ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନ ସହ ୭ ଶହ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

The Sakala Picture
Published On

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଜିଲ୍ଲାର କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭ ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁକୁନ୍ଦିସ୍ଥିତ ଖେଳ ପଡିଆ ଏବେ ପ୍ରସ୍ତୁତ ହୋଇସାରିଛି । ସେପଟେ , ଦୀର୍ଘ ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ […]

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଜିଲ୍ଲାର କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭ ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁକୁନ୍ଦିସ୍ଥିତ ଖେଳ ପଡିଆ ଏବେ ପ୍ରସ୍ତୁତ ହୋଇସାରିଛି । ସେପଟେ , ଦୀର୍ଘ ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଜିଲ୍ଲା ବ୍ୟାପି ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ OAV ପ୍ରିନ୍ସପାଲ୍, SHG ମହିଳାଙ୍କ ବିଲ୍‌ କରିବା ପାଇଁ ନେଉଥିଲେ ୧୦ ହଜାର ଲାଞ୍ଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଆସନ୍ତାକାଲି ସକାଳ ୯ଟା ୪୫ ମିନିଟ୍‌ରେ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୫ ମିନିଟ୍‌ରେ ସେଠାରୁ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ଆସି ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ଆଉ ଜମାଦାରପାଲିରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଆହୁରି ପଢ଼ନ୍ତୁ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ଧନକଉଡା ବ୍ଳକର ଦ୍ବୀପ ଭାବେ ପରିଚିତ ଥିବା କୁଦଗୁଣ୍ଡେରପୁରକୁ ନିର୍ମିତ ସେତୁର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୋଶାଳାର ସୈନିକ ସ୍କୁଲ କୋଠାର ଲୋକାର୍ପଣ ସହିତ ବୁର୍ଲାର ପାରା ମେଡିକାଲ ହଷ୍ଟେଲ କୋଠାର ମଧ୍ୟ ଉଦଘାଟନ କରିବେ । ସେହିପରି ଜିଲ୍ଲାର ଅନେକ ସିଏମ୍‌ସି ଏବଂ ପିଏଚସି କୋଠା ସମେତ ଜମନକିରାର ଶଙ୍ଖଭାଙ୍ଗୁଣୀ ନାଲା ଏବଂ ସମ୍ବଲପୁରର ସରଲା ନାଲା ସେତୁ ପାଇଁ ଶିଳାନ୍ୟାସରକାର୍ଯ୍ୟକ୍ରମ ରହିଛି । ଏହାବାଦ୍ ଫାଶିମାଲରୁ ଲଇଡା ରାସ୍ତା ସମେତ ବହୁ ରାସ୍ତା , ପାନୀୟଜଳ , ଶିକ୍ଷାନୁଷ୍ଠାନ ଆଦି ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ପରେ ପୁଣି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନକାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

01 Nov 2021 By The Sakala

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନ ସହ ୭ ଶହ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଜିଲ୍ଲାର କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭ ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁକୁନ୍ଦିସ୍ଥିତ ଖେଳ ପଡିଆ ଏବେ ପ୍ରସ୍ତୁତ ହୋଇସାରିଛି । ସେପଟେ , ଦୀର୍ଘ ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଜିଲ୍ଲା ବ୍ୟାପି ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଆସନ୍ତାକାଲି ସକାଳ ୯ଟା ୪୫ ମିନିଟ୍‌ରେ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୫ ମିନିଟ୍‌ରେ ସେଠାରୁ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ଆସି ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ଆଉ ଜମାଦାରପାଲିରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ଧନକଉଡା ବ୍ଳକର ଦ୍ବୀପ ଭାବେ ପରିଚିତ ଥିବା କୁଦଗୁଣ୍ଡେରପୁରକୁ ନିର୍ମିତ ସେତୁର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୋଶାଳାର ସୈନିକ ସ୍କୁଲ କୋଠାର ଲୋକାର୍ପଣ ସହିତ ବୁର୍ଲାର ପାରା ମେଡିକାଲ ହଷ୍ଟେଲ କୋଠାର ମଧ୍ୟ ଉଦଘାଟନ କରିବେ । ସେହିପରି ଜିଲ୍ଲାର ଅନେକ ସିଏମ୍‌ସି ଏବଂ ପିଏଚସି କୋଠା ସମେତ ଜମନକିରାର ଶଙ୍ଖଭାଙ୍ଗୁଣୀ ନାଲା ଏବଂ ସମ୍ବଲପୁରର ସରଲା ନାଲା ସେତୁ ପାଇଁ ଶିଳାନ୍ୟାସରକାର୍ଯ୍ୟକ୍ରମ ରହିଛି । ଏହାବାଦ୍ ଫାଶିମାଲରୁ ଲଇଡା ରାସ୍ତା ସମେତ ବହୁ ରାସ୍ତା , ପାନୀୟଜଳ , ଶିକ୍ଷାନୁଷ୍ଠାନ ଆଦି ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ପରେ ପୁଣି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନକାର୍ଯ୍ୟକ୍ରମ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର