୧୧ କେଭି ତାର ସଂସ୍ପର୍ଶରେ ଆସି ଟ୍ରକ ଡ୍ରାଇଭର ମୃତ
ଜଳେଶ୍ୱର: ଜଳେଶ୍ଵର ଥାନା ଆମ୍ବଳିଅଠା ଶିବ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଦୁଃଖଦ ଘଟଣା ଘଟି ଯାଇଛି । ଆମ୍ବଳିଅଠା ଛକଠାରୁ ନଛିମପୁର ଗ୍ରାମକୁ ଏକ ଟ୍ରକ ଯୋଗେ ଧାନ କଟା ମେସିନ ଗ୍ରାମର ହେମନ୍ତ କୁମାର ସିଂ ଆଣୁଥିବା ସମୟରେ ରାତି ପ୍ରାୟ ୩.୩୦ ମିନିଟ ସମୟରେ ଡ୍ରାଇଭରର ଅସାବଧାନତା ଯୋଗୁଁ ଟ୍ରକ ଟି ୧୧ କେଭି ତାର ସଂସ୍ପର୍ଶରେ ଆସି ଯାଇଥିଲା। ତେବେ ଡ୍ରାଇଭର ଜଣକ ବହୁତ ଚେଷ୍ଟା କରି ମଧ୍ୟ ଟ୍ରକ ଭିତରୁ […]
ଜଳେଶ୍ୱର: ଜଳେଶ୍ଵର ଥାନା ଆମ୍ବଳିଅଠା ଶିବ ମନ୍ଦିର ନିକଟରେ ବିଳମ୍ବିତ ରାତିରେ ଦୁଃଖଦ ଘଟଣା ଘଟି ଯାଇଛି । ଆମ୍ବଳିଅଠା ଛକଠାରୁ ନଛିମପୁର ଗ୍ରାମକୁ ଏକ ଟ୍ରକ ଯୋଗେ ଧାନ କଟା ମେସିନ ଗ୍ରାମର ହେମନ୍ତ କୁମାର ସିଂ ଆଣୁଥିବା ସମୟରେ ରାତି ପ୍ରାୟ ୩.୩୦ ମିନିଟ ସମୟରେ ଡ୍ରାଇଭରର ଅସାବଧାନତା ଯୋଗୁଁ ଟ୍ରକ ଟି ୧୧ କେଭି ତାର ସଂସ୍ପର୍ଶରେ ଆସି ଯାଇଥିଲା। ତେବେ ଡ୍ରାଇଭର ଜଣକ ବହୁତ ଚେଷ୍ଟା କରି ମଧ୍ୟ ଟ୍ରକ ଭିତରୁ ବାହାରକୁ ବାହାରିପାରି ନ ଥିଲେ ଏବଂ ଗାଡ଼ି ଭିତରେ ଡ୍ରାଇଭର ମୃତ୍ୟୁ ବରଣ କରିଥିଲେ। ତେବେ ଉକ୍ତ ଖବର ଗାଡ଼ି ମାଲିକ ଜାଣିପାରି ତୁରନ୍ତ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହିତ ଟ୍ରକ ଏବଂ ଧାନ କଟା ମେସିନକୁ ସେଠାରୁ ହଟାଇ ଦେବାରେ ସଫଳ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତକ ଡ୍ରାଇଭର ଜଣକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନସ୍ଥ ଜାମ୍ବନିଆ ଗ୍ରାମର ସନାତନ ସାହୁ (୪୦)ବୋଲି ଜଣାପଡିଛି।