ସ୍ୱାମୀ ଥାଇବି ୧୭ ମହିଳାଙ୍କ ନାଁରେ ରହିଛି ବିଧବା ଭତ୍ତା, ସ୍ୱାମୀ ବି ପାଉଛନ୍ତି ଭୂତ ଭତ୍ତା
ଆଳି : ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକରର ଯୋଜନା ପ୍ରଣୟନ କରିଛନ୍ତି।ସେଥିମଧ୍ୟରୁ ଯେଉଁ ମହିଳାଙ୍କ ସ୍ୱାମୀ ମରିଯାଇଥାଏ ସେ କ୍ଷେତ୍ରରେ ମହିଳା ର ଭରଣ ପୋଷଣ ନିମନ୍ତେ ସରକାର ବିଧବା ଭତ୍ତା ପ୍ରଣୟନ କରିଛନ୍ତି।କିନ୍ତୁ ବିଧବା ନହୋଇ କେମିତି ସଧବା ପାଉଛନ୍ତି ବିଧବା ଭତ୍ତା, ଏମିତି ଏକ ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳିବ୍ଲକ ଅଧୀନ ନଦୀ ନାଳ ଘେରା ଦିପାନ୍ତ ଅଞ୍ଚଳ ଏକମାଣୀଆ ପଞ୍ଚାୟତରୁ, ଏଠି ଗୋଟିଏ ନୁହେଁକି ଦୁଇଟା […]
ଏଠାରେ ପଞ୍ଚାୟତର ସରପଞ୍ଚ, ପିଇଓ, ଜିଆରଏସ ସରକାରଙ୍କ ଯୋଜନା ସୁଚାରୁ ରୂପେ ବଣ୍ଟନରେ ଅନିୟମିତତା କରିଥିବା ଜଣାପଡୁଛି। ଏଠି ମାଷ୍ଟର ମାଇଣ୍ଡ କିଏ ବ୍ଲକ ପ୍ରଶ୍ୱାସନ ଏ ସମ୍ପର୍କରେ ଅବଗତ ନା ଅନିୟମିତତାରେ ଲିପ୍ତ ତାହା ତଦନ୍ତ କରିବା ପରେ ଜଣାପଡିବ। ଏ ନେଇ ପଞ୍ଚାୟତର ବିଧବା ଭତ୍ତା ପାଉଥିବା ସଧବା ମହିଳାଙ୍କ କହିବା ଅନୁଯାୟୀ ଭତ୍ତା ପାଉଛନ୍ତି କିନ୍ତୁ ଏହା ବିଧବା ଭତ୍ତା ବୋଲି ଜାଣିନଥିଲେ। ସ୍ୱାମୀ ଥାଉ ଥାଉ ଯଦି ବିଧବା ଭତ୍ତା ଦିଆଯାଏ ତେବେ ସେ ଭତ୍ତା ଦରକାର ନାହି॥ ଯିଏ ବି ଏ କାର୍ଯ୍ୟ କରିଛି ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆଉମଧ୍ୟ ପଞ୍ଚାୟତର ସରପଞ୍ଚଙ୍କ ଶଶୁର ଜୀବିତ ଥାଇ ଶାଶୁ ମୁଖ ବିଶ୍ବାଳ ପାଉଛନ୍ତି ବିଧବା ଭତ୍ତା, ଆଉ ମଧ୍ୟ ଖୁଡୁତାସୂର୍ ଆନନ୍ଦ ବଞ୍ଚି ଥିବା ବେଳେ ସରସ୍ଵତୀ ବିଶ୍ବାଳ ବିଧବା ଭତ୍ତା ପାଉଛନ୍ତି।
ଏପରି ସତର ଜଣ ସଧବା ମହିଳା ପାଇଚାଲିଛନ୍ତି ବିଧବା ଭତ୍ତା । କିଛିଦିନ ପୁର୍ବେ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇ ବିଧବା ସରସ୍ଵତୀ ବେହେରା ଅସହାୟ ହୋଇପଡ଼ିଥିବା ବେଳେ ବିଧବା ଭତ୍ତା ତାଙ୍କ ପାଇଁ ସାତସପନ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିବା ଦୁଇ ମହିଳା ଯଦି ବିଧବା ଭତ୍ତା ପାଉଛନ୍ତି ତେବେ ତାଙ୍କ ସ୍ୱାମୀ ଯେଉଁ ଭତ୍ତା ପାଉଛନ୍ତି ତାହା କି ଭତ୍ତା ବାର୍ଦ୍ଧକ୍ୟ ଭତ୍ତା ତା ଭୁତ ଭତ୍ତା। ଏ ନେଇ ଆଳି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥଲେ ମଧ୍ୟ ସମ୍ଭବପର ହୋଇପାରିନାହିଁ।