ଅପରେସନ୍ ଗଜରାଜ ବିଫଳ: ଅକାଳରେ ଚାଲିଗଲା ୨ ଜୀବନ, ଆଜି ଜୋବ୍ରାରୁ ମିଳିଲା ଦନ୍ତା ହାତୀର ମୃତଦେହ

The Sakala Picture
Published On

କଟକ: ଅପରେସନ୍ ଗଜରାଜ ବିଫଳ । ଓଡ୍ରାଫ୍, ବନ ବିଭାଗ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ୱେ ମୁଣ୍ଡଳିରୁ ଉଦ୍ଧାର ହୋଇ ପାରି ନ ଥିବା ଦନ୍ତାର ମୃତଦେହ ମିଳିଛି। ମୁଣ୍ଡଳିରୁ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇଥିବା ହାତୀର ମୃତଦେହ ଜୋବ୍ରା ଆନିକଟ ଠାରେ ଦେଖିବାକୁ ମିଳିଛି । ଜୋବ୍ରା ବ୍ୟାରେଜର ୨୪ ନମ୍ବର ଗେଟରେ ଲାଗିଛି ହାତୀର ମୃତଦେହ । ଉପରକୁ ହାତୀର ଗୋଡ଼ ଭାସୁଛି । ଶୁକ୍ରବାର ହାତୀପଲ ମହାନଦୀ ପାର୍ ବେଳେ […]

କଟକ: ଅପରେସନ୍ ଗଜରାଜ ବିଫଳ । ଓଡ୍ରାଫ୍, ବନ ବିଭାଗ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ୱେ ମୁଣ୍ଡଳିରୁ ଉଦ୍ଧାର ହୋଇ ପାରି ନ ଥିବା ଦନ୍ତାର ମୃତଦେହ ମିଳିଛି। ମୁଣ୍ଡଳିରୁ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇଥିବା ହାତୀର ମୃତଦେହ ଜୋବ୍ରା ଆନିକଟ ଠାରେ ଦେଖିବାକୁ ମିଳିଛି । ଜୋବ୍ରା ବ୍ୟାରେଜର ୨୪ ନମ୍ବର ଗେଟରେ ଲାଗିଛି ହାତୀର ମୃତଦେହ । ଉପରକୁ ହାତୀର ଗୋଡ଼ ଭାସୁଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଶୁକ୍ରବାର ହାତୀପଲ ମହାନଦୀ ପାର୍ ବେଳେ ଭାସି ଯାଇଥିଲେ । ୪ଟି ହାତୀ ଭାସି ଯାଇଥିବା ବେଳେ ଗୋଟିଏ ଦନ୍ତା ମୁଣ୍ଡଳି ବ୍ୟାରେଜରେ ଫସି ରହିଥିଲା । ଦନ୍ତାକୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ଗଜରାଜ । ଓଡ୍ରାଫର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ମହାନଦୀ ଗର୍ଭକୁ ଯାଇ ହାତୀକୁ କୂଳକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ହାତୀକୁ ଘଉଡ଼ାଇବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିଥିଲା ବୋଟଟି । ଏଥିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଓଡ୍ରାଫ୍ ଟିମର ସଦସ୍ୟ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରୁ ଭାସି ଯାଇଥିବା ହାତୀର ମୃତଦେହ ୪୦ ଘଣ୍ଟାରୁ ଅଧିକ ସମୟ ପରେ ଆଜି ଜୋବ୍ରାରୁ ଠାବ ହୋଇଛି ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

26 Sep 2021 By The Sakala

ଅପରେସନ୍ ଗଜରାଜ ବିଫଳ: ଅକାଳରେ ଚାଲିଗଲା ୨ ଜୀବନ, ଆଜି ଜୋବ୍ରାରୁ ମିଳିଲା ଦନ୍ତା ହାତୀର ମୃତଦେହ

କଟକ: ଅପରେସନ୍ ଗଜରାଜ ବିଫଳ । ଓଡ୍ରାଫ୍, ବନ ବିଭାଗ ଓ ଅଗ୍ନିଶମ ବାହିନୀର ସମସ୍ତ ପରିଶ୍ରମ ସତ୍ତ୍ୱେ ମୁଣ୍ଡଳିରୁ ଉଦ୍ଧାର ହୋଇ ପାରି ନ ଥିବା ଦନ୍ତାର ମୃତଦେହ ମିଳିଛି। ମୁଣ୍ଡଳିରୁ ଶୁକ୍ରବାର ସନ୍ଧ୍ୟାରେ ଭାସି ଯାଇଥିବା ହାତୀର ମୃତଦେହ ଜୋବ୍ରା ଆନିକଟ ଠାରେ ଦେଖିବାକୁ ମିଳିଛି । ଜୋବ୍ରା ବ୍ୟାରେଜର ୨୪ ନମ୍ବର ଗେଟରେ ଲାଗିଛି ହାତୀର ମୃତଦେହ । ଉପରକୁ ହାତୀର ଗୋଡ଼ ଭାସୁଛି ।

ଶୁକ୍ରବାର ହାତୀପଲ ମହାନଦୀ ପାର୍ ବେଳେ ଭାସି ଯାଇଥିଲେ । ୪ଟି ହାତୀ ଭାସି ଯାଇଥିବା ବେଳେ ଗୋଟିଏ ଦନ୍ତା ମୁଣ୍ଡଳି ବ୍ୟାରେଜରେ ଫସି ରହିଥିଲା । ଦନ୍ତାକୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ଗଜରାଜ । ଓଡ୍ରାଫର ଏକ ଟିମ୍ ରବର ବୋଟ୍ ସାହାଯ୍ୟରେ ମହାନଦୀ ଗର୍ଭକୁ ଯାଇ ହାତୀକୁ କୂଳକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲା ।

ହାତୀକୁ ଘଉଡ଼ାଇବା ବେଳେ ମହାନଦୀର ପ୍ରଖର ସ୍ରୋତରେ ଓଲଟି ପଡ଼ିଥିଲା ବୋଟଟି । ଏଥିରେ ସାମ୍ବାଦିକ ଅରିନ୍ଦମ ଦାସଙ୍କ ସହ ଓଡ୍ରାଫ୍ ଟିମର ସଦସ୍ୟ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୁଣ୍ଡଳିରୁ ଭାସି ଯାଇଥିବା ହାତୀର ମୃତଦେହ ୪୦ ଘଣ୍ଟାରୁ ଅଧିକ ସମୟ ପରେ ଆଜି ଜୋବ୍ରାରୁ ଠାବ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର