ଦେବ୍ରୀଗଡ଼କୁ ଆସିବେ ୨ଟି ନୂଆ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

Madhusudan Das Picture
Published On

ଭୁବନେଶ୍ୱର: ଖୁବଶୀଘ୍ର ଦେବ୍ରୀଗଡ଼କୁ ଆସିବେ ୨ଟି ନୂଆ ବାଘ। ନିକଟ ଭବିଷ୍ୟତରେ ବାଘ ଆଣିବା ନେଇ ଯୋଜନା ଅଛି। ନ୍ୟାସନାଲ ଟାଏଗର କନଜରଭେସନ ସହ ଯୋଗାଯୋଗରେ ଅଛୁ। ମାତ୍ର ଦେବ୍ରିଗଡକୁ ବାଘ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ଦରକାର। ବାଘ ଆଣିବା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଜାରି ରଖିଥିିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଶିମିଳିପାଳକୁ ଯମୁନା ଏବଂ ଜିନତକୁ ଅଣାଯାଇଥିଲା। ମାତ୍ର ଏ ପର୍ଯ୍ୟନ୍ତ ବଂଶବୃଦ୍ଧିରେ ଆମେ ସଫଳତା ପାଇପାରିନୁ। ସେମାନେ ସୁରକ୍ଷିତ ଅଛନ୍ତି। ବଂଶବୃଦ୍ଧି ନେଇ ଭାଗ୍ୟ ଆମକୁ ସାଥ ଦେଇନି।  ବଂଶବୃଦ୍ଧି ନେଇ ପ୍ରୟାସ ଜାରି ରହିଛି। ଜିପିଏସ  ଟ୍ରାକିଙ୍ଗ କରାଯାଉଛି। କ୍ୟାମେରା ମାଧ୍ୟମରେ ମନିଟରିଙ୍ଗ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର