ବିଜେପିର ୧୫ ଗଣିତ ଅଛିଣ୍ଡା, ସମ୍ଭାବ୍ୟ ବିଦ୍ରୋହକୁ ନେଇ ଚିନ୍ତାରେ ରାଜ୍ୟ ନେତୃତ୍ୱ
ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ଶାସକ ବିଜେଡି ପକ୍ଷରୁ ୧୪୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ବିଜେପି ୧୩୨ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅବଶିଷ୍ଟ ୧୫ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ଦଳକୁ ଏବେ ଟିକଟ ଟେନସନ୍ ଘାରିଛି। ଦୁଇ ପର୍ଯ୍ୟାୟରେ ବିଜେପି ବିଧାନସଭା ଟିକଟ ଘୋଷଣା କରିଥିବା ବେଳେ ଉପାନ୍ତରୁ ଉପକୂଳ ଯାଏଁ ସବୁଠାରେ ପ୍ରାର୍ଥିତ୍ୱକୁ […]
ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ଶାସକ ବିଜେଡି ପକ୍ଷରୁ ୧୪୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ବିଜେପି ୧୩୨ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଅବଶିଷ୍ଟ ୧୫ ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିବାକୁ ଥିବାବେଳେ ଦଳକୁ ଏବେ ଟିକଟ ଟେନସନ୍ ଘାରିଛି। ଦୁଇ ପର୍ଯ୍ୟାୟରେ ବିଜେପି ବିଧାନସଭା ଟିକଟ ଘୋଷଣା କରିଥିବା ବେଳେ ଉପାନ୍ତରୁ ଉପକୂଳ ଯାଏଁ ସବୁଠାରେ ପ୍ରାର୍ଥିତ୍ୱକୁ ନେଇ ବିରୋଧାଭାଷ ଜାରି ରହିଛି। ରାଜ୍ୟ କାର୍ଯ୍ୟାଳୟରେ ଅସନ୍ତୁଷ୍ଟ ଭଙ୍ଗାରୁଜା କରୁଥିବା ବେଳେ ଆଉ କିଛି ଟିକଟ ନିଷ୍ପତ୍ତିରେ ଖପ୍ପା ହୋଇ ଦଳ ଛାଡ଼ିଛନ୍ତି। ଏପରିସ୍ଥଳେ ବଳକା ଆସନରେ ଦଳ କିପରି ସବୁ ଆଶାୟୀଙ୍କୁ ବୁଝାସୁଝା କରି ଟିକଟ ଦେବ ସେନେଇ ଅଙ୍କ କଷୁଛନ୍ତି।
ସେହିପରି ଦଳ ବଦଳ କରି ଆସିଥିବା ନେତାଙ୍କୁ ଥଇଥାନ କରିବା ବିଜେପି ପାଇଁ ପ୍ରମୁଖ ଆହ୍ୱାନ ପାଲଟିଛି। ପୂର୍ବରୁ ରାଜ୍ୟ ବିଜେପି ନିର୍ବାଚନ ପ୍ରବାରୀ ବିଜୟ ପାଲ୍ ସିଂ ତୋମାର ଏପ୍ରିଲ ୨୦ ତାରିଖ ସୁଦ୍ଧା ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରାଯିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ମାତ୍ର ଉପରୋକ୍ତ ଏକାଧିକ କାରଣ ପାଇଁ ଦଳର ବଳକା ପ୍ରାର୍ଥୀ ଘୋଷଣା ବିଳମ୍ବ ହେଉଥିବା ଜଣାପଡ଼ିଛି। ଦଳ ଏଯାବତ୍ ତେଲକୋଇ, ଘଷିପୁରା, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ବେଗୁନିଆ, ଖୋର୍ଦ୍ଧା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ। କେତେକ ଆସନରେ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ବିଜେପି ପାଇଁ ଆହ୍ୱାନ ସୃଷ୍ଟି କରିଥିବା ବେଲେ ଆଉ କିଛି ଆସନରେ ଦଳ ଅନ୍ୟ ଦଳର ନେତାଙ୍କ ଉପରେ ଆଖି ରଖିଛି।
ସେହିପରି ଅନ୍ୟ ଦଳରୁ ଟିକଟ ନ ପାଇ ବିଜେପିରେ ଯୋଗ ଦେଇଥିବା ପ୍ରଶାନ୍ତ ଜଗଦେବ, ଅନୁଭବ ମହାନ୍ତି, ଅରିନ୍ଦମ ରାୟ, ଦେବାଶିଷ ନାୟକ ପରି ନେତାଙ୍କୁ ଦଳ ଶେଷ ପର୍ଯ୍ୟାୟରେ ଥଇଥାନ କରିବାକୁ ନିଷ୍ପତ୍ତି ନେଇଛି। ଯାହାକୁ ନେଇ ଦଳର ତୃଣମୂଳସ୍ତରର କର୍ମୀ ଅସନ୍ତୁଷ୍ଟ ଅଛନ୍ତି ଓ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛନ୍ତି। ଯଦି ଦଳ ଡିଆଁଙ୍କୁୁ ବଳକା ଆସନରେ ପ୍ରାର୍ଥୀ କରାଯାଏ ତେବେ ବଡ଼ ଧରଣର ବିଦ୍ରୋହ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଖୋର୍ଦ୍ଧାରୁ କାଳୁଚରଣ ଖଣ୍ଡାୟତରାୟ ପୂର୍ବରୁ ନିଜର ଟିକଟ କଟିବା ଆଶଙ୍କାରେ ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ବ୍ୟାପକ ହଙ୍ଗାମା ସୃଷ୍ଟି କରି ସାରିଛନ୍ତି। ଖୋର୍ଦ୍ଧାରେ କାଳୁ-ପ୍ରଶାନ୍ତ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ ଏହା ବିଜେପି ନେତୃତ୍ୱଙ୍କ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି।
ଅପରପକ୍ଷେ ଦଳ ଅନୁଭବ, ଅରିନ୍ଦମଙ୍କୁ କୋଉ ଆସନରେ ଥଇଥାନ କରିବ ତାହାକୁ ନେଇ ଏବେବି ନେତୃତ୍ୱ ସଂଶୟ ମଧ୍ୟରେ ରହିଛନ୍ତି ବୋଲି ଶୁଣିବାକୁ ମିଳିଛି। ଅପରପକ୍ଷେ ତେଲକୋଇ, ଘଷିପୁରା, ବେଗୁନିଆ, ଭଣ୍ଡାରିପୋଖରୀ ପରି ଆସନରେ ଦଳ ଏବେବି ନିଜ ଦଳର ନେତାଙ୍କ ଅପେକ୍ଷା ଅନ୍ୟ ଦଳରୁ ନେତାଙ୍କୁ ଆଣି ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ୧୩୨ ଜଣିଆ ପ୍ରାର୍ଥୀ ତାଲିକାକୁ ନେଇ ବିଜେପିର ଅସନ୍ତୋଷ, ପ୍ରତିବାଦ, ଭଙ୍ଗାରୁଜା ଏବଂ ବିଭିନ୍ନ ଜିଲ୍ଲାରେ ଧାରଣା ବିଜେପିର ସାଂଗଠନିକ ଦୁର୍ବଳତା ଏବଂ ନେତୃତ୍ୱଙ୍କ ପାରିବା ପଣିଆକୁ ପଦାରେ ପକାଇ ଦେଇଛି। ଏପରିସ୍ଥଳେ ବଳକା ୧୫ ଆସନରେ ଦଳ କାହାକୁ ପ୍ରାର୍ଥୀ କରୁଛି, ତାହା ଉପରେ ସମସ୍ତଙ୍କର ନଜର ରହିଛି।