ଆସନ୍ତାକାଲି ଶ୍ରୀମନ୍ଦିର ଚାରିପାଖେ ଲାଗୁହେବ ୧୪୪, ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକ ଓ ପୟାଶ୍ରାଦ୍ଧକୁ ମନା

The Sakala Picture
Published On

ପୁରୀ : ଆସନ୍ତାକାଲି ଦୀପାବଳି। ପବିତ୍ର ଦୀପାବଳି ଅବସରରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ସହ ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକ ଓ ପୟାଶ୍ରାଦ୍ଧ ପାଇଁ ପୁରୀରେ  ଭିଡ ଲଗାଇଥାନ୍ତି। କିନ୍ତୁ କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଏଷବୁକୁ ବାରଣ କରିଛନ୍ତି।ଦୀପାବଳି ପୂର୍ବରୁ ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ଦିନ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ। ଦୀପାବଳିରେ […]

ପୁରୀ : ଆସନ୍ତାକାଲି ଦୀପାବଳି। ପବିତ୍ର ଦୀପାବଳି ଅବସରରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ସହ ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକ ଓ ପୟାଶ୍ରାଦ୍ଧ ପାଇଁ ପୁରୀରେ  ଭିଡ ଲଗାଇଥାନ୍ତି। କିନ୍ତୁ କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଏଷବୁକୁ ବାରଣ କରିଛନ୍ତି।ଦୀପାବଳି ପୂର୍ବରୁ ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ଦିନ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ଶ୍ରଦ୍ଧାଳୁ କାଉଁରିଆ କାଠି ଜାଳି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଓ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ୧୪୪ ଧାରା ଜାରି କରିଛି। ତେଣୁ ନଭେମ୍ବର ୪ ତାରିଖ ଭୋର ୪ଟାରୁ ମଧ୍ୟରାତ୍ର ଯାଏଁ କଟକଣା ବଳବତ୍ତର ରହିବ। ପ୍ରଦୂଷଣ ବୃଦ୍ଧି, କୋଭିଡ କଟକଣା ଉଲ୍ଲଂଘନ ଆଶଙ୍କାରେ କଟକଣା ଲାଗୁ ହୋଇଛି। ଏଥି ସହିତ ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ବନ୍ଦ ରହିବ। ଉକ୍ତ ସମୟ ମଧ୍ୟରେ ସ୍ଵୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ। ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

03 Nov 2021 By The Sakala

ଆସନ୍ତାକାଲି ଶ୍ରୀମନ୍ଦିର ଚାରିପାଖେ ଲାଗୁହେବ ୧୪୪, ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକ ଓ ପୟାଶ୍ରାଦ୍ଧକୁ ମନା

ପୁରୀ : ଆସନ୍ତାକାଲି ଦୀପାବଳି। ପବିତ୍ର ଦୀପାବଳି ଅବସରରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ ସହ ସିଂହଦ୍ୱାର ସମ୍ମୁଖରେ ବଡ଼ବଡ଼ିଆ ଡାକ ଓ ପୟାଶ୍ରାଦ୍ଧ ପାଇଁ ପୁରୀରେ  ଭିଡ ଲଗାଇଥାନ୍ତି। କିନ୍ତୁ କରୋନା କଟକଣାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଏଷବୁକୁ ବାରଣ କରିଛନ୍ତି।ଦୀପାବଳି ପୂର୍ବରୁ ପୁରୀ ସହର ପାଇଁ ଜିଲ୍ଲା ପ୍ରଶାସନ କଟକଣା ଲଗାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ଦିନ ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ଲାଗୁ ହେବ।

ଦୀପାବଳିରେ ଶ୍ରୀମନ୍ଦିର ସିଂହଦ୍ବାର ସାମ୍ନାରେ ଶ୍ରଦ୍ଧାଳୁ କାଉଁରିଆ କାଠି ଜାଳି ପାରିବେ ନାହିଁ। ଶ୍ରୀମନ୍ଦିର ପ୍ରଶାସନ ସିଂହଦ୍ବାର ଓ ଶ୍ରୀମନ୍ଦିର ଚାରିପାର୍ଶ୍ବରେ ୧୪୪ ଧାରା ଜାରି କରିଛି। ତେଣୁ ନଭେମ୍ବର ୪ ତାରିଖ ଭୋର ୪ଟାରୁ ମଧ୍ୟରାତ୍ର ଯାଏଁ କଟକଣା ବଳବତ୍ତର ରହିବ। ପ୍ରଦୂଷଣ ବୃଦ୍ଧି, କୋଭିଡ କଟକଣା ଉଲ୍ଲଂଘନ ଆଶଙ୍କାରେ କଟକଣା ଲାଗୁ ହୋଇଛି। ଏଥି ସହିତ ଆସନ୍ତାକାଲି ସାଧାରଣ ଦର୍ଶନ ବନ୍ଦ ନିମନ୍ତେ ଶ୍ରୀମନ୍ଦିର ବନ୍ଦ ରହିବ। ଉକ୍ତ ସମୟ ମଧ୍ୟରେ ସ୍ଵୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶାନୁମତି ରହିବ। ଜରୁରୀକାଳୀନ ସେବା ପୂର୍ବଭଳି ଜାରି ରହିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର