ସ୍ତ୍ରୀ ସାଜିଲା ଗୁପ୍ତଚର; ବନ୍ଧୁକ ଜବତ, ସ୍ୱାମୀ ଗିରଫ

The Sakala Picture
Published On

ଭୁବନେଶ୍ୱର : ସ୍ତ୍ରୀ ସାଜିଲା ପୁଲିସର ଗୁପ୍ତଚର। ଘରେ ବନ୍ଧୁକ ରଖିଥିବା ନେଇ ସ୍ତ୍ରୀ ନୂଆପଲ୍ଲୀ ଥାନା ପୁଲିସକୁ ଖବର ଦେଇଥିଲା। ସ୍ତ୍ରୀର ସୂଚନା ଆଧାରରେ ପୁଲିସ ଘରେ ଚଢ଼ଉ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ତାଙ୍କ ନିକଟରେ ପୁଲିସ ଗୋଟିଏ ଦେଶୀ ବନ୍ଧୁକକୁ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବେହେରା ସାହିରେ ରହୁଥିବା ବାସୁଦେବ ସାହୁ(୩୪)। ସ୍ତ୍ରୀ ଶୁଭଶ୍ରୀଙ୍କ ଅଭିଯୋଗ ଅନୁଯାୟୀ ବାସୁଦେବ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଆଣିବା ପାଇଁ […]

ଭୁବନେଶ୍ୱର : ସ୍ତ୍ରୀ ସାଜିଲା ପୁଲିସର ଗୁପ୍ତଚର। ଘରେ ବନ୍ଧୁକ ରଖିଥିବା ନେଇ ସ୍ତ୍ରୀ ନୂଆପଲ୍ଲୀ ଥାନା ପୁଲିସକୁ ଖବର ଦେଇଥିଲା। ସ୍ତ୍ରୀର ସୂଚନା ଆଧାରରେ ପୁଲିସ ଘରେ ଚଢ଼ଉ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ତାଙ୍କ ନିକଟରେ ପୁଲିସ ଗୋଟିଏ ଦେଶୀ ବନ୍ଧୁକକୁ ଜବତ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବେହେରା ସାହିରେ ରହୁଥିବା ବାସୁଦେବ ସାହୁ(୩୪)। ସ୍ତ୍ରୀ ଶୁଭଶ୍ରୀଙ୍କ ଅଭିଯୋଗ ଅନୁଯାୟୀ ବାସୁଦେବ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ମଧ୍ୟ ବାଧ୍ୟ କରୁଥିଲେ। ଯାହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ନିୟମିତ ଝଗଡ଼଼ା ଲାଗୁଥିଲା। ଝଗଡ଼଼ା ସମୟରେ ସ୍ତ୍ରୀକୁ ଦବାଇ ରଖିବା ପାଇଁ ସ୍ୱାମୀ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ମାରିଦେବାକୁ ଧମକ ଦେଉଥିଲେ। ବାସୁଦେବ ଅନେକ ସମୟରେ ଶୁଭଶ୍ରୀଙ୍କୁ ମାରପିଟ୍‍ କରୁଥିଲେ।

ଆହୁରି ପଢ଼ନ୍ତୁ: ଆମେରିକାର ହାଭାର୍ଡ କେନେଡି ସ୍କୁଲରେ ସାର୍ବଜନୀନ ନୀତି ଓ ଶାସନ ଉପରେ ଆଲୋଚନା କଲେ ଭିକେ ପାଣ୍ଡିଆନ

ସୋମବାର ପୁଣି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳି ଲାଗିବାରୁ ବାସୁଦେବ ପାଖରେ ରଖିଥିବା ଦେଶୀ ବନ୍ଧୁକ ସ୍ତ୍ରୀର ମୁଣ୍ଡରେ ଲଗାଇ ଧମକାଇଥିଲେ। ଏନେଇ ତାଙ୍କ ସ୍ତ୍ରୀ ସୋମବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୨୫ ଆର୍ମସ୍‍ ଆକ୍ଟ ସହ ଦଫା ୪୯୮-ଏ, ୩୨୩, ୫୦୬, ୩୪ ଆଇପିସି, ୪ ଡିପି ଆରେ ମାମଲା ନଂ-୩୭୪/୨୧ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷେ ଗିରଫ ହେବା ପରେ ବାସୁଦେବ ପୁଲିସକୁ ପାଠ ପଢ଼଼ାଇଛନ୍ତି। ସେ କହିଛନ୍ତି ଯେ, ବଲାଙ୍ଗିରରେ ୨୦୧୭ରେ ଏକ ସୋଲାର ପ୍ରୋଜେକ୍ଟରେ କାମ କରୁଥିବାବେଳେ ଜଣଙ୍କ ବିଲରୁ ଉକ୍ତ ବନ୍ଧୁକଟିକୁ ପାଇଥିଲେ। ତେବେ ସେହି ଦିନଠୁ ସେ ପୁଲିସକୁ ନ ଦେଇ ନିଜ ନିକଟରେ ଲୁଚାଇ ରହିଥିଲେ। ସ୍ତ୍ରୀ ଝଗଡ଼଼ା କରୁଥିବାରୁ ତାକୁ ଧମକାଇ ଚୁପ୍‍ ରଖିବା ପାଇଁ ତାହାକୁ କାଢୁଥିଲେ ବୋଲି ବାସୁଦେବ କହିଛନ୍ତି।

ଆହୁରି ପଢ଼ନ୍ତୁ: ପରିତ୍ୟକ୍ତ କୂଅରେ ଖସିପଡିଥିଲା ହାତୀ, ସୁରକ୍ଷିତ ଉଦ୍ଧାର କଲେ ବନବିଭାଗ କର୍ମଚାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର