ତୁଟିଲାନି ‘ଉତ୍କଳ’ ଦ୍ୱିତୀୟ କ୍ୟାମ୍ପସ ବିବାଦ: ସମସ୍ୟା ସମାଧାନ ପରିବର୍ତ୍ତେ ପିଲାଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି

The Sakala Picture
Published On

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟମ୍ପସ(ଚଣ୍ଡିଖୋଲ)ରେ ବିଏସସି ନର୍ସିଂ ଛାତ୍ରଛାତ୍ରୀ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ରଖୁଛୁ, ସେମାନେ ତାହାକୁ ଶୁଣିବାକୁ ନାରାଜ। ଗ୍ରାମିଣ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିଲେ ବି କେହି ଆମକଥା ଶୁଣୁନାହାଁନ୍ତି। ଆମେ ଏସସିବିରେ କ୍ଳିନିକାଲ ପ୍ରଶିକ୍ଷଣ ଲାଗି ଦାବି କରୁଥବା ବେଳେ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ସେମାନଙ୍କୁ ଟାଟା ମେମୋରିଆଲକୁ ପଠାଉଛନ୍ତି। ସେହିଭଳି […]

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟମ୍ପସ(ଚଣ୍ଡିଖୋଲ)ରେ ବିଏସସି ନର୍ସିଂ ଛାତ୍ରଛାତ୍ରୀ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ରଖୁଛୁ, ସେମାନେ ତାହାକୁ ଶୁଣିବାକୁ ନାରାଜ। ଗ୍ରାମିଣ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିଲେ ବି କେହି ଆମକଥା ଶୁଣୁନାହାଁନ୍ତି। ଆମେ ଏସସିବିରେ କ୍ଳିନିକାଲ ପ୍ରଶିକ୍ଷଣ ଲାଗି ଦାବି କରୁଥବା ବେଳେ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ସେମାନଙ୍କୁ ଟାଟା ମେମୋରିଆଲକୁ ପଠାଉଛନ୍ତି। ସେହିଭଳି ତିନିମାସ ମଧ୍ୟରେ ପିଲା ତିନି ତିନି ଥର ବାଣୀବିହାର କ୍ୟାମ୍ପସ ଆସି ଦାବି ରଖିଥିଲେ ମଧ୍ୟ ଏଯାଏଁ ଅଧ୍ୟାପକ ନିଯୁକ୍ତି କରାଗଲା ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ମଙ୍ଗଳବାର ଚଣ୍ଡିଖୋଲା କ୍ୟାମ୍ପସର ସମସ୍ୟା ସମାଧାନ ନେଇ ଛାତ୍ରଛାତ୍ରୀ ମୁଖ୍ୟ କ୍ୟାମ୍ପସରେ ଧାରଣାରେ ବସିଥିଲେ। ରାତି ଅଧ ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିଥିବା ବେଳେ କର୍ତ୍ତୃପକ୍ଷ ପିଲାଙ୍କ ଉପରେ ଧାରଣାରୁ ଉଠିଯିବା ଲାଗି ଚାପ ପକାଇଥିଲେ। ହେଲେ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ବୋଲି ଛାତ୍ରଛାତ୍ରୀ ଜିଦ୍‍ ଧରିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ପିଲାଙ୍କୁ ଉଠାଇ ଦେଇଥିଲେ। ତେବେ ଏହାକୁ ନେଇ ପିଲାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହିତ ଦ୍ୱିତୀୟ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟର କୌଣସି ଅଧଳକାରୀଙ୍କୁ ପୁରାଇଦିଆଯିବନି ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିଭଳି ଅଭିଭାବକମାନେ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଥିବା ମଧ୍ୟ କହିଛନ୍ତି। ସେମାନଙ୍କ କହିବା କଥା ଉତ୍କଳ ବିଶ୍ୱବିଦ୍ୟାଳୟ ବିଏସସି ନର୍ସିଂ କୋର୍ସ ପ୍ରଦାନ କରୁଥିବା ଜାଣି ଆମେ ଆମ ପିଲାଙ୍କ ନାମ ଲେଖାଇଥିଲୁ। କିନ୍ତୁ ଏହାକୁ ଏକ ଅନାମଧ୍ୟେୟ ଟ୍ରଷ୍ଟ ଚଳାଉଛି ବୋଲି ପଛରେ ଜାଣିଲୁ। ଅଧ୍ୟାପକ ସଙ୍କଟ ଓ ପ୍ରାକ୍ଟିକାଲ ଅଭ୍ୟାସକୁ ନେଇ ବାରମ୍ୱାର ଅଭିଯୋଗ ପରେ କିଛି ସମସ୍ୟା ସମାଧାନ ହେଲାନି। ସେହିପରି ଏତେ ଅଭିଯୋଗ ପରେ ମଧ୍ୟ କୁଳପତି ଉକ୍ତ ଠକ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ ପିଲାଙ୍କୁ ଆଶ୍ୱାସନା ଦେଇଚାଲିଲେ। ଯାହାଫଳରେ ପିଲାଙ୍କର ଗୋଟିଏ ବର୍ଷ ପାଠପଢ଼ା ସମ୍ପୁର୍ଣ୍ଣ ଠପ ହୋଇଯାଇଛି। ଅନ୍ୟ ଅନୁଷ୍ଠାନ ପିଲାଙ୍କର କୋର୍ସ ଶେଷ କରିସାରିଥିବା ବେଳେ ଦ୍ୱିତୀୟ କ୍ୟାମ୍ପସ ପିଲା ପାଠ କ’ଣ ଜାଣିନାହାଁନ୍ତି। ଏନେଇ ପ୍ରତିବାଦ କଲେ କିଛି ସୁଫଳ ମିଳୁନି। ଏଥି ପାଇଁ କେବଳ ବିଶ୍ୱବିଦ୍ୟାଳୟ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

26 May 2022 By The Sakala

ତୁଟିଲାନି ‘ଉତ୍କଳ’ ଦ୍ୱିତୀୟ କ୍ୟାମ୍ପସ ବିବାଦ: ସମସ୍ୟା ସମାଧାନ ପରିବର୍ତ୍ତେ ପିଲାଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଗ୍ରାମାଞ୍ଚଳ କ୍ୟମ୍ପସ(ଚଣ୍ଡିଖୋଲ)ରେ ବିଏସସି ନର୍ସିଂ ଛାତ୍ରଛାତ୍ରୀ ଅହୋରାତ୍ର ଧାରଣା ଦେବା ପରେ ମଧ୍ୟ କର୍ତ୍ତୃପକ୍ଷ ସମସ୍ୟା ସମାଧାନରେ ବିଫଳ ହୋଇଛନ୍ତି। ଛାତ୍ରଛାତ୍ରୀମାନଙ୍କ ଅଭିଯୋଗ ଅନୁଯାୟୀ ଯେଉଁ ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ରଖୁଛୁ, ସେମାନେ ତାହାକୁ ଶୁଣିବାକୁ ନାରାଜ। ଗ୍ରାମିଣ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିଲେ ବି କେହି ଆମକଥା ଶୁଣୁନାହାଁନ୍ତି। ଆମେ ଏସସିବିରେ କ୍ଳିନିକାଲ ପ୍ରଶିକ୍ଷଣ ଲାଗି ଦାବି କରୁଥବା ବେଳେ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ସେମାନଙ୍କୁ ଟାଟା ମେମୋରିଆଲକୁ ପଠାଉଛନ୍ତି। ସେହିଭଳି ତିନିମାସ ମଧ୍ୟରେ ପିଲା ତିନି ତିନି ଥର ବାଣୀବିହାର କ୍ୟାମ୍ପସ ଆସି ଦାବି ରଖିଥିଲେ ମଧ୍ୟ ଏଯାଏଁ ଅଧ୍ୟାପକ ନିଯୁକ୍ତି କରାଗଲା ନାହିଁ। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି।

ମଙ୍ଗଳବାର ଚଣ୍ଡିଖୋଲା କ୍ୟାମ୍ପସର ସମସ୍ୟା ସମାଧାନ ନେଇ ଛାତ୍ରଛାତ୍ରୀ ମୁଖ୍ୟ କ୍ୟାମ୍ପସରେ ଧାରଣାରେ ବସିଥିଲେ। ରାତି ଅଧ ପର୍ଯ୍ୟନ୍ତ ଏହି ଧାରଣା ଅବ୍ୟାହତ ରହିଥିବା ବେଳେ କର୍ତ୍ତୃପକ୍ଷ ପିଲାଙ୍କ ଉପରେ ଧାରଣାରୁ ଉଠିଯିବା ଲାଗି ଚାପ ପକାଇଥିଲେ। ହେଲେ ସମସ୍ତ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଉଠିବୁ ନାହିଁ ବୋଲି ଛାତ୍ରଛାତ୍ରୀ ଜିଦ୍‍ ଧରିଥିଲେ। ଶେଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ପିଲାଙ୍କୁ ଉଠାଇ ଦେଇଥିଲେ। ତେବେ ଏହାକୁ ନେଇ ପିଲାଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇବା ସହିତ ଦ୍ୱିତୀୟ କ୍ୟାମ୍ପସରେ ବିଶ୍ୱବିଦ୍ୟାଳୟର କୌଣସି ଅଧଳକାରୀଙ୍କୁ ପୁରାଇଦିଆଯିବନି ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେହିଭଳି ଅଭିଭାବକମାନେ ଏବେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଥିବା ମଧ୍ୟ କହିଛନ୍ତି। ସେମାନଙ୍କ କହିବା କଥା ଉତ୍କଳ ବିଶ୍ୱବିଦ୍ୟାଳୟ ବିଏସସି ନର୍ସିଂ କୋର୍ସ ପ୍ରଦାନ କରୁଥିବା ଜାଣି ଆମେ ଆମ ପିଲାଙ୍କ ନାମ ଲେଖାଇଥିଲୁ। କିନ୍ତୁ ଏହାକୁ ଏକ ଅନାମଧ୍ୟେୟ ଟ୍ରଷ୍ଟ ଚଳାଉଛି ବୋଲି ପଛରେ ଜାଣିଲୁ। ଅଧ୍ୟାପକ ସଙ୍କଟ ଓ ପ୍ରାକ୍ଟିକାଲ ଅଭ୍ୟାସକୁ ନେଇ ବାରମ୍ୱାର ଅଭିଯୋଗ ପରେ କିଛି ସମସ୍ୟା ସମାଧାନ ହେଲାନି। ସେହିପରି ଏତେ ଅଭିଯୋଗ ପରେ ମଧ୍ୟ କୁଳପତି ଉକ୍ତ ଠକ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ ପିଲାଙ୍କୁ ଆଶ୍ୱାସନା ଦେଇଚାଲିଲେ। ଯାହାଫଳରେ ପିଲାଙ୍କର ଗୋଟିଏ ବର୍ଷ ପାଠପଢ଼ା ସମ୍ପୁର୍ଣ୍ଣ ଠପ ହୋଇଯାଇଛି। ଅନ୍ୟ ଅନୁଷ୍ଠାନ ପିଲାଙ୍କର କୋର୍ସ ଶେଷ କରିସାରିଥିବା ବେଳେ ଦ୍ୱିତୀୟ କ୍ୟାମ୍ପସ ପିଲା ପାଠ କ’ଣ ଜାଣିନାହାଁନ୍ତି। ଏନେଇ ପ୍ରତିବାଦ କଲେ କିଛି ସୁଫଳ ମିଳୁନି। ଏଥି ପାଇଁ କେବଳ ବିଶ୍ୱବିଦ୍ୟାଳୟ ଦାୟୀ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର