ୟ ବିକାଶରେ କେଉଁଠି ପହଞ୍ଚିଛି ତାହା ସାରା ବିଶ୍ବ ଜାଣିଛି । ବିଜେଡି ଏବେ ଆଉ ଦଳ ନୁହଁ ଏକ ସାମାଜିକ ଆନ୍ଦାେଳନରେ ପରିଣତ ହୋଇଛି ବୋଲି ନବୀନ କହିଛନ୍ତି । ଓଡ଼ିଶାର ଉନ୍ନତି ସହ ସ୍ବଚ୍ଛ ଓ ନିର୍ମଳ ଶାସନ ବିଜେଡିର ଏକମାତ୍ର ଏଜେଣ୍ଡା ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

https://www.thesakala.in/latest-odisha-news/with-the-blessings-of-our-mothers-biju-janata-dal-will-serve-the-people-of-odisha-for-a-century/article-17654
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର