ସୋସିଆଲ୍‌ ମିଡିଆରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଧମକ, ‘ଅପେକ୍ଷା କର ପିଠି ଚମଡା ଉତରେଇ ଦିଆଯିବ’

The Sakala Picture
Published On

ଭୁବନେଶ୍ବର : ପୁଣି ଥରେ ବିବାଦରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କିଛି ମାସ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ ମାରି, ଧମକ ଦେଇ ଚର୍ଚ୍ଚାକୁ ଆସିଥିବା ବିଶ୍ୱେଶ୍ୱରଙ୍କ ପୁଣିଥରେ ତାଙ୍କର ଦାଦାଗିରି ଦେଖାଇଛନ୍ତି। ଆଉ ଏଥର ଆମ୍ନାସାମ୍ନା ନୁହେଁ ସୋସିଆଲ ମିଡିଆରେ ଦାଦାଗିରି ଦେଖାଇ ଲୋକଙ୍କୁ ଝୁଲମଖୋଲା ଧମକ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଗତକାଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରସ୍ତାବିତ ରାସଗୋବିନ୍ଦପୁର ବିମାନବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି […]

ଭୁବନେଶ୍ବର : ପୁଣି ଥରେ ବିବାଦରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କିଛି ମାସ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମାଡ ମାରି, ଧମକ ଦେଇ ଚର୍ଚ୍ଚାକୁ ଆସିଥିବା ବିଶ୍ୱେଶ୍ୱରଙ୍କ ପୁଣିଥରେ ତାଙ୍କର ଦାଦାଗିରି ଦେଖାଇଛନ୍ତି। ଆଉ ଏଥର ଆମ୍ନାସାମ୍ନା ନୁହେଁ ସୋସିଆଲ ମିଡିଆରେ ଦାଦାଗିରି ଦେଖାଇ ଲୋକଙ୍କୁ ଝୁଲମଖୋଲା ଧମକ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଗତକାଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରସ୍ତାବିତ ରାସଗୋବିନ୍ଦପୁର ବିମାନବନ୍ଦର ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ଆଲୋଚନା କରିଥିବା ନେଇ ଫେସବୁକରେ ଏକ ପୋଷ୍ଟ କରିଥିଲେ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟି ନିଜ ଫେସବୁକ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେବା ପରେ ମୟୁରଭଂଜର ବହୁ ବୁଦ୍ଧିଜୀବୀ ନାନା ପ୍ରଶ୍ନ ଉଠାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପାରିବାପଣିଆ ନେଇ ମଧ୍ୟ କିଛି ଲୋକ ପ୍ରଶ୍ନ କରିଥିଲେ। ଆଉ ଯାହାକୁ ନେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମଥା ଗରମ ହୋଇଯାଇଥିଲା। ଯାହା ପରେ ନିଜର ଶାଳୀନତା ଭୁଲି ସୋସିଆଲ ମିଡିଆରେ ଲୋକଙ୍କୁ ଗାଳି କରିବା ଆରମ୍ଭ କରିଦେଲେ।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା


ସୋସିଆଲ ମିଡିଆରେ ଯିଏ ବି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପୋଷ୍ଟରେ କିଛି ତାଙ୍କ ବିପକ୍ଷରେ ଲେଖିଲେ ତାଙ୍କୁ ସେ ଗାଳି କରିବା ଆରମ୍ଭ କରିଦେଲେ। ଫେସବୁକ ପୋଷ୍ଟରେ ଯିଏ ଯାହା ପଚାରିଲେ ମାଡ ହେବ, ପିଠିରୁ ଚୋପା ଛାଡିଯିବ ଭଳି ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଶବ୍ଦରେ ଧମକ ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ । ଯେଉଁ ଜନତାଙ୍କ ଭୋଟରେ ସେ ଆଜି କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ଫେସବୁକରେ ଖୁବ ଧୁଲେଇ କରିଛନ୍ତି ବିଶ୍ୱେଶ୍ୱର । ମନ୍ତ୍ରୀଙ୍କ ଏଭଳି ଧମକପୂର୍ଣ୍ଣ ପୋଷ୍ଟର କିଛି ସ୍କ୍ରିନ ସଟ୍ ଏବେ ଭାଇରାଲ ହୋଇ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।ଜଣେ ଜନପ୍ରତିନିଧି ହୋଇ ଜନତାଙ୍କୁ ଏପରି ସୋସିଆଲ ମିଡିଆରେ ଗାଳି କରିବାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଛି।

ତାଙ୍କ ପୋଷ୍ଟରେ କିଏ କିଛି ରିଆକ୍ଟ କଲେ, ମନ୍ତ୍ରୀ ସିଧାସଳଖ ଧମକାଉଛନ୍ତି । କାହାକୁ ଜିଲ୍ଲାର ପରିଚୟ ମାଗୁଛନ୍ତି ତ ପୁଣି କାହାକୁ କହୁଛନ୍ତି, ତୁମ ଲେଖାରୁ ଜଣାପଡ଼ୁଛି, ତୁମେ ଏହି ଜିଲ୍ଲାର ନୁହଁ । ଏପିରିକି ମନ୍ତ୍ରୀ ମଧ୍ୟ ସୋସିଆଲ ମିଡିଆରେ ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିବାକୁ ପଛେଇନାହାଁନ୍ତି । ବିଶ୍ବେଶ୍ବର ତାଙ୍କ ବ୍ୟବହାର ପାଇଁ ସୋସିଆଲ ମିଡ଼ିଆରେ ଭୀଷଣ ଟ୍ରୋଲ ହେଉଛନ୍ତି । ପୂର୍ବରୁ ବାରିପଦାରେ ସରକାରୀ କମର୍ଚାରୀଙ୍କୁ ଧମକ ଏବଂ ପରେ ମାଡ଼ ମାରି ଥାନା, କୋର୍ଟ କଚେରୀ ଦୌଡ଼ିବା ପରେ ମଧ୍ୟ ତାଙ୍କ ବ୍ୟବହାରରେ ସୁଧାର ଆସିନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର