ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନ ସହ ୭ ଶହ କୋଟି ପ୍ରକଳ୍ପର କରିବେ ଶୁଭାରମ୍ଭ

The Sakala Picture
Published On

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଜିଲ୍ଲାର କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭ ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁକୁନ୍ଦିସ୍ଥିତ ଖେଳ ପଡିଆ ଏବେ ପ୍ରସ୍ତୁତ ହୋଇସାରିଛି । ସେପଟେ , ଦୀର୍ଘ ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ […]

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତରେ ଆସୁଛନ୍ତି । ଜିଲ୍ଲାର କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ ବିଏସ୍‌କେୱାଇ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଏହାଛଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ ୭ ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ମୁକୁନ୍ଦିସ୍ଥିତ ଖେଳ ପଡିଆ ଏବେ ପ୍ରସ୍ତୁତ ହୋଇସାରିଛି । ସେପଟେ , ଦୀର୍ଘ ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଆସୁଥିବାରୁ ଜିଲ୍ଲା ବ୍ୟାପି ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ ଆସନ୍ତାକାଲି ସକାଳ ୯ଟା ୪୫ ମିନିଟ୍‌ରେ ବାହାରି ୯ଟା ୫୦ ମିନିଟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ୧୦ଟା ୩୫ ମିନିଟ୍‌ରେ ସେଠାରୁ ସ୍ବତନ୍ତ୍ର ଏୟାରକ୍ରାଫ୍ଟରେ ଆସି ଜମାଦାରପାଲି ଏୟାରଷ୍ଟ୍ରିପ୍‌ରେ ଅବତରଣ କରିବେ । ଆଉ ଜମାଦାରପାଲିରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କୁଚିଣ୍ଡା ସ୍ଥିତ ମୁକୁନ୍ଦି ପଡିଆରେ ଅବତରଣ କରିବେ । ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବେ । ଏହା ସହିତ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ଆହୁରି ପଢ଼ନ୍ତୁ: ପୁଅକୁ ଡାକ୍ତର କରିବାକୁ ପଣ: ଋଣ ଶୁଝିବା ଯାଏଁ ଏସ୍‌ଏଚ୍‌ଜି ନିକଟରେ ବାର୍ଦ୍ଧକ୍ୟ କାର୍ଡ ବନ୍ଧକ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡିଜିଟାଲ ମାଧ୍ୟମରେ ପ୍ରାୟ ୭ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ମୁଖ୍ୟତଃ ଧନକଉଡା ବ୍ଳକର ଦ୍ବୀପ ଭାବେ ପରିଚିତ ଥିବା କୁଦଗୁଣ୍ଡେରପୁରକୁ ନିର୍ମିତ ସେତୁର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୋଶାଳାର ସୈନିକ ସ୍କୁଲ କୋଠାର ଲୋକାର୍ପଣ ସହିତ ବୁର୍ଲାର ପାରା ମେଡିକାଲ ହଷ୍ଟେଲ କୋଠାର ମଧ୍ୟ ଉଦଘାଟନ କରିବେ । ସେହିପରି ଜିଲ୍ଲାର ଅନେକ ସିଏମ୍‌ସି ଏବଂ ପିଏଚସି କୋଠା ସମେତ ଜମନକିରାର ଶଙ୍ଖଭାଙ୍ଗୁଣୀ ନାଲା ଏବଂ ସମ୍ବଲପୁରର ସରଲା ନାଲା ସେତୁ ପାଇଁ ଶିଳାନ୍ୟାସରକାର୍ଯ୍ୟକ୍ରମ ରହିଛି । ଏହାବାଦ୍ ଫାଶିମାଲରୁ ଲଇଡା ରାସ୍ତା ସମେତ ବହୁ ରାସ୍ତା , ପାନୀୟଜଳ , ଶିକ୍ଷାନୁଷ୍ଠାନ ଆଦି ପ୍ରାୟ ୧୫୦ରୁ ଉର୍ଦ୍ଧ୍ଵ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ ପରେ ପୁଣି ଭୁବନେଶ୍ବର ପ୍ରତ୍ୟାବର୍ତ୍ତନକାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପୂଜା ଗେଟ୍ ଏବଂ ତୋରଣ ହଟାଇବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର