ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡ଼ଃ ବିଜୟା ପାତ୍ର

The Sakala Picture
Published On

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆହ୍ଵାନ କ୍ରମେ, ୟୁନିଟ-୮ ଭୁବନେଶ୍ବର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପୋଷ୍ୟ ସ୍କୁଲ ତାଲିକାରେ ସ୍ଥାନିତ ହୋଇଛି। ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ହାୟର ସେକେଣ୍ଡାରୀ)ର ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ବିଜୟା ପାତ୍ର ଏହି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିଛନ୍ତି। ଏହି କ୍ରମରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧିରାଜ ତନୟା ଶତପଥୀ, […]

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆହ୍ଵାନ କ୍ରମେ, ୟୁନିଟ-୮ ଭୁବନେଶ୍ବର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପୋଷ୍ୟ ସ୍କୁଲ ତାଲିକାରେ ସ୍ଥାନିତ ହୋଇଛି। ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ହାୟର ସେକେଣ୍ଡାରୀ)ର ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ବିଜୟା ପାତ୍ର ଏହି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଚିତାବାଘ ଛାଲ ଓ ବଜ୍ରକାପ୍ତା କାତି ଚାଲାଣ ଅଭିଯୋଗରେ ମା-ପୁଅ ଗିରଫ

ଏହି କ୍ରମରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧିରାଜ ତନୟା ଶତପଥୀ, ମୋ ସ୍କୁଲ ଅଭିଯାନର ସଭାପତି ତଥା ପ୍ରାକ୍ତନ ଛାତ୍ର ସଂସଦର ମୁଖ୍ୟ ପ୍ରବନ୍ଧକ ଡ଼ଃ ପ୍ରବୋଧ ରଥ, ଅନ୍ୟାନ କର୍ମକର୍ତ୍ତା ଗଣ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ, ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନମୂଳକ କାର୍ଯ୍ଯକ୍ରମ ଗୁଡ଼ିକୁ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଛାତ୍ରୀ ମୃତ୍ୟୁ ଘଟଣା: ଅନୁସୂଚିତ ଜାତି ଆୟୋଗଙ୍କୁ ବିଜେଡିର ସ୍ମାରକପତ୍ର

କୋଭିଡ଼-୧୯ ମହାମାରୀ ଦ୍ଵାରା ଛାତ୍ରଛାତ୍ରୀମାନଙ୍କର ୨୦୨୦-୨୧ ଶିକ୍ଷାବର୍ଷରେ ଦେଖାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ଗୁଡ଼ିକର ମୁକାବିଲା କରିବା ଏବଂ ନିକଟରେ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ୨୧୮ ଛାତ୍ର କିପରି ସଫଳତାର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ, ସେଥିନେଇ ଆଲୋଚନାରେ ସମସ୍ତେ ନିଜନିଜର ମତ ରଖିଥିଲେ ।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମସ୍ତ ବିଷୟ ପାଇଁ ପ୍ରଶ୍ନ ପତ୍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରସ୍ତୁତ କରି ଛାତ୍ରମାନଙ୍କର ଅଭ୍ୟାସ ପାଇଁ ବିନିଯୋଗ କରିବେ। ପ୍ରତି ସପ୍ତାହରେ ଏହି ଅଭ୍ୟାସମୂଳକ ପରୀକ୍ଷଣ କାର୍ୟ୍ୟ ଚାଲୁରହିବ। ଚଳିତ ବର୍ଷ ପରୀକ୍ଷାରେ ସିଲାବସ ହ୍ରାସ ହେବା ଓ ୮୦ ମାର୍କରୁ ପରୀକ୍ଷା ହେବା ପଦ୍ଧତିରେ ଯେପରି ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତି ବିଷୟର ବୋର୍ଡ଼ ବିଶାରଦ ତଥା ବିଶେଷଜ୍ଞ ମାନଙ୍କୁ ନିମନ୍ତ୍ରଣ କରାଯାଇ, ଛାତ୍ର ମାନଙ୍କର ସନ୍ଦେହ ମୋଚନ କରାଯିବା ସହିତ, ପରୀକ୍ଷାରେ ସେମାନେ କିପରି ଚିନ୍ତାମୁକ୍ତ ହୋଇ ଲେଖିବେ ସେଦିଗରେ ପ୍ରେରଣା ଦିଆଯିବ ଓ ପରୀକ୍ଷା ପଦ୍ଧତି ସହ ସେମାନଙ୍କୁ ଭଲ ଭାବରେ ପରିଚିତ କରାଯିବ। ଏହି କ୍ରମରେ ବୋର୍ଡ଼ର ପୂର୍ବତନ ଗଣିତ ବିଶାରଦ ଡ଼ଃ ନଳିନୀକାନ୍ତ ମିଶ୍ର ଗତ ୧୦ ତାରିଖ ଓ ଭୂଗୋଳ ବିଶାରଦ ଶ୍ରୀ ଅମ୍ବିକା ପ୍ରସାଦ ଦାସ ୧୬ ତାରିଖ ଦିନ ଦଶମ ଶ୍ରେଣୀରେ ଉପସ୍ଥିତ ରହି, ଛାତ୍ର ମାନଙ୍କୁ ସମସ୍ତ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଓ ଯଦି କାହାର କୌଣସି ଗଣିତ ସମ୍ବନ୍ଧୀୟ ସନ୍ଦେହ ଥିଲେ ସେମାନଙ୍କୁ ସିଧାସଳଖ ପଚାରି ସନ୍ଦେହ ମୋଚନ କରିପାରିବେ ବୋଲି ଆଶ୍ଵାସନା ମଧ୍ୟ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ଡ଼ଃ ବିଜୟା ପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀମତୀ ଶତପଥୀ ଏବଂ ବିଦ୍ୟାଳୟର ସମସ୍ତ ଗଣିତ ଓ ଭୂଗୋଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିବା ସହିତ, ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ।

20 Mar 2021 By The Sakala

ୟୁନିଟ-୮ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କଲେ ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡ଼ଃ ବିଜୟା ପାତ୍ର

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆହ୍ଵାନ କ୍ରମେ, ୟୁନିଟ-୮ ଭୁବନେଶ୍ବର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ପୋଷ୍ୟ ସ୍କୁଲ ତାଲିକାରେ ସ୍ଥାନିତ ହୋଇଛି। ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (ହାୟର ସେକେଣ୍ଡାରୀ)ର ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ବିଜୟା ପାତ୍ର ଏହି ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ରୂପେ ଗ୍ରହଣ କରିଛନ୍ତି।

ଏହି କ୍ରମରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ଶୈଳାଧିରାଜ ତନୟା ଶତପଥୀ, ମୋ ସ୍କୁଲ ଅଭିଯାନର ସଭାପତି ତଥା ପ୍ରାକ୍ତନ ଛାତ୍ର ସଂସଦର ମୁଖ୍ୟ ପ୍ରବନ୍ଧକ ଡ଼ଃ ପ୍ରବୋଧ ରଥ, ଅନ୍ୟାନ କର୍ମକର୍ତ୍ତା ଗଣ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ, ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠନମୂଳକ କାର୍ଯ୍ଯକ୍ରମ ଗୁଡ଼ିକୁ ହାତକୁ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

କୋଭିଡ଼-୧୯ ମହାମାରୀ ଦ୍ଵାରା ଛାତ୍ରଛାତ୍ରୀମାନଙ୍କର ୨୦୨୦-୨୧ ଶିକ୍ଷାବର୍ଷରେ ଦେଖାଯାଇଥିବା ବିଭିନ୍ନ ପ୍ରତିବନ୍ଧକ ଗୁଡ଼ିକର ମୁକାବିଲା କରିବା ଏବଂ ନିକଟରେ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଯାଉଥିବା ସମସ୍ତ ୨୧୮ ଛାତ୍ର କିପରି ସଫଳତାର ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ, ସେଥିନେଇ ଆଲୋଚନାରେ ସମସ୍ତେ ନିଜନିଜର ମତ ରଖିଥିଲେ ।

ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସମସ୍ତ ବିଷୟ ପାଇଁ ପ୍ରଶ୍ନ ପତ୍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରସ୍ତୁତ କରି ଛାତ୍ରମାନଙ୍କର ଅଭ୍ୟାସ ପାଇଁ ବିନିଯୋଗ କରିବେ। ପ୍ରତି ସପ୍ତାହରେ ଏହି ଅଭ୍ୟାସମୂଳକ ପରୀକ୍ଷଣ କାର୍ୟ୍ୟ ଚାଲୁରହିବ। ଚଳିତ ବର୍ଷ ପରୀକ୍ଷାରେ ସିଲାବସ ହ୍ରାସ ହେବା ଓ ୮୦ ମାର୍କରୁ ପରୀକ୍ଷା ହେବା ପଦ୍ଧତିରେ ଯେପରି ବିଦ୍ୟାଳୟ ଶତପ୍ରତିଶତ ସଫଳତା ହାସଲ କରିବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପ୍ରତି ବିଷୟର ବୋର୍ଡ଼ ବିଶାରଦ ତଥା ବିଶେଷଜ୍ଞ ମାନଙ୍କୁ ନିମନ୍ତ୍ରଣ କରାଯାଇ, ଛାତ୍ର ମାନଙ୍କର ସନ୍ଦେହ ମୋଚନ କରାଯିବା ସହିତ, ପରୀକ୍ଷାରେ ସେମାନେ କିପରି ଚିନ୍ତାମୁକ୍ତ ହୋଇ ଲେଖିବେ ସେଦିଗରେ ପ୍ରେରଣା ଦିଆଯିବ ଓ ପରୀକ୍ଷା ପଦ୍ଧତି ସହ ସେମାନଙ୍କୁ ଭଲ ଭାବରେ ପରିଚିତ କରାଯିବ। ଏହି କ୍ରମରେ ବୋର୍ଡ଼ର ପୂର୍ବତନ ଗଣିତ ବିଶାରଦ ଡ଼ଃ ନଳିନୀକାନ୍ତ ମିଶ୍ର ଗତ ୧୦ ତାରିଖ ଓ ଭୂଗୋଳ ବିଶାରଦ ଶ୍ରୀ ଅମ୍ବିକା ପ୍ରସାଦ ଦାସ ୧୬ ତାରିଖ ଦିନ ଦଶମ ଶ୍ରେଣୀରେ ଉପସ୍ଥିତ ରହି, ଛାତ୍ର ମାନଙ୍କୁ ସମସ୍ତ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ଓ ଯଦି କାହାର କୌଣସି ଗଣିତ ସମ୍ବନ୍ଧୀୟ ସନ୍ଦେହ ଥିଲେ ସେମାନଙ୍କୁ ସିଧାସଳଖ ପଚାରି ସନ୍ଦେହ ମୋଚନ କରିପାରିବେ ବୋଲି ଆଶ୍ଵାସନା ମଧ୍ୟ ଦେଇଥିଲେ। ଏହି କାର୍ୟ୍ୟକ୍ରମକୁ ଡ଼ଃ ବିଜୟା ପାତ୍ର, ପ୍ରଧାନ ଶିକ୍ଷକ ଶ୍ରୀମତୀ ଶତପଥୀ ଏବଂ ବିଦ୍ୟାଳୟର ସମସ୍ତ ଗଣିତ ଓ ଭୂଗୋଳ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିବା ସହିତ, ଅନ୍ୟମାନେ ମଧ୍ୟ ସହଯୋଗ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର