ଦିଲ୍ଲୀରେ ପହଞ୍ଚିଲା ଟୁଡୁ-ଓରାମ ପ୍ରସଙ୍ଗ, ବାରିପଦାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଗୋପନୀୟ ତଦନ୍ତ

The Sakala Picture
Published On

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଓ ସାଂସଦ ଜୁଏଲ୍‍ ଓରାମଙ୍କ ଆଚରଣକୁ ନେଇ ରାଜ୍ୟବ୍ୟାପୀ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ମନ୍ତ୍ରୀ ଓ ସାଂସଦ ପରି ଦାୟିତ୍ୱସମ୍ପନ୍ନ ପଦର ଅଧିକାରୀ ହୋଇଥିଲେ ହେଁ ଦୁହିଁଁଙ୍କ ଆଚରଣକୁ ନେଇ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ହାତ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼଼ ସାଂସଦ ଜୁଏଲ ଓରାମ ନିଜ ଦଳର ଜଣେ ମହିଳା କର୍ମୀଙ୍କୁ […]

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଓ ସାଂସଦ ଜୁଏଲ୍‍ ଓରାମଙ୍କ ଆଚରଣକୁ ନେଇ ରାଜ୍ୟବ୍ୟାପୀ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ମନ୍ତ୍ରୀ ଓ ସାଂସଦ ପରି ଦାୟିତ୍ୱସମ୍ପନ୍ନ ପଦର ଅଧିକାରୀ ହୋଇଥିଲେ ହେଁ ଦୁହିଁଁଙ୍କ ଆଚରଣକୁ ନେଇ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ହାତ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼଼ ସାଂସଦ ଜୁଏଲ ଓରାମ ନିଜ ଦଳର ଜଣେ ମହିଳା କର୍ମୀଙ୍କୁ ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ଜୁଏଲ ସୁନ୍ଦରଗଡ଼଼ ଜିଲ୍ଲା ଛାଡ଼ି ଅଜ୍ଞାତବାସରେ ଚାଲି ଯାଇଛନ୍ତି। ତାଙ୍କ ଟେଲିଫୋନ୍‍ ମଧ୍ୟ ବନ୍ଦ ରହିଛି। ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଦଳର ଦୁଇ ବରିଷ୍ଠ ନେତାଙ୍କ କାର୍ଯ୍ୟ ବିଜେପିକୁ ଦୁଇପାଦ ପଛକୁ ଠେଲି ଦେଇଛି। ଦୁଇ ନେତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ସେହିପରି ବିଜେପି ଦାୟିତ୍ୱରେ ଥିବା ସଂଘର ସଂଯୋଜକମାନେ ଏହି ଘଟଣାକୁ ଦଳର ଶୀର୍ଷ ନେତୃତ୍ୱ ଏବଂ ସଂଘ ମୁଖ୍ୟାଳୟକୁ ଅବଗତ କରିଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ମାଡ଼ମରା ଘଟଣାରେ ବିଶ୍ୱେଶ୍ୱର ଉଭୟ ଦଳ ଓ ଦଳ ବାହାରେ ସମାଲୋଚନାର ଶିକାର ହୋଇଛନ୍ତି। ଦଳ, ମତ ନିର୍ବିଶେଷରେ ସାଧାରଣରେ ମନ୍ତ୍ରୀଙ୍କ ଏପରି ଆଚରଣ ବିରୋଧରେ ସ୍ୱର ତେଜିବାରେ ଲାଗିଛି ଏବଂ ନିଜ ପଦରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର୍‍ ଧରିଛି। କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି ଉଭୟ ବିଜେପି ଓ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଉପରେ କଳା ବୋଳିଛି। ଏହିକ୍ରମରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମଙ୍ଗଳବାର ଘଟଣାର ଗୋପନ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଭୁବନେଶ୍ୱର ଶାଖାରୁ ୩ଜଣ ଅଧିକାରୀ ବାରିପଦା ପହଞ୍ଚି ଗୋପନୀୟ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରିବା ପରେ ପୁନଶ୍ଚ ଭୁବନେଶ୍ୱର ଫେରିଯାଇଛନ୍ତି। ତେବେ ଏହି ତଦନ୍ତ ପ୍ରକ୍ରିୟା ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ହୋଇଥିବାରୁ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ। ଅପରପକ୍ଷେ ପୂରା ଘଟଣାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି। ବିଜେଡି, କଂଗ୍ରେସ ଓ ଜେଏମଏମ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ୩ଦିନ ଧରି କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି। ସେହିପରି ଟାଉନଥାନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ରୁଜ୍ଜୁ ମାମଲା ତଦନ୍ତ ଜାରି ରହିଛି ବୋଲି ଟାଉନ ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଅନ୍ୟପକ୍ଷରେ ମହିଳା କର୍ମୀ ଗୋରୀ ମୁଣ୍ଡାରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଦେବା ଓ ଅଶାଳୀନ କଥାବାର୍ତ୍ତା କରିବାକୁ ନେଇ ବିବାଦରେ ପଡ଼ିଛନ୍ତି ସାଂସଦ ଜୁଏଲ ଓରାମ। ଦଳର ଜଣେ ବଡ଼ ନେତା ଭାବରେ ପରିଚିତ ଶ୍ରୀ ଓରାମଙ୍କ ଏପରି ଆଚରଣକୁ ନେଇ ସୁନ୍ଦରଗଡ଼଼ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଅନେକବାର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅଶୋଭନୀୟ ଆଚରଣକୁ ତାଙ୍କ ଦଳର କର୍ମୀମାନେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି। ଏହି ସ୍ଥିତିରେ ସାଂସଦ ମଧ୍ୟ ଜିଲ୍ଲାରୁ ଅନ୍ୟତ୍ର ଚାଲି ଯାଇଥିବା କୁହାଯାଉଛି। ତାଙ୍କ ସହ କର୍ମୀ, ଗଣମାଧ୍ୟମ ପ୍ରତିନିଧି ବା ପୁଲିସ କେହି ଯୋଗାଯୋଗ କରିପାରୁ ନାହାନ୍ତି। ଏପରିକି ଆଗୁଆ ଜାମିନ ପାଇଁ ସାଂସଦ ଉଦ୍ୟମ କରୁଥିବା ମଧ୍ୟ ତାଙ୍କର କିଛି ଘନିଷ୍ଠ ସହଯୋଗୀ କହୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛି। ମହିଳା ସୁରକ୍ଷାନେଇ ଦୀର୍ଘ ଭାଷଣ ମାରୁଥିବା ଦଳୀୟ ନେତାମାନେ ନିଜ ଦଳର ମହିଳାଙ୍କ ସୁରକ୍ଷା ନେଇ ପଦେ ବି ମୁହଁ ନ ଖୋଲିବା ଦଳର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

26 Jan 2022 By The Sakala

ଦିଲ୍ଲୀରେ ପହଞ୍ଚିଲା ଟୁଡୁ-ଓରାମ ପ୍ରସଙ୍ଗ, ବାରିପଦାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଗୋପନୀୟ ତଦନ୍ତ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ ଓ ସାଂସଦ ଜୁଏଲ୍‍ ଓରାମଙ୍କ ଆଚରଣକୁ ନେଇ ରାଜ୍ୟବ୍ୟାପୀ ପ୍ରକାଶ ପାଇଛି ତୀବ୍ର ପ୍ରତିକ୍ରିୟା। ମନ୍ତ୍ରୀ ଓ ସାଂସଦ ପରି ଦାୟିତ୍ୱସମ୍ପନ୍ନ ପଦର ଅଧିକାରୀ ହୋଇଥିଲେ ହେଁ ଦୁହିଁଁଙ୍କ ଆଚରଣକୁ ନେଇ ସ୍ୱାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ ମାଡ଼ରେ ଜଣେ ସରକାରୀ ଅଧିକାରୀଙ୍କ ହାତ ଭାଙ୍ଗିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ସୁନ୍ଦରଗଡ଼଼ ସାଂସଦ ଜୁଏଲ ଓରାମ ନିଜ ଦଳର ଜଣେ ମହିଳା କର୍ମୀଙ୍କୁ ଅଶ୍ଲୀଳ ଆଚରଣ ପ୍ରଦର୍ଶନ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ଜୁଏଲ ସୁନ୍ଦରଗଡ଼଼ ଜିଲ୍ଲା ଛାଡ଼ି ଅଜ୍ଞାତବାସରେ ଚାଲି ଯାଇଛନ୍ତି। ତାଙ୍କ ଟେଲିଫୋନ୍‍ ମଧ୍ୟ ବନ୍ଦ ରହିଛି। ପଞ୍ଚାୟତ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଦଳର ଦୁଇ ବରିଷ୍ଠ ନେତାଙ୍କ କାର୍ଯ୍ୟ ବିଜେପିକୁ ଦୁଇପାଦ ପଛକୁ ଠେଲି ଦେଇଛି। ଦୁଇ ନେତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ସେହିପରି ବିଜେପି ଦାୟିତ୍ୱରେ ଥିବା ସଂଘର ସଂଯୋଜକମାନେ ଏହି ଘଟଣାକୁ ଦଳର ଶୀର୍ଷ ନେତୃତ୍ୱ ଏବଂ ସଂଘ ମୁଖ୍ୟାଳୟକୁ ଅବଗତ କରିଥିବା ସୂଚନା ମିଳିଛି।

ମାଡ଼ମରା ଘଟଣାରେ ବିଶ୍ୱେଶ୍ୱର ଉଭୟ ଦଳ ଓ ଦଳ ବାହାରେ ସମାଲୋଚନାର ଶିକାର ହୋଇଛନ୍ତି। ଦଳ, ମତ ନିର୍ବିଶେଷରେ ସାଧାରଣରେ ମନ୍ତ୍ରୀଙ୍କ ଏପରି ଆଚରଣ ବିରୋଧରେ ସ୍ୱର ତେଜିବାରେ ଲାଗିଛି ଏବଂ ନିଜ ପଦରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି ଜୋର୍‍ ଧରିଛି। କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି ଉଭୟ ବିଜେପି ଓ କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଉପରେ କଳା ବୋଳିଛି। ଏହିକ୍ରମରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ମଙ୍ଗଳବାର ଘଟଣାର ଗୋପନ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଭୁବନେଶ୍ୱର ଶାଖାରୁ ୩ଜଣ ଅଧିକାରୀ ବାରିପଦା ପହଞ୍ଚି ଗୋପନୀୟ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ଅଧିକାରୀମାନେ ଘଟଣାର ଅନୁସନ୍ଧାନ କରିବା ପରେ ପୁନଶ୍ଚ ଭୁବନେଶ୍ୱର ଫେରିଯାଇଛନ୍ତି। ତେବେ ଏହି ତଦନ୍ତ ପ୍ରକ୍ରିୟା ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ହୋଇଥିବାରୁ ସମ୍ପୂର୍ଣ୍ଣ ସୂଚନା ମିଳିପାରିନାହିଁ। ଅପରପକ୍ଷେ ପୂରା ଘଟଣାକୁ ନେଇ ଜିଲ୍ଲା ରାଜନୀତି ସରଗରମ ହୋଇଛି। ବିଜେଡି, କଂଗ୍ରେସ ଓ ଜେଏମଏମ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ୩ଦିନ ଧରି କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି। ସେହିପରି ଟାଉନଥାନା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ରୁଜ୍ଜୁ ମାମଲା ତଦନ୍ତ ଜାରି ରହିଛି ବୋଲି ଟାଉନ ଆଇଆଇସି ବୀରେନ୍ଦ୍ର ସେନାପତି କହିଛନ୍ତି।

ଅନ୍ୟପକ୍ଷରେ ମହିଳା କର୍ମୀ ଗୋରୀ ମୁଣ୍ଡାରୀଙ୍କୁ ଅଶ୍ଲୀଳ ଇଙ୍ଗିତ ଦେବା ଓ ଅଶାଳୀନ କଥାବାର୍ତ୍ତା କରିବାକୁ ନେଇ ବିବାଦରେ ପଡ଼ିଛନ୍ତି ସାଂସଦ ଜୁଏଲ ଓରାମ। ଦଳର ଜଣେ ବଡ଼ ନେତା ଭାବରେ ପରିଚିତ ଶ୍ରୀ ଓରାମଙ୍କ ଏପରି ଆଚରଣକୁ ନେଇ ସୁନ୍ଦରଗଡ଼଼ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଅନେକବାର ସାଂସଦ ଭାବରେ ନିର୍ବାଚିତ ହୋଇଥିବା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଏପରି ଅଶୋଭନୀୟ ଆଚରଣକୁ ତାଙ୍କ ଦଳର କର୍ମୀମାନେ ମଧ୍ୟ ଗ୍ରହଣ କରିପାରୁ ନାହାନ୍ତି। ଏହି ସ୍ଥିତିରେ ସାଂସଦ ମଧ୍ୟ ଜିଲ୍ଲାରୁ ଅନ୍ୟତ୍ର ଚାଲି ଯାଇଥିବା କୁହାଯାଉଛି। ତାଙ୍କ ସହ କର୍ମୀ, ଗଣମାଧ୍ୟମ ପ୍ରତିନିଧି ବା ପୁଲିସ କେହି ଯୋଗାଯୋଗ କରିପାରୁ ନାହାନ୍ତି। ଏପରିକି ଆଗୁଆ ଜାମିନ ପାଇଁ ସାଂସଦ ଉଦ୍ୟମ କରୁଥିବା ମଧ୍ୟ ତାଙ୍କର କିଛି ଘନିଷ୍ଠ ସହଯୋଗୀ କହୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବିଜେପି ରାଜ୍ୟ ନେତୃତ୍ୱ ମଧ୍ୟ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରୁଛି। ମହିଳା ସୁରକ୍ଷାନେଇ ଦୀର୍ଘ ଭାଷଣ ମାରୁଥିବା ଦଳୀୟ ନେତାମାନେ ନିଜ ଦଳର ମହିଳାଙ୍କ ସୁରକ୍ଷା ନେଇ ପଦେ ବି ମୁହଁ ନ ଖୋଲିବା ଦଳର ଭାବମୂର୍ତ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp