ଉତ୍କଳରେ ୫ ଓଡ଼ିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍, ଜାଣନ୍ତୁ କିଏ ସେହି ୫ ଓଡ଼ିଆ

The Sakala Picture
Published On

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ୫ ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଭାରତର ସିଏଜି ଗିରୀଶଚନ୍ଦ୍ର ମୁର୍ମୁ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍‍ ରିସର୍ଚ୍ଚ ସେଣ୍ଟର(ବାର୍କ)ର ନିର୍ଦ୍ଦେଶକ ଅଜିତ୍‍ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ  ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦାନ କରାଯାଇଛି। ସୁବର୍ଣ୍ଣ ଜୟନ୍ତୀ […]

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ୫ ଜଣଙ୍କୁ ସମ୍ମାନ ସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। ଭାରତର ସିଏଜି ଗିରୀଶଚନ୍ଦ୍ର ମୁର୍ମୁ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‍ ସଞ୍ଜୁ ପଣ୍ଡା, ଭାଭା ଆଟୋମିକ୍‍ ରିସର୍ଚ୍ଚ ସେଣ୍ଟର(ବାର୍କ)ର ନିର୍ଦ୍ଦେଶକ ଅଜିତ୍‍ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡ.ବିଜୟ କୁମାର ସାହୁଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ  ବିଶ୍ୱବିଦ୍ୟାଳୟ ପକ୍ଷରୁ ପଦାନ କରାଯାଇଛି। ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ୫ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ।  ତେବେ ସମ୍ମାନସୂଚକ ଡକ୍ଟରେଟ୍‍ ପାଇଥିବା ଥିବା ୫ ବିଶିଷ୍ଟ ଓଡ଼ିଆଙ୍କ ସମ୍ପର୍କରେ କିଛି ତଥ୍ୟ…..

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ଗିରୀଶଚନ୍ଦ୍ର ମୁର୍ମୁ

ଆହୁରି ପଢ଼ନ୍ତୁ: ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼, ଦୁଇ ଅଟକ

ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ(ସିଏଜି) ଭାବେ କାର୍ଯ୍ୟରତ ଗିରୀଶଚନ୍ଦ୍ର ମୁର୍ମୁ। ଶ୍ରୀ ମୁର୍ମୁଙ୍କ ଜନ୍ମ ୧୯୫୯ ମସିହା ନଭେମ୍ବର ୨୧ରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକରେ ହୋଇଥିଲା। ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମବିଏ ପାସ୍‍ କରିଛନ୍ତି। ସେହିପରି ୧୯୮୫ ମସିହାରେ ଗୁଜରାଟ କ୍ୟାଡର୍‍ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ନିଜର ଦକ୍ଷତା ବଳରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରମୁଖ ଶାସନ ସଚିବଭାବେ କାର୍ଯ୍ୟ ନିର୍ବାହ କରିଛନ୍ତି। ସେହିପରି ଶ୍ରୀ ମୁର୍ମୁ ଜମ୍ମୁ-କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣରଭାବେ ଦାୟିତ୍ୱ ବହନ କରିଛନ୍ତି। ଏବେ ଶ୍ରୀ ମୁର୍ମୁ ‘ସିଏଜି’ ସହିତ ୟୁଏନ୍‍ର ପେନାଲ ଅଫ୍‍ ଏକ୍ସଟାର୍ଣ୍ଣାଲ ଅଡିଟରଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଶକ୍ତିକାନ୍ତ ଦାସ

ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣରଭାବେ କାର୍ଯ୍ୟରତ ଓଡ଼ିଆ ହେଉଛନ୍ତି ଶକ୍ତିକାନ୍ତ ଦାସ। ତାଙ୍କର ଜନ୍ମ ୧୯୫୭ ମସିହା ଫେବୃଆରୀ ୨୬ ତାରିଖରେ ହୋଇଥିବାବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ହାସଲ କରିଛନ୍ତି। ସେହିପରି ୧୯୮୦ ମସିହାରେ ତାମିଲନାଡ଼ୁ କ୍ୟାଡରର ଆଇଏଏସ୍‍ ଭାବେ ଯୋଗ ଦେଇଥିଲେ। ତାମିଲନାଡ଼ୁର ଅର୍ଥନୈତିକ ବ୍ୟାପାର ସଚିବ, ରାଜସ୍ୱ ସଚିବ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରମୁଖ ସଚିବଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ତେବେ ଶ୍ରୀ ଦାସ ୨୦୧୮ ମସିହା ଡିସେମ୍ବର ୧୧ରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୫ ତମ ଗଭର୍ଣ୍ଣରଭାବେ ଦାୟିତ୍ୱ ବହନ କରୁଛନ୍ତି। କରୋନା ପରିସ୍ଥିତିରେ ଭାରତର ଅର୍ଥନୈତିକ ସ୍ଥିତିର ମୁକାବିଲା ପାଇଁ ସେ ଗୁରୁ ଦାୟିତ୍ୱ ବହନ କରିଛନ୍ତି।

ଜଷ୍ଟିସ୍‍ ସଞ୍ଜୁ ପଣ୍ଡା

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିଭାବେ କାର୍ଯ୍ୟରତ ଜଷ୍ଟିସ୍‍ ସଞ୍ଜୁ ପଣ୍ଡା। ସେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଭାବେ ମଧ୍ୟ ଦାୟିତ୍ୱ ବହନ କରିଛନ୍ତି। ତାଙ୍କର ଜନ୍ମ ୧୯୫୯ ମସିହା ଜୁଲାଇ ୧୦ରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ହୋଇଥିବାବେଳେ ସେ କଳା ଏବଂ ଆଇନ୍‍ ବିଷୟରେ ସ୍ନାତକ ହାସଲ କରିଛନ୍ତି। ସେ ମାର୍ଚ୍ଚ ୨୦୦୭ ମସିହା ମାର୍ଚ୍ଚ ମାସରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି।

ଡ. ଅଜିତ୍‍ କୁମାର ମହାନ୍ତି

ଭାଭା ଆଟୋମିକ୍‍ ରିସର୍ଚ୍ଚ ସେଣ୍ଟର(ବାର୍କ)ର ନିର୍ଦ୍ଦେଶକ ଭାବେ ୨୦୧୯ରୁ କାର୍ଯ୍ୟରତ ଅଛନ୍ତି ଡ.ଅଜିତ୍‍ କୁମାର ମହାନ୍ତି। ତାଙ୍କର ଜନ୍ମ ୧୯୫୯ ମସିହାରେ ହୋଇଥିବାବେଳେ ସେ ବାରିପଦା ସ୍ଥିତ ଏମ୍‍ପିସି କଲେଜରୁ ସ୍ନାତକ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଫିଜିକ୍ସିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସେହିପରି ବମ୍ବେ ବିଶ୍ୱବିଦ୍ୟାଳୟରୁ ପିଏଚଡି ହାସଲ କରିଛନ୍ତି। ସେ ଯୁବ ପଦାର୍ଥ ବିଜ୍ଞାନୀ ଏବଂ ଯୁବ ବୈଜ୍ଞାନିକଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଡ. ବିଜୟ କୁମାର ସାହୁ

ସାଇ ଇଣ୍ଟରନେସ୍‍ନାଲ ଏଜୁକେସନ ଗ୍ରୁପର ପ୍ରତିଷ୍ଠାତା ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ହେଉଛନ୍ତି ଡ. ବିଜୟ କୁମାର ସାହୁ। ଡ. ସାହୁ ଏକାଧାରରେ ଜଣେ ବିଶିଷ୍ଟ ଶିକ୍ଷାବିତ୍‍ ଓ ଶିଳ୍ପପତି ଭାବେ ଜଣାଶୁଣା। ସେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ସହିତ ଆଇନ୍‍ରେ ସ୍ନାତକ, ଏମବିଏ ଏବଂ ହାର୍ବାଡ଼ ଗ୍ରାଜୁଏଟ୍‍ ସ୍କୁଲ ଅଫ ଏଜୁକେସନରୁ ପିଏଚଡି ହାସଲ କରିଛନ୍ତି। ସେହିପରି କ୍ୟୁସିଆଇ କ୍ୟୁାଲିଟି ଚାମ୍ପିଅନ୍ସ ଆୱାର୍ଡ଼, ୨୦୨୦ ବର୍ଷର ଏଣ୍ଟରପ୍ରେନ୍ୟୁଅର ଅର୍ଫ ଦ ଇଅର ଭଳି ବହୁ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଡ. ସାହୁ।

03 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର