କିଆ ବୁଦାରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ୧୩ ବର୍ଷ ପରେ ଶାଶୁ ଘରକୁ ଫେରିବା ଚାପରେ ଆତ୍ମହତ୍ୟା ସନ୍ଦେହ

The Sakala Picture
Published On

ଧର୍ମଶାଳା: ଗତ ମଙ୍ଗଳବାର ଠାରୁ ବାପଘରୁ ନିଖୋଜ ଥିବା ମହିଳାଙ୍କ ଅର୍ଦ୍ଧଦଗ୍ଧ ଘର ନିକଟସ୍ଥ କିଆ ବୁଦା ମଧ୍ୟରୁ ମୃତଦେହ ମିଳିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଧର୍ମଶାଳା ଥାନା ପାଟପୁର ପଞ୍ଚାୟତର ସୁନାରି ଗ୍ରାମରେ। ସୂଚନା ଯୋଗ୍ୟ ଯେ, ସେହି ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବଡ଼ ଝିଅ ଗୀତାଞ୍ଜଳି ଦାସ ବୟସ (୩୮) ଆଜକୁ ପନ୍ଦର ବର୍ଷ ତଳେ ବାରବାଟୀ ବାଙ୍କସାହିର ସୁରେନ୍ଦ୍ର ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଏକ ବର୍ଷ […]

ଧର୍ମଶାଳା: ଗତ ମଙ୍ଗଳବାର ଠାରୁ ବାପଘରୁ ନିଖୋଜ ଥିବା ମହିଳାଙ୍କ ଅର୍ଦ୍ଧଦଗ୍ଧ ଘର ନିକଟସ୍ଥ କିଆ ବୁଦା ମଧ୍ୟରୁ ମୃତଦେହ ମିଳିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଧର୍ମଶାଳା ଥାନା ପାଟପୁର ପଞ୍ଚାୟତର ସୁନାରି ଗ୍ରାମରେ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ଠିକଣାରେ ଚଢ଼ାଉ

ସୂଚନା ଯୋଗ୍ୟ ଯେ, ସେହି ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବଡ଼ ଝିଅ ଗୀତାଞ୍ଜଳି ଦାସ ବୟସ (୩୮) ଆଜକୁ ପନ୍ଦର ବର୍ଷ ତଳେ ବାରବାଟୀ ବାଙ୍କସାହିର ସୁରେନ୍ଦ୍ର ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ଗୋଟେ ଝିଅ ଜନ୍ମ ହୋଇଥିଲା। ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା। ଅନେକ ଥର ପାରିବାରିକ ସମସ୍ୟା ଉପୁଜିଥିବା ନେଇ ସମ୍ପର୍କୀୟ ଓ ପରିବାର ଲୋକେ ମିଶି ସମାଧାନ କରିଥିଲେ କିନ୍ତୁ କିଛି ଦିନ ପରେ ସମସ୍ୟା ବଢ଼ିବାରୁ ଗୀତାଞ୍ଜଳି ଓ ତାଙ୍କ ଝିଅ ସୁନାରି ସ୍ଥିତ ବାପାଙ୍କ ଘରେ ଗତ ୧୩ ବର୍ଷ ଧରି ରହିଆସୁଥିଲେ। ଗତ ଦୁଇ ଦିନ ତଳେ ହଠାତ୍ ବାପଘରୁ କୁଆଡେ ଚାଲିଯାଇଥିଲେ ଗୀତାଞ୍ଜଳି। ଏନେଇ ଭାଇ ସୋମ୍ୟରଞ୍ଜନ ଥାନାରେ ଏକ ଏତଲା ଦେଇଥିଲେ।

ଆହୁରି ପଢ଼ନ୍ତୁ: ବିରିୟାନୀ ଖରାପ ବୋଲି କହିବାରୁ ଗ୍ରାହକଙ୍କୁ ନିର୍ଦ୍ଧୁମ ମାଡ଼, ମୁଣ୍ଡ ଫଟାଇ ରାସ୍ତାରେ ଫିଙ୍ଗିଦେଲେ ହୋଟେଲ କର୍ମଚାରୀ

କିନ୍ତୁ ଆଜି ସକାଳୁ ଗୀତାଞ୍ଜଳି ରହୁଥିବା ସ୍ଥାନରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ପଡ଼ିଆକୁ ଗାଈ ବାନ୍ଧିବାକୁ ଆସିଥିବା ଜଣେ ଯୁବକଙ୍କ ନଜର ପଡିଥିଲା ଏହି କିଆଁ ଗଚ୍ଛ ମୂଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିରହିଥିବା ମହିଳାଙ୍କ ମୃତଦେହ ଉପରେ। ହାତରେ ଶଙ୍ଖା ଦେଖି ଯୁବକ ଜଣଙ୍କ ଭୟରେ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଜାଣଇ ଥିଲେ। ପରେ ଗ୍ରାମବାସୀ ପହଞ୍ଚି ଜାଣିବାକୁ ପାଇଥିଲେ ମୃତକ ମହିଳା ଜଣକ ହେଲେ ଗୀତାଞ୍ଜଳି ଦାସ। ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ ଥିବାବେଳେ ନିକଟରେ ପଡିଥିବା କିରୋସିନ୍ ଜାର ଓ ଦୁଇଟି ଦିଆସିଲିକୁ ପଡିଥିବା ଦେଖା ଯାଇଛି।

ଆହୁରି ପଢ଼ନ୍ତୁ: ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ସ୍କୁଲ ବ୍ୟାଗ୍

ଖବର ପାଇ ଧର୍ମଶାଳା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ମୃତ ମହିଳାଙ୍କ ଝିଅଟି ନବମ ଶ୍ରେଣୀରେ ପାଠ ପଢୁଛି। ଦୀର୍ଘ ୧୩ ବର୍ଷ ପରେ ଗୀତାଞ୍ଜଳି ଶାଶୁ ଘରକୁ ଫେରିବା ପାଇଁ ମଧ୍ୟସ୍ଥି ଜରିଆରେ କାଳେ ଉଦ୍ୟମ ହେଇଥିଲା। କିନ୍ତୁ ଏଥିରେ ସେ ରାଜି ଓ ସହମତି ନ ଥିଲେ। ଯେଉଁଥି ପାଇଁ ସେ ଗତ କିଛି ଦିନ ହେଲା ମାନସିକ ଚାପରେ ରହି ଆସୁଥିଲେ ବୋଲି ସ୍ଥାନୀୟ ସାହି ପଡ଼ିଶାଙ୍କ ଠାରୁ ଶୁଣିବାକୁ ମିଳିଛି। ସେ ଆତ୍ମହତ୍ୟା କରିଥିବା ଭାଇ ଓ ଝିଅ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏ ସମ୍ପର୍କରେ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

14 Jul 2022 By The Sakala

କିଆ ବୁଦାରୁ ମିଳିଲା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ: ୧୩ ବର୍ଷ ପରେ ଶାଶୁ ଘରକୁ ଫେରିବା ଚାପରେ ଆତ୍ମହତ୍ୟା ସନ୍ଦେହ

ଧର୍ମଶାଳା: ଗତ ମଙ୍ଗଳବାର ଠାରୁ ବାପଘରୁ ନିଖୋଜ ଥିବା ମହିଳାଙ୍କ ଅର୍ଦ୍ଧଦଗ୍ଧ ଘର ନିକଟସ୍ଥ କିଆ ବୁଦା ମଧ୍ୟରୁ ମୃତଦେହ ମିଳିଛି। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଧର୍ମଶାଳା ଥାନା ପାଟପୁର ପଞ୍ଚାୟତର ସୁନାରି ଗ୍ରାମରେ।

ସୂଚନା ଯୋଗ୍ୟ ଯେ, ସେହି ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବଡ଼ ଝିଅ ଗୀତାଞ୍ଜଳି ଦାସ ବୟସ (୩୮) ଆଜକୁ ପନ୍ଦର ବର୍ଷ ତଳେ ବାରବାଟୀ ବାଙ୍କସାହିର ସୁରେନ୍ଦ୍ର ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ଏକ ବର୍ଷ ପରେ ଗୋଟେ ଝିଅ ଜନ୍ମ ହୋଇଥିଲା। ପରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନୋମାଳିନ୍ୟ ଘଟିଥିଲା। ଅନେକ ଥର ପାରିବାରିକ ସମସ୍ୟା ଉପୁଜିଥିବା ନେଇ ସମ୍ପର୍କୀୟ ଓ ପରିବାର ଲୋକେ ମିଶି ସମାଧାନ କରିଥିଲେ କିନ୍ତୁ କିଛି ଦିନ ପରେ ସମସ୍ୟା ବଢ଼ିବାରୁ ଗୀତାଞ୍ଜଳି ଓ ତାଙ୍କ ଝିଅ ସୁନାରି ସ୍ଥିତ ବାପାଙ୍କ ଘରେ ଗତ ୧୩ ବର୍ଷ ଧରି ରହିଆସୁଥିଲେ। ଗତ ଦୁଇ ଦିନ ତଳେ ହଠାତ୍ ବାପଘରୁ କୁଆଡେ ଚାଲିଯାଇଥିଲେ ଗୀତାଞ୍ଜଳି। ଏନେଇ ଭାଇ ସୋମ୍ୟରଞ୍ଜନ ଥାନାରେ ଏକ ଏତଲା ଦେଇଥିଲେ।

କିନ୍ତୁ ଆଜି ସକାଳୁ ଗୀତାଞ୍ଜଳି ରହୁଥିବା ସ୍ଥାନରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ପଡ଼ିଆକୁ ଗାଈ ବାନ୍ଧିବାକୁ ଆସିଥିବା ଜଣେ ଯୁବକଙ୍କ ନଜର ପଡିଥିଲା ଏହି କିଆଁ ଗଚ୍ଛ ମୂଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିରହିଥିବା ମହିଳାଙ୍କ ମୃତଦେହ ଉପରେ। ହାତରେ ଶଙ୍ଖା ଦେଖି ଯୁବକ ଜଣଙ୍କ ଭୟରେ ଦୌଡ଼ି ଆସି ଗ୍ରାମବାସୀଙ୍କୁ ଜାଣଇ ଥିଲେ। ପରେ ଗ୍ରାମବାସୀ ପହଞ୍ଚି ଜାଣିବାକୁ ପାଇଥିଲେ ମୃତକ ମହିଳା ଜଣକ ହେଲେ ଗୀତାଞ୍ଜଳି ଦାସ। ଏହା ହତ୍ୟା ନାଁ ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ ଥିବାବେଳେ ନିକଟରେ ପଡିଥିବା କିରୋସିନ୍ ଜାର ଓ ଦୁଇଟି ଦିଆସିଲିକୁ ପଡିଥିବା ଦେଖା ଯାଇଛି।

ଖବର ପାଇ ଧର୍ମଶାଳା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି। ମୃତ ମହିଳାଙ୍କ ଝିଅଟି ନବମ ଶ୍ରେଣୀରେ ପାଠ ପଢୁଛି। ଦୀର୍ଘ ୧୩ ବର୍ଷ ପରେ ଗୀତାଞ୍ଜଳି ଶାଶୁ ଘରକୁ ଫେରିବା ପାଇଁ ମଧ୍ୟସ୍ଥି ଜରିଆରେ କାଳେ ଉଦ୍ୟମ ହେଇଥିଲା। କିନ୍ତୁ ଏଥିରେ ସେ ରାଜି ଓ ସହମତି ନ ଥିଲେ। ଯେଉଁଥି ପାଇଁ ସେ ଗତ କିଛି ଦିନ ହେଲା ମାନସିକ ଚାପରେ ରହି ଆସୁଥିଲେ ବୋଲି ସ୍ଥାନୀୟ ସାହି ପଡ଼ିଶାଙ୍କ ଠାରୁ ଶୁଣିବାକୁ ମିଳିଛି। ସେ ଆତ୍ମହତ୍ୟା କରିଥିବା ଭାଇ ଓ ଝିଅ ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏ ସମ୍ପର୍କରେ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର