ଓସିଏ ର୍ନିବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର

The Sakala Picture
Published On

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନକୁ ନେଇ ଆଜି ନାମାଙ୍କନ ପତ୍ର ଦାଖଲ ହେବ। ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ଗୋଟିଏ ପ୍ୟାନେଲ ଏଥିନିମନ୍ତେ ପ୍ରସ୍ତୁତ ହୋଇ ସାରିଛି। ସଭାପତି ଭାବେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି), ସମ୍ପାଦକ ଭାବେ ସଞ୍ଜୟ ବେହେରା ଏବଂ ଉପସଭାପତି ଭାବେ ପଙ୍କଜ ଲୋଚନ […]

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନକୁ ନେଇ ଆଜି ନାମାଙ୍କନ ପତ୍ର ଦାଖଲ ହେବ। ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ଗୋଟିଏ ପ୍ୟାନେଲ ଏଥିନିମନ୍ତେ ପ୍ରସ୍ତୁତ ହୋଇ ସାରିଛି। ସଭାପତି ଭାବେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି), ସମ୍ପାଦକ ଭାବେ ସଞ୍ଜୟ ବେହେରା ଏବଂ ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ।

ଆହୁରି ପଢ଼ନ୍ତୁ: ସ୍ୱାସ୍ଥ୍ୟସେବାର ଚରମ ଅବ୍ୟବସ୍ଥା: ପିଆର୍‌ଏମ୍‌ରେ ଅସୁସ୍ଥ ସ୍ତ୍ରୀଙ୍କୁ କାନ୍ଧରେ ବୋହିଲେ ସ୍ୱାମୀ

ଉକ୍ତ ପ୍ୟାନେଲରୁ ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଆପେକ୍ସ କାଉନସିଲ ସଦସ୍ୟ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ହେଲେ କୋଷାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିକାଶ ପ୍ରଧାନ ଏବଂ ନୃସିଂହ ଚରଣ ଚୌଧୁରୀଙ୍କ ନାମ ଚର୍ଚ୍ଚାରେ ରହିଛି। ଅପରପାର୍ଶ୍ବରେ ଓସିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା ହେବ କି ନାହିଁ ତାହା ଆଦୌ ସ୍ପଷ୍ଟ ହୋଇ ପାରୁନାହିଁ। ନବରଞ୍ଜନ ପଟ୍ଟନାୟକଙ୍କ ମତ ଏହି ପ୍ରସଙ୍ଗରେ ଆହୁରି ଦ୍ୱନ୍ଦ୍ବ ସୃଷ୍ଟି କରୁଛି। ଶୁକ୍ରବାର ନାମାଙ୍କନପତ୍ର ନିଶ୍ଚିତ ଭାବେ ଦାଖଲ କରିବି ବୋଲି କହିଛନ୍ତି ନବରଞ୍ଜନ। ହେଲେ ପ୍ରଣବ-ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କରିବି କିମ୍ବା ବିପକ୍ଷରେ ଯିବି ତାହା ଶୁକ୍ରବାର ଦିନ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ଉପସଭାପତି ପ୍ରାର୍ଥୀ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ ବୋଲି ଚର୍ଚ୍ଚା ଉଠିଥିଲା। ଏହି ଗୁଜବକୁ ପଙ୍କଜଲୋଚନ ଖଣ୍ଡନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଅସୁରକ୍ଷିତ ରାଜଧାନୀ: ଡେଲିଭରୀ ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

21 Oct 2022 By The Sakala

ଓସିଏ ର୍ନିବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନକୁ ନେଇ ଆଜି ନାମାଙ୍କନ ପତ୍ର ଦାଖଲ ହେବ। ସକାଳ ୧୦.୩୦ରୁ ଅପରାହ୍ନ ୫ଟା ମଧ୍ୟରେ ନାମାଙ୍କନ ଦାଖଲ କରିବାକୁ ପଡ଼ିବ। ୬ଟି ପଦବୀ ନିମନ୍ତେ ନିର୍ବାଚନ ହେବାକୁ ଥିବାବେଳେ ଗୋଟିଏ ପ୍ୟାନେଲ ଏଥିନିମନ୍ତେ ପ୍ରସ୍ତୁତ ହୋଇ ସାରିଛି। ସଭାପତି ଭାବେ ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି), ସମ୍ପାଦକ ଭାବେ ସଞ୍ଜୟ ବେହେରା ଏବଂ ଉପସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ।

ଉକ୍ତ ପ୍ୟାନେଲରୁ ଯୁଗ୍ମସମ୍ପାଦକ, କୋଷାଧ୍ୟକ୍ଷ ଏବଂ ଆପେକ୍ସ କାଉନସିଲ ସଦସ୍ୟ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ। ହେଲେ କୋଷାଧ୍ୟକ୍ଷ ପ୍ରାର୍ଥୀ ଭାବେ ବିକାଶ ପ୍ରଧାନ ଏବଂ ନୃସିଂହ ଚରଣ ଚୌଧୁରୀଙ୍କ ନାମ ଚର୍ଚ୍ଚାରେ ରହିଛି। ଅପରପାର୍ଶ୍ବରେ ଓସିଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା ହେବ କି ନାହିଁ ତାହା ଆଦୌ ସ୍ପଷ୍ଟ ହୋଇ ପାରୁନାହିଁ। ନବରଞ୍ଜନ ପଟ୍ଟନାୟକଙ୍କ ମତ ଏହି ପ୍ରସଙ୍ଗରେ ଆହୁରି ଦ୍ୱନ୍ଦ୍ବ ସୃଷ୍ଟି କରୁଛି। ଶୁକ୍ରବାର ନାମାଙ୍କନପତ୍ର ନିଶ୍ଚିତ ଭାବେ ଦାଖଲ କରିବି ବୋଲି କହିଛନ୍ତି ନବରଞ୍ଜନ। ହେଲେ ପ୍ରଣବ-ସଞ୍ଜୟଙ୍କ ପ୍ୟାନେଲକୁ ସମର୍ଥନ କରି ପ୍ରାର୍ଥୀପତ୍ର ଦାଖଲ କରିବି କିମ୍ବା ବିପକ୍ଷରେ ଯିବି ତାହା ଶୁକ୍ରବାର ଦିନ ଜଣାପଡ଼ିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଗୁରୁବାର ସନ୍ଧ୍ୟାରେ ଏକ ଗୁଜବ ସୃଷ୍ଟି ହୋଇଥିଲା। ଉପସଭାପତି ପ୍ରାର୍ଥୀ ପଙ୍କଜ ଲୋଚନ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିବେ ନାହିଁ ବୋଲି ଚର୍ଚ୍ଚା ଉଠିଥିଲା। ଏହି ଗୁଜବକୁ ପଙ୍କଜଲୋଚନ ଖଣ୍ଡନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର