ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା: ହଜାର ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀକୁଳ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷକରି ବାଙ୍କୀ ଓ ଆଠଗଡ଼ର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ଏଥିପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାବ୍ୟତୀତ ପୁରୀ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ବନ୍ୟା ପାଣି ଚାଷଜମିକୁ ମାଡ଼ି ଯାଇଛି। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀମାନେ ଏବେ […]

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷକରି ବାଙ୍କୀ ଓ ଆଠଗଡ଼ର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ଏଥିପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାବ୍ୟତୀତ ପୁରୀ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ବନ୍ୟା ପାଣି ଚାଷଜମିକୁ ମାଡ଼ି ଯାଇଛି। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି। ବନ୍ୟାଜଳ ବର୍ତ୍ତମାନ କମୁଥିବା ବେଳେ ସ୍ଥିତିରେ ଅନେକ ସୁଧାର ଆସିଛି। ଏପଟେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସବୁଆଡେ଼ ସ୍ଥିତି ସ୍ୱାଭାବିକ ହେଉଥିବା ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଭକ୍ତରଞ୍ଜନ ତ୍ରିପାଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ ବିଭାଗରେ ମାନବ ସମ୍ବଳ କମ୍‌ ରହିଛି, ଖାଲି ପଡ଼ିଛି ୩୩ ହଜାର ପଦବୀ: ଡିଜିପି

ସୂଚନା ଅନୁଯାୟୀ ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ-ବିଲିପଡ଼ା ରାସ୍ତାରେ ୪ ଫୁଟ ଉଚ୍ଚାରେ ପାଣି ଚାଲିବାରୁ ଆଜି ସକାଳେ ସେଠାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇ ପଡ଼ିଥିଲା। ସେହିପରି ବିଲିପଡ଼ା-ସିମିଳିପୁର-କୁଶବଙ୍କୀ ଅଞ୍ଚଳରେ ଚାଷଜମିରେ ପାଣି ମାଡ଼ିଯିବାରୁ ପରିବା ଚାଷ ନଷ୍ଟ ହୋଇଯାଇଛି। ସେହିପରି ବନ୍ୟା ଫଳରେ ଆଠଗଡ଼, ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକରେ ମଧ୍ୟ ଚାଷଜମିରେ ପାଣି ମାଡ଼ିଯିବାରୁ ସହ ସହ ସଂଖ୍ୟାରେ ଚାଷୀ ଚିନ୍ତାରେ ରହିଛନ୍ତି। କେବଳ ବାଙ୍କୀ କିମ୍ବା ଆଠଗଡ଼ ନୁହେଁ; ବାଲେଶ୍ୱର, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ମଧ୍ୟ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହାନଦୀ ପଠା ଅଞ୍ଚଳରେ ଥିବା କେତେକ ଗ୍ରାମରେ ମଧ୍ୟ ଚାଷଜମିରେ ପାଣି ପଶି ଯାଇଥିଲା। ସେହିପରି ତିର୍ତ୍ତୋଳ ମଣିଜଙ୍ଗା ରାସ୍ତାରେ ମଧ୍ୟ ଅଣ୍ଟାଏ ଉଚ୍ଚାର ପାଣି ଲହରି ମାରିବାରୁ ଯାତାୟତ ଠପ୍‌ ହୋଇଯାଇଥିଲା। ସେହିପରି ପୁରୀ ଜିଲ୍ଲାର ଦେବୀ ନଦୀରେ ଜଳସ୍ତର ବଢ଼ିବା କାରଣରୁ ଅସ୍ତରଙ୍ଗ ଅଞ୍ଚଳର ଶହ ଶହ ଏକର ଚାଷଜମିରେ ପାଣି ମାଡ଼ି ଯାଇଛି। ବାଲେଶ୍ୱର ବସ୍ତା ଅଞ୍ଚଳର ୫ ପଞ୍ଚାୟତର ୧୦୦ ଏକରରୁ ଅଧିକ ଜମିରେ ପାଣି ମାଡ଼ିଯିବା କାରଣରୁ ଚାଷୀ ବେଶ୍‌ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ ତଳି ସହ ଚାଷୀଙ୍କର ବିଶେଷ ଭାବେ ପରିବା ଏବଂ ନଳିତା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ମହାନଦୀରେ ଜଳ ପ୍ରବାହ ବହୁତ କମିଗଲାଣି। ମହାନଦୀର ଉପରେ ମୁଣ୍ଡରେ ମଧ୍ୟ ଇନ୍‌ଫ୍ଲୋ ଧିରେ ଧିରେ କମୁଛି। ଏହା ସହ ରୁଲ କର୍ଭର ଅନୁଧ୍ୟାନ କରାଯାଇ ହୀରାକୁଦରେ ୪ଟି ଗେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବାଙ୍କୀ, ଆଠଗଡ଼ର କେତେକ ଜଳମଗ୍ନ ହେବା ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ବାଙ୍କୀରେ ୩୧୭ ମିଲିମିଟର ବର୍ଷା ହୋଇଥିବା ବେଳେ ଆଠଗଡ଼ରେ ୨୪୮ ମିମିମିଟର ବର୍ଷା ହୋଇଥିଲା। ତେଣୁ ଅତ୍ୟଧିକ ବର୍ଷା କାରଣରୁ ତଳିଆ ଅଞ୍ଚଳର ପାଣି ମହାନଦୀକୁ ଡିସଚାର୍ଜ ହୋଇ ପାରିନଥିଲା। ସେଥିପାଇଁ ଏପରି ଅବସ୍ଥା ଦେଖାଦେଇଥିଲା ବୋଲି ଇଞ୍ଜିନିୟର ତ୍ରିପାଠୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି, ନୂଆ ଆବେଦନ କରିଛନ୍ତି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳା

ଅପରପକ୍ଷେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୪ ତାରିଖରେ ଉତ୍ତର ଓଡ଼ିସାର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାନେଇ କେନ୍ଦ୍ର ଆକଳନ କରିଛି। ସେହିପରି ୧୫ ଓ ୧୬ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ ଆସିଲା SoP, ଆଡମିଶନ ବେଳେ ଦେଇଥିବା ଟଙ୍କା ଫେରସ୍ତ ପାଇବେ ପିଲା

11 Aug 2024 By The Sakala

ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା: ହଜାର ହଜାର ଏକର ଚାଷଜମି କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀକୁଳ

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ବିଶେଷକରି ବାଙ୍କୀ ଓ ଆଠଗଡ଼ର ତଳିଆ ଅଞ୍ଚଳରେ ବନ୍ୟା ପାଣି ପ୍ରବେଶ କରିଥିବା ବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ଏଥିପାଇଁ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାବ୍ୟତୀତ ପୁରୀ, ବାଲେଶ୍ୱର, ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ମଧ୍ୟ ବନ୍ୟା ପାଣି ଚାଷଜମିକୁ ମାଡ଼ି ଯାଇଛି। ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେବାରୁ ଫସଲ ନଷ୍ଟ ହୋଇଥିବା ବେଳେ ଚାଷୀମାନେ ଏବେ ଚିନ୍ତାରେ ଅଛନ୍ତି। ବନ୍ୟାଜଳ ବର୍ତ୍ତମାନ କମୁଥିବା ବେଳେ ସ୍ଥିତିରେ ଅନେକ ସୁଧାର ଆସିଛି। ଏପଟେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ସବୁଆଡେ଼ ସ୍ଥିତି ସ୍ୱାଭାବିକ ହେଉଥିବା ନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଞ୍ଜିନିୟର ଭକ୍ତରଞ୍ଜନ ତ୍ରିପାଠୀ କହିଛନ୍ତି।

ସୂଚନା ଅନୁଯାୟୀ ବାଙ୍କୀ-ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ-ବିଲିପଡ଼ା ରାସ୍ତାରେ ୪ ଫୁଟ ଉଚ୍ଚାରେ ପାଣି ଚାଲିବାରୁ ଆଜି ସକାଳେ ସେଠାରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇ ପଡ଼ିଥିଲା। ସେହିପରି ବିଲିପଡ଼ା-ସିମିଳିପୁର-କୁଶବଙ୍କୀ ଅଞ୍ଚଳରେ ଚାଷଜମିରେ ପାଣି ମାଡ଼ିଯିବାରୁ ପରିବା ଚାଷ ନଷ୍ଟ ହୋଇଯାଇଛି। ସେହିପରି ବନ୍ୟା ଫଳରେ ଆଠଗଡ଼, ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକରେ ମଧ୍ୟ ଚାଷଜମିରେ ପାଣି ମାଡ଼ିଯିବାରୁ ସହ ସହ ସଂଖ୍ୟାରେ ଚାଷୀ ଚିନ୍ତାରେ ରହିଛନ୍ତି। କେବଳ ବାଙ୍କୀ କିମ୍ବା ଆଠଗଡ଼ ନୁହେଁ; ବାଲେଶ୍ୱର, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ମଧ୍ୟ ଚାଷୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅନ୍ତର୍ଗତ ମହାନଦୀ ପଠା ଅଞ୍ଚଳରେ ଥିବା କେତେକ ଗ୍ରାମରେ ମଧ୍ୟ ଚାଷଜମିରେ ପାଣି ପଶି ଯାଇଥିଲା। ସେହିପରି ତିର୍ତ୍ତୋଳ ମଣିଜଙ୍ଗା ରାସ୍ତାରେ ମଧ୍ୟ ଅଣ୍ଟାଏ ଉଚ୍ଚାର ପାଣି ଲହରି ମାରିବାରୁ ଯାତାୟତ ଠପ୍‌ ହୋଇଯାଇଥିଲା। ସେହିପରି ପୁରୀ ଜିଲ୍ଲାର ଦେବୀ ନଦୀରେ ଜଳସ୍ତର ବଢ଼ିବା କାରଣରୁ ଅସ୍ତରଙ୍ଗ ଅଞ୍ଚଳର ଶହ ଶହ ଏକର ଚାଷଜମିରେ ପାଣି ମାଡ଼ି ଯାଇଛି। ବାଲେଶ୍ୱର ବସ୍ତା ଅଞ୍ଚଳର ୫ ପଞ୍ଚାୟତର ୧୦୦ ଏକରରୁ ଅଧିକ ଜମିରେ ପାଣି ମାଡ଼ିଯିବା କାରଣରୁ ଚାଷୀ ବେଶ୍‌ କ୍ଷତିଗ୍ରସ୍ତ ହୋଇଛନ୍ତି। ଧାନ ତଳି ସହ ଚାଷୀଙ୍କର ବିଶେଷ ଭାବେ ପରିବା ଏବଂ ନଳିତା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଅପରପକ୍ଷେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ମହାନଦୀରେ ଜଳ ପ୍ରବାହ ବହୁତ କମିଗଲାଣି। ମହାନଦୀର ଉପରେ ମୁଣ୍ଡରେ ମଧ୍ୟ ଇନ୍‌ଫ୍ଲୋ ଧିରେ ଧିରେ କମୁଛି। ଏହା ସହ ରୁଲ କର୍ଭର ଅନୁଧ୍ୟାନ କରାଯାଇ ହୀରାକୁଦରେ ୪ଟି ଗେଟ୍‌ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ବାଙ୍କୀ, ଆଠଗଡ଼ର କେତେକ ଜଳମଗ୍ନ ହେବା ନେଇ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ ବାଙ୍କୀରେ ୩୧୭ ମିଲିମିଟର ବର୍ଷା ହୋଇଥିବା ବେଳେ ଆଠଗଡ଼ରେ ୨୪୮ ମିମିମିଟର ବର୍ଷା ହୋଇଥିଲା। ତେଣୁ ଅତ୍ୟଧିକ ବର୍ଷା କାରଣରୁ ତଳିଆ ଅଞ୍ଚଳର ପାଣି ମହାନଦୀକୁ ଡିସଚାର୍ଜ ହୋଇ ପାରିନଥିଲା। ସେଥିପାଇଁ ଏପରି ଅବସ୍ଥା ଦେଖାଦେଇଥିଲା ବୋଲି ଇଞ୍ଜିନିୟର ତ୍ରିପାଠୀ କହିଛନ୍ତି।

ଅପରପକ୍ଷେ ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପୁଣିଥରେ ବର୍ଷାର ପରିମାଣ ବଢ଼ିବ ବୋଲି ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୪ ତାରିଖରେ ଉତ୍ତର ଓଡ଼ିସାର ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବାନେଇ କେନ୍ଦ୍ର ଆକଳନ କରିଛି। ସେହିପରି ୧୫ ଓ ୧୬ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର