ଆଜି ୧୨ ଜିଲ୍ଲା ପାଇଁ ୟେଲୋ ଆଲର୍ଟ, ବିଜୁଳି ଘଡ଼ଘଡ଼ି ସହ ହେବ କୁଆପଥର ମାଡ଼

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୨୪, ବଲାଙ୍ଗୀରରେ ୨୩, ସୋନପୁର ୧୭, ସମ୍ବଲପୁର ୨୦ ଓ ଅନଗୁଳରେ ୧୧ ମିମି ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜଧାନୀରେ ମଧ୍ୟ ବର୍ଷାର ପ୍ରଭାବ ଆରମ୍ଭ ହୋଇଯାଇଛି। ଏହି […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୨୪, ବଲାଙ୍ଗୀରରେ ୨୩, ସୋନପୁର ୧୭, ସମ୍ବଲପୁର ୨୦ ଓ ଅନଗୁଳରେ ୧୧ ମିମି ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜଧାନୀରେ ମଧ୍ୟ ବର୍ଷାର ପ୍ରଭାବ ଆରମ୍ଭ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଏହି ବର୍ଷା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହିତ ଆସନ୍ତା ୨ ଦିନ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି। ବୁଧବାର କାଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସେହିପରି ଗୁରୁବାର ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତର ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି। ୧୨-୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବ। ମଙ୍ଗଳବାରଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି। ୧୬ରୁ ପୁଣି ଉତ୍ତରା ପବନ ବହିବା ସହିତ ତାପମାତ୍ରା କିଛି କମିବ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ। ବୁଧବାର ରାତି ସାରା ରାଜ୍ୟରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବ। ୧୩ ଓ ୧୪ରେ ସବୁଠାରୁ ଅଧିକ ବର୍ଷା ହେବ। ୧୫ ପର୍ଯ୍ୟନ୍ତ ସମୁଦାୟ ବର୍ଷା ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ହାରାହାରି ୪୦ ମିମି ଓ ସ୍ଥାନେ ସ୍ଥାନେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ । ୧୬-୧୯ ପାଗ ଶୁଖୁଲା ଓ ଖରାଟିଆ ରହିବ । ୧୨-୧୪ ପାଗ ଦିନରେ କୋହଲା ରହିବ । ୧୨ ରାତିରୁ ୧୫ ରାତି ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ସହିତ ୨୦ କିମ୍ବା ୨୧ରେ ପୁଣି ମେଘୁଆ ପାଗ ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ଏହା ସହିତ ଅମଳ ହୋଇସାରିଥ୍‌ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ରବି ଫସଲର ବୁଣାବୁଣିକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଥିବା ବେଳେ ସୋରିଷ ଚାଷୀମାନେ ବିଲରେ ପାଣି ନ ମଡ଼ାଇବାକୁ କୁହାଯାଇଛି ।

12 Jan 2022 By The Sakala

ଆଜି ୧୨ ଜିଲ୍ଲା ପାଇଁ ୟେଲୋ ଆଲର୍ଟ, ବିଜୁଳି ଘଡ଼ଘଡ଼ି ସହ ହେବ କୁଆପଥର ମାଡ଼

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ପ୍ରକୋପ ଅଧିକ ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ୪୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୨୪, ବଲାଙ୍ଗୀରରେ ୨୩, ସୋନପୁର ୧୭, ସମ୍ବଲପୁର ୨୦ ଓ ଅନଗୁଳରେ ୧୧ ମିମି ବର୍ଷା ହୋଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ରାଜଧାନୀରେ ମଧ୍ୟ ବର୍ଷାର ପ୍ରଭାବ ଆରମ୍ଭ ହୋଇଯାଇଛି।

ଏହି ବର୍ଷା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବା ସହିତ ଆସନ୍ତା ୨ ଦିନ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚଆର ବିଶ୍ବାସ କହିଛନ୍ତି। ବୁଧବାର କାଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୋନପୁର, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେହିପରି ଗୁରୁବାର ପାଇଁ ମଧ୍ୟ ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତର ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି। ୧୨-୧୫ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବ। ମଙ୍ଗଳବାରଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି। ୧୬ରୁ ପୁଣି ଉତ୍ତରା ପବନ ବହିବା ସହିତ ତାପମାତ୍ରା କିଛି କମିବ। ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ। ବୁଧବାର ରାତି ସାରା ରାଜ୍ୟରେ ଅନେକ ସ୍ଥାନରେ ହାଲୁକା ବର୍ଷା ହେବ। ୧୩ ଓ ୧୪ରେ ସବୁଠାରୁ ଅଧିକ ବର୍ଷା ହେବ। ୧୫ ପର୍ଯ୍ୟନ୍ତ ସମୁଦାୟ ବର୍ଷା ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ହାରାହାରି ୪୦ ମିମି ଓ ସ୍ଥାନେ ସ୍ଥାନେ ୫୦ ମିମିରୁ ଅଧିକ ବର୍ଷା ହୋଇପାରେ । ୧୬-୧୯ ପାଗ ଶୁଖୁଲା ଓ ଖରାଟିଆ ରହିବ । ୧୨-୧୪ ପାଗ ଦିନରେ କୋହଲା ରହିବ । ୧୨ ରାତିରୁ ୧୫ ରାତି ପର୍ଯ୍ୟନ୍ତ ଘନ କୁହୁଡ଼ି ହେବା ସହିତ ୨୦ କିମ୍ବା ୨୧ରେ ପୁଣି ମେଘୁଆ ପାଗ ହେବାର ସମ୍ଭାବନା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି । ଏହା ସହିତ ଅମଳ ହୋଇସାରିଥ୍‌ ଫସଲକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଚାଷୀମାନଙ୍କୁ ଏସଆରସି ପରାମର୍ଶ ଦେଇଛନ୍ତି। ରବି ଫସଲର ବୁଣାବୁଣିକୁ କିଛି ଦିନ ପାଇଁ ସ୍ଥଗିତ ରଖିବାକୁ କୁହାଯାଇଥିବା ବେଳେ ସୋରିଷ ଚାଷୀମାନେ ବିଲରେ ପାଣି ନ ମଡ଼ାଇବାକୁ କୁହାଯାଇଛି ।

https://www.thesakala.in/latest-odisha-news/weather-update-yellow-alert-for-12-districts-today/article-8360
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର