ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକ୍ସନ ମୋଡ୍‌ରେ ରାଜ୍ୟ ସରକାର

The Sakala Picture
Published On

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି କଣ ରହିଛି ଏବଂ ନିଆଁ ଲିଭାଇବା ପାଇଁ କଣ ପଦକ୍ଷେପ ନିଆଯାଉଛି ତାହାର ସର୍ବିଶେଷ ତଥ୍ୟ ଜଣାଇବା ପାଇଁ ସମସ୍ତ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି। ଏନେଇ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଏଫଓଙ୍କୁ ଚିଠି ଦିଆଯାଇଛି।  କେମିତି ଅଛି ଜଙ୍ଗଲ, ନିଆଁକୁ […]

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି କଣ ରହିଛି ଏବଂ ନିଆଁ ଲିଭାଇବା ପାଇଁ କଣ ପଦକ୍ଷେପ ନିଆଯାଉଛି ତାହାର ସର୍ବିଶେଷ ତଥ୍ୟ ଜଣାଇବା ପାଇଁ ସମସ୍ତ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୪୭,୬୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ଏନେଇ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଏଫଓଙ୍କୁ ଚିଠି ଦିଆଯାଇଛି।  କେମିତି ଅଛି ଜଙ୍ଗଲ, ନିଆଁକୁ ନେଇ ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ।  ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ବସ୍ତୃତ ରିପୋର୍ଟ ଦେବେ ଡିଏଫଓ ।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଅଘଟଣ: ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି

ଆହୁରି ପଢ଼ନ୍ତୁ: ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡସ-୨୦୨୬ରେ ସମ୍ମାନିତ ହେଲା ମୟୂରଭଞ୍ଜର ‘ଇନଫୋକ୍ରିଏଟିଭ୍‌ସ’

ଅନ୍ୟପକ୍ଷେ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମରେ ନିଜର ବିବୃତ୍ତି ଦେଇଛନ୍ତି । ମନ୍ତ୍ରୀ ଆଜି ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା । ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି । ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୪୦ ଗାଡିକୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁରେ  ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଏଣେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍ ଡକ୍ଟର ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଏହି କମିଟି ଗଠିତ ହୋଇଛି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୯ଜଣ ସଦସ୍ୟ ଅଛନ୍ତି। ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫ୍ଆରଇ ଡିଜିଙ୍କ ପ୍ରତିନିଧି,ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ। ଏହି ଟାସ୍କ ଫୋର୍ସ କମିଟି ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ। ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ୟ୍ୟାନୁଷ୍ଠାନ ନେବ ଏହି କମିଟି।

08 Mar 2021 By The Sakala

ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଆକ୍ସନ ମୋଡ୍‌ରେ ରାଜ୍ୟ ସରକାର

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ରାଜ୍ୟ ସରକାର ଆକ୍ସନ ମୋଡକୁ ଆସିଛନ୍ତି। ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁର ସ୍ଥିତି କଣ ରହିଛି ଏବଂ ନିଆଁ ଲିଭାଇବା ପାଇଁ କଣ ପଦକ୍ଷେପ ନିଆଯାଉଛି ତାହାର ସର୍ବିଶେଷ ତଥ୍ୟ ଜଣାଇବା ପାଇଁ ସମସ୍ତ ଡିଏଫଓଙ୍କୁ ନିର୍ଦେଶ ଦିଆଯାଇଛି।

ଏନେଇ ଆଜି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଡିଏଫଓଙ୍କୁ ଚିଠି ଦିଆଯାଇଛି।  କେମିତି ଅଛି ଜଙ୍ଗଲ, ନିଆଁକୁ ନେଇ ପ୍ରତିଦିନ ରିପୋର୍ଟ ଦେବେ ସମସ୍ତ ଡିଏଫଓ।  ପ୍ରତିଦିନ ସନ୍ଧ୍ୟା ୬ଟା ସୁଦ୍ଧା ରିପୋର୍ଟ ଦେବାକୁ ସମସ୍ତ ଡିଏଫଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିଆଁ କେଉଁଠି ଲାଗିଛି, ସ୍ଥିତି କ’ଣ ଅଛି କ’ଣ ପଦକ୍ଷେପ ନିଆଯାଇଛି, ଏନେଇ ବସ୍ତୃତ ରିପୋର୍ଟ ଦେବେ ଡିଏଫଓ ।

ଅନ୍ୟପକ୍ଷେ ଶିମିଳିପାଳରେ ଲାଗିଥିବା ନିଆଁକୁ ନେଇ ଆଜି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗଣମାଧ୍ୟମରେ ନିଜର ବିବୃତ୍ତି ଦେଇଛନ୍ତି । ମନ୍ତ୍ରୀ ଆଜି ଏନେଇ ମନ୍ତବ୍ୟ ଦେଇ କହିଛନ୍ତି ଶିମିଳିପାଳରେ ଏକ ହଜାର ଚାରିଶହ ପଏଣ୍ଟରେ ନିଆଁ ଲାଗିଥିଲା । ଆଉ ଏହାକୁ ଆୟତ୍ତ କରିବା ପାଇଁ ୧୧୭୫ ଜଣଙ୍କୁ ନିୟୋଜିତ କରାଯାଇଛି । ୨୯୫ଟି ଅଗ୍ନି ନିର୍ବାପକ ଯନ୍ତ୍ର ଯୋଗାଇ ଦିଆଯାଇଛି । ୩୫୯୧ କିଲୋମିଟର ଫାଇଲ ଲାଇନ ତିଆରି କରାଯାଇଛି । ୭ ଅଫିସରଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ୪୦ ଗାଡିକୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାର ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁରେ  ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ, ସମସ୍ତେ ଠିକ୍ ଅଛନ୍ତି । ସରକାର ସଚେତନ ଅଛନ୍ତି, ବିରୋଧୀ ଦଳ ପକ୍ଷରୁ ଆସିଥିବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଏଣେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ପୂର୍ବତନ ପିସିସିଏଫ୍ ଡକ୍ଟର ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି ଟାସ୍କଫୋର୍ସ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଏହି କମିଟି ଗଠିତ ହୋଇଛି। ଏଥିରେ ଅଧ୍ୟକ୍ଷଙ୍କ ସମେତ ୯ଜଣ ସଦସ୍ୟ ଅଛନ୍ତି। ଏଥିରେ ସ୍ଥାନ ପାଇଥିବା ସଦସ୍ୟମାନେ ହେଲେ ଜିତେନ୍ଦ୍ର କୁମାର, ଶଶୀ ପାଲ, ପଙ୍କଜ ଅଗ୍ରୱାଲ, ଡେରାଡୁନର ଆଇସିଏଫ୍ଆରଇ ଡିଜିଙ୍କ ପ୍ରତିନିଧି,ଏନଆରଏସସିର ଫରେଷ୍ଟ ଆଣ୍ଡ ଇକୋଲୋଜିର ମୁଖ୍ୟ, ପିକେ ମଲ୍ଲିକ, ଜେ କେ ପାଣିଗ୍ରାହୀ ଓ ବିଜୟ ଅଗ୍ରୱାଲ। ଏହି ଟାସ୍କ ଫୋର୍ସ କମିଟି ଅତ୍ୟାଧୁନିକ ଉପାୟରେ ନିଆଁ ଲିଭାଯିବା ଏବଂ ଅଗ୍ନିକାଣ୍ଡର କାରଣ ଖୋଜିବ। ଜୈବ୍ୟ ବିବିଧତା ଓ ବନ୍ୟ ପ୍ରାଣୀଙ୍କ କ୍ଷତି ନେଇ ଅନୁଧ୍ୟାନ କରି କାର୍ୟ୍ୟାନୁଷ୍ଠାନ ନେବ ଏହି କମିଟି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର