ଶିମିଳିପାଳରେ କାଠ ମାଫିଆ, ଧକା ଦେଇ ମାଫିଆ ଚମ୍ପଟ

The Sakala Picture
Published On

ଉଦଳା: ଶିମିଳିପାଳରେ ଚୋରା କାଠ ମାଫିଆ ସକ୍ରିୟ ରହିଥିବା ବେଳେ ଗତ ରାତିରେ ଉଦଳା ବନାଞ୍ଚଳ ଅଧିନ ଗଧିମୋରା ନିକଟରେ ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ କରିବା ସହ ଗାଡି ଜବତ କରିଛନ୍ତି । ଏବଂ ଚାଳକକୁ ମଧ୍ୟ ଗିରଫ କରିଛି ବିଭାଗ । ଗିରଫ ଚାଳକ ବାଲେଶ୍ଵର ଜିଲ୍ଲା ସଜନାଗଡ଼ ଅଞ୍ଚଳର ମାନସ କୁଅଁର ବୋଲି ଜଣା ପଡିଛି । ଗତ ରାତିରେ ଚାରିଟି ପଲସର ରେ ଆଠ ଜଣ […]

ଉଦଳା: ଶିମିଳିପାଳରେ ଚୋରା କାଠ ମାଫିଆ ସକ୍ରିୟ ରହିଥିବା ବେଳେ ଗତ ରାତିରେ ଉଦଳା ବନାଞ୍ଚଳ ଅଧିନ ଗଧିମୋରା ନିକଟରେ ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ କରିବା ସହ ଗାଡି ଜବତ କରିଛନ୍ତି । ଏବଂ ଚାଳକକୁ ମଧ୍ୟ ଗିରଫ କରିଛି ବିଭାଗ । ଗିରଫ ଚାଳକ ବାଲେଶ୍ଵର ଜିଲ୍ଲା ସଜନାଗଡ଼ ଅଞ୍ଚଳର ମାନସ କୁଅଁର ବୋଲି ଜଣା ପଡିଛି । ଗତ ରାତିରେ ଚାରିଟି ପଲସର ରେ ଆଠ ଜଣ ମାଫିଆ ସୁରକ୍ଷା ଦେଇ ଶାଗୁଆନ ବୋଝେଇ ଗାଡିକୁ ଆଣୁଥିବା ସମୟରେ କୌଣସି ସୁତ୍ର ରୁ ଖବର ପାଇ ବନବିଭାଗ ଗଧିମୋରା ଛକ ନିକଟରେ ଚଢ଼ାଉ କରିଥିଲେ । ମାତ୍ର ଗାଡି ଟି ବନବିଭାଗ ଗାଡିକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ତେବେ ଗାଡିକୁ ଅଟକ ରଖିବା ସମୟରେ ସୁରକ୍ଷା ଦେଉଥିବା ମାଫିଆ ସମେତ କାଠ ବୋଝେଇ ଗାଡ଼ିରେ ଥିବା ମାଫିଆ ମଧ୍ୟ ଚମ୍ପଟ ମାରିଥିଲା । ତେବେ ଜୀବନ ସହ ବାଜି ଲଗାଇ ଶେଷରେ କାଠ ବୋଝେଇ ଗାଡି ଓ ଚାଳକ କୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ । ତେବେ ଚାଳକ ନିକଟରୁ ଏକ ଭୁଜାଲି ମଧ୍ୟ ଜବତ ହୋଇଛି । ତେବେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିବା ବେଳେ କିଛି କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ଏହି ଚଢ଼ାଉ ରେ ରେଞ୍ଜର ଅରୁଣ କୁମାର ବେହେରା, ସୌମ୍ୟା ସୁଚାରିତା ମହାପାତ୍ର , ଅଶୋକ ମାଝୀ, , ଅନନ୍ତ ଚରଣ ରାଉତ, ଅନନ୍ତ ନାରାୟଣ ଚୌଧୁରୀ , ଯଦୁନାଥ ସିଂ, ଅଜୟ କୁମାର ସାହୁ ମାନସ ବେହେରା , ଗୌତମ ନାୟକ , ପପୁ ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

28 Jan 2022 By The Sakala

ଶିମିଳିପାଳରେ କାଠ ମାଫିଆ, ଧକା ଦେଇ ମାଫିଆ ଚମ୍ପଟ

ଉଦଳା: ଶିମିଳିପାଳରେ ଚୋରା କାଠ ମାଫିଆ ସକ୍ରିୟ ରହିଥିବା ବେଳେ ଗତ ରାତିରେ ଉଦଳା ବନାଞ୍ଚଳ ଅଧିନ ଗଧିମୋରା ନିକଟରେ ଚଢ଼ାଉ ବେଳେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ କରିବା ସହ ଗାଡି ଜବତ କରିଛନ୍ତି । ଏବଂ ଚାଳକକୁ ମଧ୍ୟ ଗିରଫ କରିଛି ବିଭାଗ । ଗିରଫ ଚାଳକ ବାଲେଶ୍ଵର ଜିଲ୍ଲା ସଜନାଗଡ଼ ଅଞ୍ଚଳର ମାନସ କୁଅଁର ବୋଲି ଜଣା ପଡିଛି । ଗତ ରାତିରେ ଚାରିଟି ପଲସର ରେ ଆଠ ଜଣ ମାଫିଆ ସୁରକ୍ଷା ଦେଇ ଶାଗୁଆନ ବୋଝେଇ ଗାଡିକୁ ଆଣୁଥିବା ସମୟରେ କୌଣସି ସୁତ୍ର ରୁ ଖବର ପାଇ ବନବିଭାଗ ଗଧିମୋରା ଛକ ନିକଟରେ ଚଢ଼ାଉ କରିଥିଲେ । ମାତ୍ର ଗାଡି ଟି ବନବିଭାଗ ଗାଡିକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା ।

ତେବେ ଗାଡିକୁ ଅଟକ ରଖିବା ସମୟରେ ସୁରକ୍ଷା ଦେଉଥିବା ମାଫିଆ ସମେତ କାଠ ବୋଝେଇ ଗାଡ଼ିରେ ଥିବା ମାଫିଆ ମଧ୍ୟ ଚମ୍ପଟ ମାରିଥିଲା । ତେବେ ଜୀବନ ସହ ବାଜି ଲଗାଇ ଶେଷରେ କାଠ ବୋଝେଇ ଗାଡି ଓ ଚାଳକ କୁ ଗିରଫ କରିବାରେ ସଫଳ ହୋଇଛି ବିଭାଗ । ତେବେ ଚାଳକ ନିକଟରୁ ଏକ ଭୁଜାଲି ମଧ୍ୟ ଜବତ ହୋଇଛି । ତେବେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିବା ବେଳେ କିଛି କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ । ଏହି ଚଢ଼ାଉ ରେ ରେଞ୍ଜର ଅରୁଣ କୁମାର ବେହେରା, ସୌମ୍ୟା ସୁଚାରିତା ମହାପାତ୍ର , ଅଶୋକ ମାଝୀ, , ଅନନ୍ତ ଚରଣ ରାଉତ, ଅନନ୍ତ ନାରାୟଣ ଚୌଧୁରୀ , ଯଦୁନାଥ ସିଂ, ଅଜୟ କୁମାର ସାହୁ ମାନସ ବେହେରା , ଗୌତମ ନାୟକ , ପପୁ ମହାକୁଡ଼ ପ୍ରମୁଖ ସାମିଲ ହୋଇଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର