ବଢୁଛି ନିମ୍ନମାନର ଔଷଧ କାରବାର: ୧୭ ନମୁନାରୁ ୫ ବ୍ୟବହାର ଅନୁପଯୋଗୀ; ଶୀର୍ଷରେ ପଶ୍ଚିମବଙ୍ଗ, ଦ୍ୱିତୀୟ ସ୍ଥାନରେ ଓଡ଼ିଶା

The Sakala Picture
Published On

ଭୁବନେଶ୍ୱର: ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ହେଉଛି ଔଷଧ। ଏହି ଔଷଧ କିଣିବା ପାଇଁ ସାଧାରଣ ଲୋକ ନିଜ ଜୀବନ ତମାମ୍‍ ସଞ୍ଚିତ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପଛାଏ ନାହିଁ; କିନ୍ତୁ ବଜାରରେ ମିଳୁଥିବା ଅଧିକାଂଶ ଔଷଧ ବ୍ୟବହାର ଉପଯୋଗୀ ନୁହେଁ। ବିଭିନ୍ନ କାରଣ ପାଇଁ ସମ୍ପୃକ୍ତ ଔଷଧର ଗୁଣବତ୍ତା ବହୁତ ହ୍ରାସ ପାଉଛି ଏବଂ ଏହାକୁ ସେବନ କଲେ ଶରୀରର ଉପକାର ହେବା ବଦଳରେ ଅପକାର ହେବାର ସମ୍ଭାବନା ଢ଼େର ଅଧିକ। ବିଡ଼ମ୍ବନା ହେଉଛି […]

ଭୁବନେଶ୍ୱର: ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସଞ୍ଜୀବନୀ ହେଉଛି ଔଷଧ। ଏହି ଔଷଧ କିଣିବା ପାଇଁ ସାଧାରଣ ଲୋକ ନିଜ ଜୀବନ ତମାମ୍‍ ସଞ୍ଚିତ ଅର୍ଥ ଖର୍ଚ୍ଚ କରିବାକୁ ମଧ୍ୟ ପଛାଏ ନାହିଁ; କିନ୍ତୁ ବଜାରରେ ମିଳୁଥିବା ଅଧିକାଂଶ ଔଷଧ ବ୍ୟବହାର ଉପଯୋଗୀ ନୁହେଁ। ବିଭିନ୍ନ କାରଣ ପାଇଁ ସମ୍ପୃକ୍ତ ଔଷଧର ଗୁଣବତ୍ତା ବହୁତ ହ୍ରାସ ପାଉଛି ଏବଂ ଏହାକୁ ସେବନ କଲେ ଶରୀରର ଉପକାର ହେବା ବଦଳରେ ଅପକାର ହେବାର ସମ୍ଭାବନା ଢ଼େର ଅଧିକ। ବିଡ଼ମ୍ବନା ହେଉଛି ଓଡ଼ିଶାରେ ବ୍ୟବହାର ଅନୁପଯୋଗୀ ଔଷଧ ସଂଖ୍ୟା ସର୍ବ ଭାରତୀୟସ୍ତରରେ ଅନ୍ୟ ରାଜ୍ୟଠାରୁ ତୁଳନାତ୍ମକ ଭାବରେ ଅଧିକ। ପଶ୍ଚିମବଙ୍ଗ ପରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅଧୀନସ୍ଥ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍‍ (ସିଡିଏସ୍‍ସିଓ) ପକ୍ଷରୁ ଜାରି ରିପୋର୍ଟରେ ଏପରି ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି।
ରିପୋର୍ଟରେ କୁହାଯାଇଛି ଯେ ସିଡିଏସ୍‍ସିଓ ପକ୍ଷରୁ ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ଜୁଲାଇ ୨୫ ତାରିଖ ମଧ୍ୟରେ ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟରୁ ୧୪୦୦ରୁ ଅଧିକ ପ୍ରକାରର ଔଷଧ ନମୁନା ସଂଗ୍ରହ କରାଯାଇ ଥିଲା। ଓଡ଼ିଶାରୁ ୨୭ଟି ଔଷଧ ନମୁନା ସଂଗ୍ରହ ହୋଇଥିବା ବେଳେ ୧୪ଟି ପରୀକ୍ଷା କରାଯାଇ ଥିଲା ଏବଂ ସେଥିରୁ ୫ଟି ନମୁନା ବ୍ୟବହାର ଅନୁପଯୋଗୀ ବୋଲି ଜଣାପଡ଼ିଥିଲା। ଏହା ହେଉଛି ଦ୍ୱିତୀୟ ସର୍ବାଧିକ ବ୍ୟବହାର ଅନୁପଯୋଗୀ ନମୁନା। ଓଡ଼ିଶା ଉପରକୁ ପଶ୍ଚିମବଙ୍ଗ ରହିଛି। ପଶ୍ଚି ବଙ୍ଗରୁ ସଂଗୃହିତ ୨୩୦ ନମୁନାରୁ ୧୩୧ଟି ପରୀକ୍ଷା କରାଯାଇ ଥିଲା ଏବଂ ସେଥିରୁ ୬ଟି ବ୍ୟବହାର ଅନୁପଯୋଗୀ ଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶରୁ ସଂଗୃହୀତ ନମୁନାରୁ ୪୦ଟି ପରୀକ୍ଷା ହୋଇଥିବା ଏବଂ ୩ଟି ବ୍ୟବହାର ଅନୁଯୋଗୀ ଥିଲା। ଗୁଜରାଟ ଏବଂ ତାମିଲନାଡ଼ୁରୁ ନିଆଯାଇ ପରୀକ୍ଷା ହୋଇଥିବା ଯଥାକ୍ରମେ ୪୫ ଓ ୧୦୧ ନମୁନାରୁ ୩ଟି ଓ ୨ଟି ଔଷଧ ବ୍ୟବହାର ଅନୁପଯୋଗୀ ରହିଛି।

ଚିକିତ୍ସା ସେବା କ୍ଷେତ୍ରରେ ନିୟୋଜିତ କିଛି ସ୍ୱାର୍ଥନ୍ୱେଷୀ ଡାକ୍ତର ବିଭିନ୍ନ ସମୟରେ ବ୍ୟକ୍ତିଗତ ସ୍ୱାର୍ଥ ହାସଲ ପାଇଁ ନିମ୍ନମାନର ଔଷଧ ଲେଖୁଥିବା ଅଭିଯୋଗ ହୋଇଥାଏ। ଔଷଧ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ରୋଗୀମାନଙ୍କୁ ଶୋଷଣ କରାଯାଇଥାଏ ଓ ଅନାବଶ୍ୟକ ଭାବରେ ଔଷଧ ଲେଖି ଏହି ନିର୍ଦ୍ଦିଷ୍ଟ ଲୋଭୀ ଡାକ୍ତରମାନେ ଔଷଧ କମ୍ପାନୀଠାରୁ ବିପୁଳ ସୁବିଧାସୁଯୋଗ ହାସଲ କରିଥାଆନ୍ତି। ପ୍ରାୟ ଏକ ବର୍ଷ ତଳେ କଟକ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ନିମ୍ନମାନର ଔଷଧ ଧରା ଯାଇଥିଲା। ମାତ୍ର ଏହି ଔଷଧ ବ୍ୟବହାର ନିମନ୍ତେ ପରାମର୍ଶ ଦେଉଥିବା ଡାକ୍ତରମାନଙ୍କ ବିରୋଧରେ କୌଣସି ପଦକ୍ଷେପ ଏଯାଏ ଗ୍ରହଣ କରାଯାଇ ନାହିଁ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

ଏ ସମ୍ପର୍କରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‍ର ସମ୍ପାଦକ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ବିଭିନ୍ନ କାରଣ ପାଇଁ ଔଷଧର ଗୁଣବତ୍ତା ହ୍ରାସ ପାଇଥାଏ। କମ୍ପାନୀ ଦ୍ୱାରା ପ୍ରସ୍ତୁତିରେ ତ୍ରୁଟି, ଦୋକାନରେ ଅଧିକ ତାପମାତ୍ରାରେ ଔଷଧ ରଖିବା, ଅଧିକ ଦିନ ଷ୍ଟକ୍‍ ରହିବା ଭଳି କାରଣ ପାଇଁ ଏପରି ସମସ୍ୟା ହୋଇଥାଏ। ବ୍ୟବହାର ଅନୁପଯୋଗୀ ଔଷଧ ସମ୍ପର୍କରେ ଡ୍ରଗ୍‍ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯିବା ପରେ ଆମେ ଔଷଧ ଦୋକାନ ଏବଂ ଗ୍ରାହକଙ୍କ ଠାରୁ ସେହି ବ୍ୟଚ୍‍ ନମ୍ବରର ଔଷଧ ଫେରାଇ ଆଣି କମ୍ପାନୀକୁ ପଠାଇ ଦେଇଥାଉ। ତେବେ ଏହାକୁ ସେବନ କଲେ ବିଶେଷ କ୍ଷତି ହେବା କିମ୍ବା ପ୍ରାଣ ଯିବା ସମ୍ଭାବନା ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

05 Aug 2022 By The Sakala

https://www.thesakala.in/latest-odisha-news/unusable-drugs-is-on-the-rise-5-out-of-17-samples-are-unusable/article-13881
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର