ଭୋଟ୍ ଦେଉଛି ଓଡ଼ିଶା: ଦିନ ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ହୋଇଛି ମତଦାନ

The Sakala Picture
Published On

ଭୁବନେଶ୍ବର: ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ହୋଇଛି ମତଦାନ ହୋଇଛି । […]

ଭୁବନେଶ୍ବର: ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୩ ଟା ସୁଦ୍ଧା ୪୮.୯୫ ପ୍ରତିଶତ ହୋଇଛି ମତଦାନ ହୋଇଛି ।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଆସ୍କାରେ ୪୬.୨୩ ପ୍ରତିଶତ ମତଦାନ ହୋଇଥିବା ବେଳେ ବରଗଡରେ ୫୩.୮୮ ପ୍ରତିଶତ ମତଦାନ ହୋଇଛି। ବଲାଙ୍ଗୀରରେ ୪୬.୯୬ ପ୍ରତିଶତ ମତଦାନ, କନ୍ଧମାଳରେ ୪୮.୯୩ ପ୍ରତିଶତ ମତଦା ଓ ସୁନ୍ଦରଗଡରେ ୪୮.୯୬ ପ୍ରତିଶତ ଭୋଟିଂ ହୋଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

ଦ୍ୱିତୀୟ ପର୍ଯ୍ୟାୟରେ- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର