ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: କାହିଁକି ପାଳନ ହୁଏ ଏହି ପର୍ବ , କ’ଣ ଏହାର ମାହାତ୍ମ୍ୟ

The Sakala Picture
Published On

ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି। ସଂହତି ଓ ସଦ୍‌ଭାବର ମହାନ୍‌ ଗଣପର୍ବ ଦୋଳପୂର୍ଣ୍ଣିମା ଫାଲ୍‌ଗୁନ ମାସରେ ଅନୁଷ୍ଠିତ ହୋଇଥାଏ। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ […]

ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି। ସଂହତି ଓ ସଦ୍‌ଭାବର ମହାନ୍‌ ଗଣପର୍ବ ଦୋଳପୂର୍ଣ୍ଣିମା ଫାଲ୍‌ଗୁନ ମାସରେ ଅନୁଷ୍ଠିତ ହୋଇଥାଏ। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ। ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଦୋଳଗୋବିନ୍ଦଙ୍କୁ କଞ୍ଚା ଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା ଦୋଳକୁ ରାଜଦୋଳ କୁହାଯାଉଥିବା ବେଳେ, ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ପାଳିତ ଦୋଳକୁ ପଞ୍ଚୁଦୋଳ କୁହାଯାଇଥାଏ। ପଞ୍ଚୁଦୋଳକୁ ପାଞ୍ଚଦିନିଆ ମହୋତ୍ସବ ବୋଲି କେହି କେହି କହିଥାନ୍ତି। ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ। ରଙ୍ଗ ହିଁ ସୌନ୍ଦର୍ଯ୍ୟର ପ୍ରତୀକ। ଆଧ୍ୟାମିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପ୍ରକୃତିର ଅନନ୍ତ ଅପୂର୍ବ ରୂପ ଛିଟାର ଅନୁଭବ, ସୁଖଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଥାଏ ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡ଼େ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ। ଅବିରର ମନମତାଣିଆ ସୁଗନ୍ଧ। ହୋଲି ପର୍ବ ପାଳନ ନେଇ ଅନେକ ପୌରାଣିକ କାହାଣୀ ରହିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଏଥିମଧ୍ୟରୁ ଏକ ପ୍ରମୁଖ ପୌରାଣିକ ଗାଥା ହେଉଛି, ହିରଣ୍ୟକଶିପୁ ଓ ପ୍ରହଲ୍ଲାଦ ଉପାଖ୍ୟାନ। ମହାବଳୀ, ପରାକ୍ରମୀ ଅସୁର ରାଜା ହିରଣ୍ୟକଶିପୁ ଗର୍ବ ଓ ଅହଂକାରର ବଶବର୍ତ୍ତୀ ହୋଇ ନିଜକୁ ଭଗବାନ ଭାବେ ପ୍ରତିଷ୍ଠା କରାଇବା ପାଇଁ ସଦା ଚେଷ୍ଟିତ ଥିଲା। ତାଙ୍କ ରାଜତ୍ୱ ସମୟରେ ପ୍ରଜାମାନେ ଭଗବାନଙ୍କୁ ସ୍ମରଣ କରିବା କିମ୍ୱା ପୂଜା କରିବା ନିଷିଦ୍ଧ କରାଯାଇଥିଲା। ରାଜାଙ୍କ ଆଦେଶ ନ ମାନି ଯିଏ ଈଶ୍ୱର ପୂଜା କରୁଥିଲା, ତାହାକୁ ଅତି କଠୋର ଦଣ୍ଡ ମିଳୁଥିଲା। ତେଣୁ ପ୍ରଜାମାନେ ଅନିଚ୍ଛା ସତ୍ତ୍ୱେ ହିରଣ୍ୟକଶିପୁକୁ ଦେବତା ଭାବେ ମାନି ତାଙ୍କର ପୂଜା କରୁଥିଲେ। ଏଭଳି ପ୍ରବଳ ପ୍ରତାପୀ ହିରଣ୍ୟକଶିପୁଙ୍କୁ ସଂହାର କରି ଧର୍ମ ସଂସ୍ଥାପନ ପାଇଁ ପ୍ରହଲ୍ଲାଦ ନାମକ ପୁତ୍ରଙ୍କ ଜନ୍ମ ହୋଇଥିଲା। ପ୍ରହଲ୍ଲାଦ ଶିଶୁ ସମୟରୁ ବିଷ୍ଣୁଭକ୍ତ ଥିଲେ। ହିରଣ୍ୟକଶିପୁ ଏ କଥା ଜାଣିବା ପରେ ପ୍ରହଲ୍ଲାଦଙ୍କୁ ବହୁବାର ବାରଣ କରିବା ସତ୍ତ୍ବେ ସେ ବିଷ୍ଣୁଭକ୍ତିରେ ଅଟଳ ରହିବାରୁ କ୍ରୋଧାନ୍ୱିତ ହୋଇ ସେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା। ନିଜର ପୁତ୍ର ହେଲେ ମଧ୍ୟ ତାଙ୍କୁ ବହୁବାର ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

ହିରଣ୍ୟକଶିପୁଙ୍କ ଭଉଣୀ ‘ହୋଲିକା’ ବରଦାନ ପାଇଥିଲେ ଯେ, ଅଗ୍ନି ତାଙ୍କର କୌଣସି କ୍ଷତି କରିପାରିବେ ନାହିଁ। ତେଣୁ ଏହି ବରଦାନ ଯୋଗୁଁ ହୋଲିକା ପ୍ରହଲ୍ଲାଦଙ୍କୁ କୋଳରେ ବସାଇବା ପରେ ଅଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାର ଏହି ଉପାୟ ମଧ୍ୟ ବିଫଳ ହୋଇଥିଲା। ଏଥିରେ ହୋଲିକା, ଅଗ୍ନିେର ଭସ୍ମ ହୋଇଯାଇଥÒଲେ। କିନ୍ତୁ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥାରେ ଥÒଲେ। ଏହି ପୌରାଣିକ ଗାଥା ଅନୁଯାୟୀ, ଅଧର୍ମର ବିନାଶ ଓ ଧର୍ମର ଜୟଯାତ୍ରାକୁ ସ୍ମରଣ କରିବା ପାଇଁ ହୋଲି ଉତ୍ସବ ପ୍ରାରମ୍ଭ ହୋଇଥିଲା। ‘ହୋଲିକା’ ନାଁ ରୁ ହୋଲି ଶବ୍ଦର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀମନ୍ଦିରରେ ପାଳନ ହେଉଥିବା ୧୨ଟି ଯାତ୍ରା ମଧ୍ୟରୁ ଦୋଳ ଏକ ପ୍ରମୁଖ ଉତ୍ସବ। ଏହି ଯାତ୍ରା ଫାଲ୍‌ଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପ୍ରତିପଦାରେ ଶେଷ ହୁଏ। ସାତଦିନ ଧରି ଏହି ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ। ପୂର୍ଣ୍ଣମୀ ଦିନ ଅର୍ଥାତ୍ ଦୋଳ ପୂର୍ଣ୍ଣମାରେ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ । ଏହି ଅବସରରେ ଶ୍ରୀଜିଉ ବହୁବିଧ ସ୍ବର୍ଣ୍ଣ ଅଳଙ୍କାର ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି।

07 Mar 2023 By The Sakala

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା: କାହିଁକି ପାଳନ ହୁଏ ଏହି ପର୍ବ , କ’ଣ ଏହାର ମାହାତ୍ମ୍ୟ

ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ମାଧୁର୍ଯ୍ୟକୁ ନେଇ ପାଳିତ ହୋଇଆସୁଥିବା ମହୋତ୍ସବଗୁଡ଼ିକ ମଧ୍ୟରେ ‘ଦୋଳଯାତ୍ରା ଓ ହୋଲି’ ଏକ ଶ୍ରେଷ୍ଠ ଗଣପର୍ବ। ଏହା ରାଧା-କୃଷ୍ଣ ଉପାସନାର ଏକ ଶ୍ରେଷ୍ଠ ପରମ୍ପରା ରୂପେ ଭାରତୀୟ ଜନଜୀବନରେ ଅପୂର୍ବ ମାଧୁର୍ଯ୍ୟର ବାର୍ତ୍ତା ପ୍ରଦାନ ପୂର୍ବକ ପ୍ରାଣେ ପ୍ରାଣେ ନବ ଉନ୍ମାଦନା ଭରିଦେବାରେ ବିଶେଷ ଭୂମିକା ନିର୍ବାହ କରିଛି। ସଂହତି ଓ ସଦ୍‌ଭାବର ମହାନ୍‌ ଗଣପର୍ବ ଦୋଳପୂର୍ଣ୍ଣିମା ଫାଲ୍‌ଗୁନ ମାସରେ ଅନୁଷ୍ଠିତ ହୋଇଥାଏ। ଫାଲ୍‌ଗୁନ ମାସ ଶୁକ୍ଳପକ୍ଷ ଦଶମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଦୋଳ ବିମାନରେ ବସାଇ ଗ୍ରାମ ପରିକ୍ରମା କରାଯାଏ। ଦୋଳିରେ ଝୁଲୁଥିବା ଗୋବିନ୍ଦଙ୍କୁ ଦର୍ଶନ କଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଦୋଳଗୋବିନ୍ଦଙ୍କୁ କଞ୍ଚା ଆମ୍ବ, ଗୁଡ଼, ଚଣା, ଅବିର, କ୍ଷୀର ଏବଂ ଅକ୍ଷତ ନୈବେଦ୍ୟ ରୂପରେ ଅର୍ପଣ କରାଯାଏ।

ଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ, ଯଥା-ରାଜଦୋଳ ଓ ପଞ୍ଚୁଦୋଳ। ଫାଲ୍‌ଗୁନ ଶୁକ୍ଳ ଦଶମୀଠାରୁ ଅନୁଷ୍ଠିତ ହୋଇ ପୂର୍ଣ୍ଣିମା ଦିନ ସମାପ୍ତ ପର୍ବକୁ ବା ଦୋଳକୁ ରାଜଦୋଳ କୁହାଯାଉଥିବା ବେଳେ, ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ କୃଷ୍ଣପଞ୍ଚମୀ ପର୍ଯ୍ୟନ୍ତ ପାଳିତ ଦୋଳକୁ ପଞ୍ଚୁଦୋଳ କୁହାଯାଇଥାଏ। ପଞ୍ଚୁଦୋଳକୁ ପାଞ୍ଚଦିନିଆ ମହୋତ୍ସବ ବୋଲି କେହି କେହି କହିଥାନ୍ତି। ଦୋଳପୂର୍ଣ୍ଣିମାର ପର ଦିନ ‘ହୋଲି’ ପର୍ବ ଅନୁଷ୍ଠିତ ହୋଇଥାଏ। ରଙ୍ଗ ହିଁ ସୌନ୍ଦର୍ଯ୍ୟର ପ୍ରତୀକ। ଆଧ୍ୟାମିକ ଚିନ୍ତା ଚେତନାର ପରିପ୍ରକାଶ, କ୍ଷଣିକ ପାଇଁ ହେଉ ପଛେ ପ୍ରକୃତିର ଅନନ୍ତ ଅପୂର୍ବ ରୂପ ଛିଟାର ଅନୁଭବ, ସୁଖଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଥାଏ ରଙ୍ଗର ପର୍ବ ହୋଲି। ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡ଼େ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ। ଅବିରର ମନମତାଣିଆ ସୁଗନ୍ଧ। ହୋଲି ପର୍ବ ପାଳନ ନେଇ ଅନେକ ପୌରାଣିକ କାହାଣୀ ରହିଛି।

ଏଥିମଧ୍ୟରୁ ଏକ ପ୍ରମୁଖ ପୌରାଣିକ ଗାଥା ହେଉଛି, ହିରଣ୍ୟକଶିପୁ ଓ ପ୍ରହଲ୍ଲାଦ ଉପାଖ୍ୟାନ। ମହାବଳୀ, ପରାକ୍ରମୀ ଅସୁର ରାଜା ହିରଣ୍ୟକଶିପୁ ଗର୍ବ ଓ ଅହଂକାରର ବଶବର୍ତ୍ତୀ ହୋଇ ନିଜକୁ ଭଗବାନ ଭାବେ ପ୍ରତିଷ୍ଠା କରାଇବା ପାଇଁ ସଦା ଚେଷ୍ଟିତ ଥିଲା। ତାଙ୍କ ରାଜତ୍ୱ ସମୟରେ ପ୍ରଜାମାନେ ଭଗବାନଙ୍କୁ ସ୍ମରଣ କରିବା କିମ୍ୱା ପୂଜା କରିବା ନିଷିଦ୍ଧ କରାଯାଇଥିଲା। ରାଜାଙ୍କ ଆଦେଶ ନ ମାନି ଯିଏ ଈଶ୍ୱର ପୂଜା କରୁଥିଲା, ତାହାକୁ ଅତି କଠୋର ଦଣ୍ଡ ମିଳୁଥିଲା। ତେଣୁ ପ୍ରଜାମାନେ ଅନିଚ୍ଛା ସତ୍ତ୍ୱେ ହିରଣ୍ୟକଶିପୁକୁ ଦେବତା ଭାବେ ମାନି ତାଙ୍କର ପୂଜା କରୁଥିଲେ। ଏଭଳି ପ୍ରବଳ ପ୍ରତାପୀ ହିରଣ୍ୟକଶିପୁଙ୍କୁ ସଂହାର କରି ଧର୍ମ ସଂସ୍ଥାପନ ପାଇଁ ପ୍ରହଲ୍ଲାଦ ନାମକ ପୁତ୍ରଙ୍କ ଜନ୍ମ ହୋଇଥିଲା। ପ୍ରହଲ୍ଲାଦ ଶିଶୁ ସମୟରୁ ବିଷ୍ଣୁଭକ୍ତ ଥିଲେ। ହିରଣ୍ୟକଶିପୁ ଏ କଥା ଜାଣିବା ପରେ ପ୍ରହଲ୍ଲାଦଙ୍କୁ ବହୁବାର ବାରଣ କରିବା ସତ୍ତ୍ବେ ସେ ବିଷ୍ଣୁଭକ୍ତିରେ ଅଟଳ ରହିବାରୁ କ୍ରୋଧାନ୍ୱିତ ହୋଇ ସେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲା। ନିଜର ପୁତ୍ର ହେଲେ ମଧ୍ୟ ତାଙ୍କୁ ବହୁବାର ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲା।

ହିରଣ୍ୟକଶିପୁଙ୍କ ଭଉଣୀ ‘ହୋଲିକା’ ବରଦାନ ପାଇଥିଲେ ଯେ, ଅଗ୍ନି ତାଙ୍କର କୌଣସି କ୍ଷତି କରିପାରିବେ ନାହିଁ। ତେଣୁ ଏହି ବରଦାନ ଯୋଗୁଁ ହୋଲିକା ପ୍ରହଲ୍ଲାଦଙ୍କୁ କୋଳରେ ବସାଇବା ପରେ ଅଗ୍ନି ସଂଯୋଗ କରାଯାଇଥିଲା। କିନ୍ତୁ ପ୍ରହଲ୍ଲାଦଙ୍କୁ ହତ୍ୟା କରିବାର ଏହି ଉପାୟ ମଧ୍ୟ ବିଫଳ ହୋଇଥିଲା। ଏଥିରେ ହୋଲିକା, ଅଗ୍ନିେର ଭସ୍ମ ହୋଇଯାଇଥÒଲେ। କିନ୍ତୁ ପ୍ରହଲ୍ଲାଦ ଅକ୍ଷତ ଅବସ୍ଥାରେ ଥÒଲେ। ଏହି ପୌରାଣିକ ଗାଥା ଅନୁଯାୟୀ, ଅଧର୍ମର ବିନାଶ ଓ ଧର୍ମର ଜୟଯାତ୍ରାକୁ ସ୍ମରଣ କରିବା ପାଇଁ ହୋଲି ଉତ୍ସବ ପ୍ରାରମ୍ଭ ହୋଇଥିଲା। ‘ହୋଲିକା’ ନାଁ ରୁ ହୋଲି ଶବ୍ଦର ଉତ୍ପତ୍ତି ବୋଲି କୁହାଯାଏ। ଶ୍ରୀମନ୍ଦିରରେ ପାଳନ ହେଉଥିବା ୧୨ଟି ଯାତ୍ରା ମଧ୍ୟରୁ ଦୋଳ ଏକ ପ୍ରମୁଖ ଉତ୍ସବ। ଏହି ଯାତ୍ରା ଫାଲ୍‌ଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ହୋଇ ଚୈତ୍ର କୃଷ୍ଣ ପ୍ରତିପଦାରେ ଶେଷ ହୁଏ। ସାତଦିନ ଧରି ଏହି ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୁଏ। ପୂର୍ଣ୍ଣମୀ ଦିନ ଅର୍ଥାତ୍ ଦୋଳ ପୂର୍ଣ୍ଣମାରେ ହୋଇଥାଏ ମହାପ୍ରଭୁଙ୍କ ସୁନାବେଶ । ଏହି ଅବସରରେ ଶ୍ରୀଜିଉ ବହୁବିଧ ସ୍ବର୍ଣ୍ଣ ଅଳଙ୍କାର ପିନ୍ଧି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର