ଆଜି ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ ଦେବସଭା

The Sakala Picture
Published On

ପୁରୀ: ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଦଶହରା ସନ୍ଧ୍ୟାରେ ମୃଣ୍ମୟୀ ଦୁର୍ଗା, ଗୋଷାଣୀ, ନାଗା, ସମ୍ପାତିଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଭସାଣି ଅନୁଷ୍ଠିତ ହୋଇଥାଏ। ଭସାଣୀ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ସବୁ ଦେବଦେବୀ ଏକତ୍ର ହୋଇଥାନ୍ତି। ଏହାକୁ ଗୋଷାଣୀ ଯାତ୍ରା କୁହାଯାଏ। ଏକାଦଶୀରେ ଶ୍ରୀମନ୍ଦିର ଚୁଡ଼ାକୁ ଦୀପ ଉଠିବା ପରେ ଗୋଟିକ ପରେ ଗୋଟିକ ମେଢ ଭସାଣୀ ପାଇଁ ଯାଇଥାନ୍ତି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗୁରୁବାର […]

ପୁରୀ: ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଦଶହରା ସନ୍ଧ୍ୟାରେ ମୃଣ୍ମୟୀ ଦୁର୍ଗା, ଗୋଷାଣୀ, ନାଗା, ସମ୍ପାତିଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଭସାଣି ଅନୁଷ୍ଠିତ ହୋଇଥାଏ। ଭସାଣୀ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ସବୁ ଦେବଦେବୀ ଏକତ୍ର ହୋଇଥାନ୍ତି। ଏହାକୁ ଗୋଷାଣୀ ଯାତ୍ରା କୁହାଯାଏ। ଏକାଦଶୀରେ ଶ୍ରୀମନ୍ଦିର ଚୁଡ଼ାକୁ ଦୀପ ଉଠିବା ପରେ ଗୋଟିକ ପରେ ଗୋଟିକ ମେଢ ଭସାଣୀ ପାଇଁ ଯାଇଥାନ୍ତି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗୁରୁବାର ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେବାର ଥିଲା। ହେଲେ ପୁରୀରେ ପ୍ରବଳ ବର୍ଷା ଯୋଗୁ ଏହି ଗୋସାଣୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଗ ଭଲ ରହିଲେ ଶୁକ୍ରବାର ଏହି ଗୋସାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଭସାଣୀ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ସହରର ସବୁ ଦେବଦେବୀ ଏକାଠି ହେବେ। ସେଠାରୁ ଜଣକ ପରେ ଜଣେ ଭସାଣୀ ପାଇଁ ଯାତ୍ରା କରିବେ ବୋଲି ଉପଜିଲ୍ଲାପାଳ ସାହୁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ

07 Oct 2022 By The Sakala

ଆଜି ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ ଦେବସଭା

ପୁରୀ: ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ଦଶହରା ସନ୍ଧ୍ୟାରେ ମୃଣ୍ମୟୀ ଦୁର୍ଗା, ଗୋଷାଣୀ, ନାଗା, ସମ୍ପାତିଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ ରୀତିନୀତିରେ ଭସାଣି ଅନୁଷ୍ଠିତ ହୋଇଥାଏ। ଭସାଣୀ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ସବୁ ଦେବଦେବୀ ଏକତ୍ର ହୋଇଥାନ୍ତି। ଏହାକୁ ଗୋଷାଣୀ ଯାତ୍ରା କୁହାଯାଏ। ଏକାଦଶୀରେ ଶ୍ରୀମନ୍ଦିର ଚୁଡ଼ାକୁ ଦୀପ ଉଠିବା ପରେ ଗୋଟିକ ପରେ ଗୋଟିକ ମେଢ ଭସାଣୀ ପାଇଁ ଯାଇଥାନ୍ତି। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଗୁରୁବାର ଗୋଷାଣୀ ଯାତ୍ରା ଅନୁଷ୍ଠିତ ହେବାର ଥିଲା। ହେଲେ ପୁରୀରେ ପ୍ରବଳ ବର୍ଷା ଯୋଗୁ ଏହି ଗୋସାଣୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଗ ଭଲ ରହିଲେ ଶୁକ୍ରବାର ଏହି ଗୋସାଣୀ ଯାତ୍ରା ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି। ଭସାଣୀ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ସହରର ସବୁ ଦେବଦେବୀ ଏକାଠି ହେବେ। ସେଠାରୁ ଜଣକ ପରେ ଜଣେ ଭସାଣୀ ପାଇଁ ଯାତ୍ରା କରିବେ ବୋଲି ଉପଜିଲ୍ଲାପାଳ ସାହୁ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର