ଦୁଃଖ ସାଗରରେ ପିତାମ୍ବର: ବଡ ପୁଅ ମୃତ, ସାନ ପୁଅ ଅଜଣା ରୋଗରେ ଶିକାର 

The Sakala Picture
Published On

ଆଳି: ଦୁଃଖ ଦୂର କରିବା ପାଇଁ ସରକାରଙ୍କ ସହ ଅନେକ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବହୁ ଉଦ୍ୟମ କରୁଥିଲେ ମଧ୍ୟ କୌଣସି ନା କୌଣସି କାରଣରୁ ଦୁଃଖୀ ମଣିଷର କରୁଣ ଚିତ୍ର ସାମ୍ନାକୁ ଆସିଯାଉଛି । ଏହି ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଚିତ୍ର ଦେଖିବାକୁ ମିଳିଛି ଜଣେ ଦୁଃସ୍ଥ ଟ୍ରଲି ଚାଳକଙ୍କ ଭାଗ୍ୟରେ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବଡାମ୍ବିଳା ପଞ୍ଚୟତ ମୃଗନୟନୀ ଗ୍ରାମର ପିତାମ୍ବର ମଳିକ ଛୋଟ ବେଳୁ ବିଭିନ୍ନ ଲୋକଙ୍କ ଘରେ […]

ଆଳି: ଦୁଃଖ ଦୂର କରିବା ପାଇଁ ସରକାରଙ୍କ ସହ ଅନେକ ସାମାଜିକ ଅନୁଷ୍ଠାନ ଓ ବ୍ୟକ୍ତି ବହୁ ଉଦ୍ୟମ କରୁଥିଲେ ମଧ୍ୟ କୌଣସି ନା କୌଣସି କାରଣରୁ ଦୁଃଖୀ ମଣିଷର କରୁଣ ଚିତ୍ର ସାମ୍ନାକୁ ଆସିଯାଉଛି । ଏହି ଭଳି ଏକ ଅତ୍ୟନ୍ତ ସମ୍ବେଦନଶୀଳ ଚିତ୍ର ଦେଖିବାକୁ ମିଳିଛି ଜଣେ ଦୁଃସ୍ଥ ଟ୍ରଲି ଚାଳକଙ୍କ ଭାଗ୍ୟରେ। କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବଡାମ୍ବିଳା ପଞ୍ଚୟତ ମୃଗନୟନୀ ଗ୍ରାମର ପିତାମ୍ବର ମଳିକ ଛୋଟ ବେଳୁ ବିଭିନ୍ନ ଲୋକଙ୍କ ଘରେ ବୋଲହାକ କାମ କରୁଥିବା ବେଳେ ସାମର୍ଥ୍ୟ ଆସିବା ପରେ ଏକ ଟ୍ରଲି ଭଡାରେ ଆଣି ତାକୁ ଚଳାଇ ପରିବାର ଚଳାଉଥିଲେ  ମୃଗନୟନୀର ଦଳିତ ବସ୍ତିରେ ବୁଢି ମାଆ ନାରେ ପାଇଥିବା ଗୁଣ୍ଠେ ସରକାରୀ ଜମି ଉପରେ ଭଙ୍ଗା ଟିଣ ଚାଳ ମିଶା ଘରେ ଦୁଇ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କ ସଂସାର । ପିଲା ମାନେ ବଡ ହେଲା ପରେ ରୋଜଗାର କରି ପରିବାରକୁ ଆଗକୁ ନେବେ ଭାବି କଷ୍ଟେମଷ୍ଟେ ଚଳି ଯାଉଥିଲେ ସେ । ବଡ ପୁଅ ରାଜେଶ ମଳିକ(୨୩)  ବିଶାଖପାଟଣାରେ ବର୍ଷେ କାମ କରିବା ପରେ ଜଣେ ଝିଅକୁ ପ୍ରେମ ବିବାହ କରି ସେଠାରେ ରହୁଥିବା ବେଳେ ଝିଅ ପରିବାର ସହ ତାଙ୍କର ବିବାଦ ହେବାରୁ ବଡ଼ ପୁଅକୁ କେହି  ହତ୍ୟା କରିଦେଲା।  ଯାହା ଏବେବି ରହସ୍ୟାବୃତ।
ବଡ ପୁଅର ମୃତ୍ୟୁପରେ ପିତାମ୍ବରର ସ୍ୱପ୍ନ ଧୁଳିସାତ  ହୋଇଥିଲା ବେଳେ ସାନ ପୁଅ ରାକେଶ(୨୧)କୁ ଭରସା କରି ନିଜକୁ ବୁଝାଇବାକୁ ଚେଷ୍ଟା କରିଥିଲେ । ସେ ମଧ୍ୟ ହାଇଦ୍ରାବାଦ ଯାଇ କାମ ଆରମ୍ଭ କରିଥିଲା । ବର୍ଷେ ତଳେ ସେ ଏକ ଅଜବ ରୋଗର ଶିକାର ହୋଇଥିଲା । ସବୁ ସମୟରେ ଛାଟି ହେବା ସହ କଥା କହିବା ଏକ ରକମ ବନ୍ଦ ହୋଇ ଯାଇଥିଲା । ପାଖରେ ରହୁଥିବା ନିଜ ଅଞ୍ଚଳର ଲୋକ ମାନେ ସେଠାରେ ଗୁଣିଆ ଓ ଡାକ୍ତର ଦେଖାଇ ଭଲ କରିବାକୁ ଉଦ୍ୟମ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଏହା ପରେ ପିତାମ୍ବର ତାକୁ ଗାଁକୁ ଆଣି ବହୁ ଗୁଣିଆ ଦେଖାଇ ଗୁଡାଏ ଅର୍ଥ ଖର୍ଚ୍ଚ କରି ବିଫଳ ହେବାରୁ କଟକ ଏସସିବି ମେଡିକାଲ ସମେତ ଅନେକ ଘରୋଇ ମେଡିକାଲ ନେଇ ପ୍ରାୟ ୪ ଲକ୍ଷ ଟଙ୍କା ଧାର କରଜ କରି ଭଲ କରିବାକୁ ଯେତେ ଉଦ୍ୟମ କଲେ ମଧ୍ୟ ନିରାଶ ହୋଇଛନ୍ତି । ଡାକ୍ତର ମାନେ ମଧ୍ୟ ରୋଗ ଚିହ୍ନଟ କରି ପାରୁନାହାନ୍ତି । ଏତେ ଦୁଃଖରେ ପିତାମ୍ବର ହତାଶ ହୋଇ ଶେଷରେ ରାକେଶକୁ ଆଣି ଘରେ ରଖି ରୋଗୀଣା ପତ୍ନୀ ସହ ତାର ସେବା ଶୁଶୃସା କରୁଛନ୍ତି । ରାକେଶ ସମ୍ପୂର୍ଣ୍ଣ ଦୁର୍ବଳ ହୋଇ ଯିବା ସହ ଘରେ ଶଯ୍ୟାଶାଇ ହୋଇ ଯାଇଥିବା ବେଳେ ଏଣୁ ତେଣୁ ଗୁଣୁ ଗୁଣୁ ହେଉଛି । ପିଲା ମାନଙ୍କର ଏ ଅବସ୍ଥା ଓ ମୁଣ୍ଡ ଉପରେ କରଜ କଣ କରିବେ ପିତାମ୍ବରଙ୍କୁ କିଛି ବୁଧିବାଟ ଦେଖାଯାଉ ନାହିଁ ।  ଅନ୍ୟ ପକ୍ଷରେ ବିଭିନ୍ନ ରୋଗରେ ପିଡିତ ପତ୍ନୀ ଓ ପୁଅ ପାଇଁ ଔଷଧ ଖର୍ଚ୍ଚ କିପରି ବହନ କରିବେ ସେ କଥା ଚିନ୍ତା କରିପାରୁ ନାହାନ୍ତି । ନିଜେ ମଧ୍ୟ ସଂପୁର୍ଣ ଦୁର୍ବଳ ହୋଇଯାଇ କିଛି କାମ କରି ପାରୁ ନାହାନ୍ତି । ପରିବାର ପାଇଁ ଖାଦ୍ୟ ସଂଗ୍ରହ କରିବା ମୁସ୍କିଲ ହୋଇ ପଡିଛି । ଶେଷରେ ସେ ଅସହାୟ ହୋଇ ସରକାରୀ ଓ ବେସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର