ଭୋଟ୍ ଦେଉଛି ଓଡିଶା : ଦିନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ହୋଇଛି ମତଦାନ

The Sakala Picture
Published On

ଭୁବନେଶ୍ବର : ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି । […]

ଭୁବନେଶ୍ବର : ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨ ପ୍ରତିଶତ ଓ ବଲାଙ୍ଗିରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି। ସେହିପରି ବରଗଡରେ-୨୨.୦୬ପ୍ରତିଶତ, ବୌଦ୍ଧରେ ୨୧.୭୫ପ୍ରତିଶତ, ଗଞ୍ଜାମରେ ୨୧.୯୮ପ୍ରତିଶତ, କନ୍ଧମାଳରେ ୧୯.୩୫ପ୍ରତିଶତ, ନୟାଗଡରେ ୨୦,୯୭ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି ।

ଆହୁରି ପଢ଼ନ୍ତୁ: ଅନୁଗୋଳ ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର କୋର୍ଟ

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପ୍ରକ୍ରିୟାରେ ୬୦ ହଜାରରୁ ଉଦ୍ଧ୍ୱର୍ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ। ସେହିପରି ୫ଟା ସୁଦ୍ଧା ୯୩୩ କେନ୍ଦ୍ରରେ ମତଦାନ ସରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୫୪୦ଟି କେନ୍ଦ୍ରରେ ଭୋଟଗ୍ରହଣ ଶେଷ ହେବ। ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାହୁଡ଼ାଯାତ୍ରାରେ ଜଣେ ଭକ୍ତଙ୍କ ମୃତ୍ୟୁ: ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

20 May 2024 By The Sakala

ଭୋଟ୍ ଦେଉଛି ଓଡିଶା : ଦିନ ୧୧ଟା ସୁଦ୍ଧା ୨୧.୦୭ ପ୍ରତିଶତ ହୋଇଛି ମତଦାନ

ଭୁବନେଶ୍ବର : ଆଜି ଓଡ଼ିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ଜନତା ମଧ୍ୟ ଜୋରଦାର ମତଦାନ କରୁଛନ୍ତି। ସକାଳୁ ପାଗ ମଧ୍ୟ ଭଲ ରହିଥିବାରୁ ଲୋକମାନେ ମତଦାନ କରିବାକୁ ବହୁ ସଂଖ୍ୟାରେ ଆସୁଛନ୍ତି। ଭୋଟଦାନ ପ୍ରକ୍ରିୟା ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ଦିନ ୧୧ଟା ସୁଦ୍ଧା ଓଡ଼ିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୨୫.୩୨ ପ୍ରତିଶତ ଓ ବଲାଙ୍ଗିରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ମତଦାନ ହୋଇଛି। ସେହିପରି ବରଗଡରେ-୨୨.୦୬ପ୍ରତିଶତ, ବୌଦ୍ଧରେ ୨୧.୭୫ପ୍ରତିଶତ, ଗଞ୍ଜାମରେ ୨୧.୯୮ପ୍ରତିଶତ, କନ୍ଧମାଳରେ ୧୯.୩୫ପ୍ରତିଶତ, ନୟାଗଡରେ ୨୦,୯୭ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ରହିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଲୋକସଭା କ୍ଷେତ୍ର ଏବଂ ଏହା ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ମତଦାନ ହେଉଛି। ୫ ଲୋକସଭା କ୍ଷେତ୍ର ପାଇଁ ମୋଟ ୪୦ ଜଣ ପ୍ରାର୍ଥୀ ଥିବାବେଳେ ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୬୫ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜ ନିଜର ମତାଧିକାର ସାବ୍ୟସ୍ତ କରିବେ। ମତଦାନ ପ୍ରକ୍ରିୟାରେ ୬୦ ହଜାରରୁ ଉଦ୍ଧ୍ୱର୍ ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ମତଦାନ ପାଇଁ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ମୋଟ ୯୧୬୨ ମତଦାନ କେନ୍ଦ୍ର ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ୧୬୮୯ଟି ମତଦାନ କେନ୍ଦ୍ରରେ ଅପରାହ୍ନ ୪ଟା ସୁଦ୍ଧା ଭୋଟଗ୍ରହଣ ସରିବ। ସେହିପରି ୫ଟା ସୁଦ୍ଧା ୯୩୩ କେନ୍ଦ୍ରରେ ମତଦାନ ସରିବାକୁ ଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ୬୫୪୦ଟି କେନ୍ଦ୍ରରେ ଭୋଟଗ୍ରହଣ ଶେଷ ହେବ। ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର