ଓଡ଼ିଶାରେ ପ୍ରତିଷ୍ଠା ହେବ ଦୁଇଟି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସକ୍ରିୟ ଭାବରେ ସିପିଏସ୍ଇଗୁଡ଼ିକ ମଧ୍ୟରେ ବଡ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରିବାକୁ ଯାଇ ଏନଏଲ୍ସିଆଇଏଲ୍ ଦ୍ୱାରା ଦେଶରେ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଯୋଜନାନୁଯାୟୀ, ମନ୍ତ୍ରଣାଳୟ ନିଭେଲି ଲିଗ୍ନାଇଟ୍ କର୍ପୋରେସନ୍ ଲିମିଟେଡ୍ (ଏନ୍‌ଏଲ୍‌ସିଆଇଏଲ୍‌) ଦେଶରେ ଦୁଇଟି ବିଦ୍ୟୁତ ପ୍ରକଳ୍ପ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଜରିଆରେ ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ଯୋଜନା ରଖିଛି। ଏନ୍‌ଏଲ୍‌ସିଆଇଏଲ୍ ଓଡିଶାର ତଲାବିରା ଏବଂ ଉତ୍ତରପ୍ରଦେଶର କାନପୁର ନିକଟସ୍ଥ […]

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସକ୍ରିୟ ଭାବରେ ସିପିଏସ୍ଇଗୁଡ଼ିକ ମଧ୍ୟରେ ବଡ ଧରଣର ବିବିଧକରଣକୁ ପ୍ରୋତ୍ସାହିତ କରିବାକୁ ଯାଇ ଏନଏଲ୍ସିଆଇଏଲ୍ ଦ୍ୱାରା ଦେଶରେ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଯୋଜନାନୁଯାୟୀ, ମନ୍ତ୍ରଣାଳୟ ନିଭେଲି ଲିଗ୍ନାଇଟ୍ କର୍ପୋରେସନ୍ ଲିମିଟେଡ୍ (ଏନ୍‌ଏଲ୍‌ସିଆଇଏଲ୍‌) ଦେଶରେ ଦୁଇଟି ବିଦ୍ୟୁତ ପ୍ରକଳ୍ପ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍) ଜରିଆରେ ଦୁଇଟି ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା ଯୋଜନା ରଖିଛି। ଏନ୍‌ଏଲ୍‌ସିଆଇଏଲ୍ ଓଡିଶାର ତଲାବିରା ଏବଂ ଉତ୍ତରପ୍ରଦେଶର କାନପୁର ନିକଟସ୍ଥ ଘାଟମପୁରଠାରେ ଦୁଇଟି ତାପଜ ବିଦ୍ୟୁତ୍ କେନ୍ଦ୍ର ର୍ନିମାଣ କରିବ। ଅପରପକ୍ଷେ କୋଲ ଇଣ୍ଡିଆ ଲିମିଟେଡ୍ ଏହାର ସହାୟକ କମ୍ପାନୀ ମହାନଦୀ ବେସିନ୍ ପାୱାର୍ ଲିମିଟେଡ୍(ଏମ୍‌ସିଏଲ୍) ଓଡ଼ିଶାର ବସୁନ୍ଧରା ଖଣି ନିକଟରେ ଏବଂ ମଧ୍ୟପ୍ରଦେଶର ଅମରକଣ୍ଟକ ନିକଟରେ ଦୁଇଟି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ଯୋଜନା ପ୍ରସ୍ତୁତ କରିଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଏନ୍‌ଏଲ୍‌ସିଆଇଏଲ୍ ଓଡିଶାର ତଲାବିରାଠାରେ ୨୪୦୦ ମେଗାୱାଟ୍‌ର ଏକ ପିଟ୍ହେଡ୍ ତାପଜ ବିଦ୍ୟୁତ୍ କେନ୍ଦ୍ର ର୍ନିମାଣ କରିବ। ଏହି ପ୍ରକଳ୍ପ ପାଇଁ ୧୯,୪୨୨ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି। ଏଥିରୁ ତାମିଲନାଡୁକୁ ୧୪୫୦ ମେଗାୱାଟ୍ ବିଦ୍ୟୁତ୍ ପୁଡୁଚେରୀକୁ ୧୦୦ ମେଗାୱାଟ୍ ଏବଂ କେରଳକୁ ୪୦୦ ମେଗାୱାଟ୍ ବିଦ୍ୟୁତ୍ ଯୋଗାଣ ହେବ। ଏହି ପ୍ରକଳ୍ପ ଚଳିତବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ଏବଂ ୨୦୨୮-୨୯ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି। ସେହିପରି ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍ ସହାୟକ କମ୍ପାନୀ, ମହାନଦୀ ବେସିନ୍ ପାୱାର୍ ଲିମିଟେଡ୍‌କୁ ଏକ ସମ୍ପୂର୍ଣ୍ଣ ନିଜସ୍ୱ ସହାୟକ କମ୍ପାନୀ ଭାବରେ ସ୍ଥାପନ କରିଛି। ଏମସିଏଲ୍ ଏହାର ବସୁନ୍ଧରା ଖଣି ନିକଟରେ ୧୬୦୦ ମେଗାୱାଟ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଏଥିରେ ଆନୁମାନିକ ୧୫୯୪୭ କୋଟି ଟଙ୍କା ମୂଲ୍ୟର ପିଟ୍‌ ହେଡ୍ ପ୍ଲାଣ୍ଟ ପାଇଁ ୪୦୦୦ ମେଗାୱାଟରୁ ଅଧିକ ଶକ୍ତି କ୍ରୟ ଚୁକ୍ତିନାମା ଲାଗି ବିଭିନ୍ନ ରାଜ୍ୟରୁ ଆଗ୍ରହ ପ୍ରକାଶ ପାଇଛି। ଏହି ପ୍ରକଳ୍ପର କାର୍ଯ୍ୟ ଆସନ୍ତାବର୍ଷର ମଧ୍ୟଭାଗରେ ଆରମ୍ଭ ହେବ। ଏହାକୁ ୨୦୨୮ରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp