କାଲି ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ପାଇଁ ଲାଗୁ ହେଲା ଟ୍ରାଫିକ୍‌ କଟକଣା; ଜାଣନ୍ତୁ, କେଉଁ ରୁଟ୍‌ରେ ଯିବେ…..

The Sakala Picture
Published On

ଭୁବନେଶ୍ବର : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅଧୀନରେ ୫୦୦୦ ଟଙ୍କାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରେରଣ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ସିଧାସଳଖ […]

ଭୁବନେଶ୍ବର : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ଯୋଜନା ଅଧୀନରେ ୫୦୦୦ ଟଙ୍କାର ପ୍ରଥମ କିସ୍ତି ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ପ୍ରେରଣ କରାଯିବ। ଏହାସହ ପ୍ରଧାନମନ୍ତ୍ରୀ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କ ଗୃହ ପ୍ରବେଶ କରାଇବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଜେଲ୍‌ରେ ପଡ଼ିଲା ହାତଗଣ୍ଠି, ଜୀବନସାଥୀ ହେଲେ ଦୁଇ ବିଚାରାଧୀନ କଏଦୀ

ଆସନ୍ତାକାଲି ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ସେ ସିଧାସଳଖ ମଞ୍ଚେଶ୍ୱର ନିକଟସ୍ଥ ଗାଢ଼କଣ ଯାଇ ସେଠାରେ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ। ସେଠାରୁ ପ୍ରଧାନମନ୍ତ୍ରୀ ୧୧ ଟା ୫୦ରେ ବାହାରି ୧୨ଟାରେ ଜନତା ମଇଦାନରେ ପହଞ୍ଚିବେ। ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ପ୍ରାୟ୨୮୦୦ କୋଟିର ରେଳ ପ୍ରକଳ୍ପ ଏବଂ ୧୦୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ସେହିପରି ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ହିତାଧିକାରୀଙ୍କୁ ଯୋଜନାର ପ୍ରଥମ କିସ୍ତି ଦେବା ସହ ୨୬ ଲକ୍ଷ ପିଏମ ଆବାସ ଗ୍ରାମୀଣ ଏବଂ ସହରାଞ୍ଚଳ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗୃହ ପ୍ରବେଶ କରାଇବେ। ଏହାସହ ସେ ଆବାସ ପ୍ଲସ୍‌ ୨୦୨୪ ଆପ୍‌କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରରେ ପ୍ରାୟ ଅଢେଇ ଘଣ୍ଟା ରହିବା ପରେ ପ୍ରଧାନମନ୍ତ୍ରୀ ୧.୨୫ ମିନିଟରେ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଟ୍ରାଫିକ୍‌ କଟକଣା ମଧ୍ୟ ଲଗାଯାଇଛି। ରାଜଧାନୀକୁ ହାଇଆଲର୍ଟ ଜାରି କରିବା ସହ ସୁରକ୍ଷା ଦାୟିତ୍ୱରେ ୮୧ ପ୍ଲାଟୁନ ଫୋର୍ସ ଓ ୨ କମ୍ପାନୀ ସିଆର୍‌‌ପିଏଫ୍‌‌ ଯବାନଙ୍କୁ ମୁତୟନ କରାଯିବ। ଏଥିସହ ଡିସିପି ଓ ଏସ୍‌‌ପି ପାହ୍ୟାର ୧୧ଜଣ ଅଧିକାରୀ, ୨୨ଜଣ ଅତିରିକ୍ତ ଡିସିପି, ଏସିପି/ଡିଏସ୍‌‌ପି ୬୬ଜଣ, ୧୨୦ ଇନ୍ସପେକ୍ଟର, ୫୦୦ ହୋମ୍‌‌ଗାର୍ଡ, ଏଏସ୍‌‌ଆଇ ଓ ଏସ୍‌‌ଆଇ ପାହ୍ୟାର ୩୦୦ରୁ ଅଧିକ ଏବଂ ୩୨୯ ଜଣ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। କୌଣସି ପ୍ରକାରର ଆତଙ୍କୀ ହମ୍‌‌ଲାକୁ ପ୍ରତିହତ କରିବା ଲାଗି ୩ଟି ୟୁନିଟ୍‌‌ ସ୍ପେଶାଲ ଟ୍ରାକ୍ଟିକାଲ, ଓଡ୍ରାଫ୍‌‌ ଟିମ୍‌‌, ଅଗ୍ନିଶମ ବିଭାଗ, ଡଗ୍‌‌ ସ୍କ୍ୱାଡ୍‌‌, ବମ୍‌‌ ସ୍କ୍ୱାଡ୍‌‌ ମୁତୟନ କରାଯିବେ।

ଭୁବନେଶ୍ବରରେ ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଟ୍ରାଫିକ୍‌ କଟକଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି। ଆସନ୍ତାକାଲି ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ କଟକଣା ରହିବ। କମିଶନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଛି ଟ୍ରାଫିକ ନିର୍ଦ୍ଦେଶନାମା ।

  • ଜୟଦେବ ବିହାର-ନାଲକୋ ଛକ-ଜୟଦେବ ବିହାର ରାସ୍ତାରେ କଟକଣା ବଳବତ୍ତର ରହିବ  । ଜୟଦେବ ବିହାର ଛକଠାରୁ ନାଲକୋ ଛକ ଓ ନାଲକୋ ଛକରୁ ଜୟଦେବ ବିହାର ମଧ୍ୟରେ ଓ ଏହାକୁ ଯୋଗାଯୋଗ କରୁଥିବା ଗଳି ରାସ୍ତାରେ ଯାନବାହନ ଯାତାୟତ କରିପାରିବ ନାହିଁ ।
  • ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ଡମଣା ଛକ ଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କ – ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟ ବିହାର ଦେଇ ଯାଇପାରିବେ କିମ୍ବା ଶିଖରଚଣ୍ଡି – ପଥରଗାଡିଆ – ଡ଼ିଏନ ସ୍କୁଲ – କଳିଙ୍ଗ ଷ୍ଟଡିଓ ଛକ – ଫାୟାର ଷ୍ଟେସନ ଛକ ହୋଇ ଯାଇପାରିବେ ।
  • ସେହିପରି ଜୟଦେବ ବିହାର ପଟୁ ନନ୍ଦନକାନନ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର- ସୈନିକ ସ୍କୁଲ – ଗୁରୁ କେଳୁ ଚରଣ ପାର୍କ ଦେଇ ଡମଣା ଛକ ହୋଇ ଯାଇପାରିବେ କିମ୍ବା ଫାୟାର ଷ୍ଟେସନ ଛକ – କଳିଙ୍ଗ ଷ୍ଟଡିଓ ଛକ – ଡ଼ିଏନ ସ୍କୁଲ – ପଥରଗାଡିଆ – ଶିଖରଚଣ୍ଡି ହୋଇ ଯାଇପାରିବେ ।
  •  କଟକ ପଟୁ ଆସୁଥିବା ଗାଡି ଏନଏଚ – ୩୧୬ ଦେଇ ଭୁବନେଶ୍ବର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ ।
  • ବେହେରା ସାହି ପଟୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହାନ ଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହି ଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ । ଏହି ସମୟରେ କଟକ ପଟୁ ଆସୁଥ‌ିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭର ବ୍ରିଜ ଶେଷ ଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ।
  • ସେହିପରି ବରମୁଣ୍ଡା ପଟୁ ଆସୁଥିବା ଯାନବାହାନ ଗୁଡିକ କ୍ରାଉନ ହୋଟେଲ ଠାରୁ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ । ଜରୁରୀ କାଳୀନ ସେବାରେ ନିୟୋଜିତ ଥିବା (ଫାୟାର ଓ ଆସୁଲାନ୍ସ ) ଯାନବାହାନ ଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।
16 Sep 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର