ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବୈଠକ, ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ ପାଇଁ ନିଷ୍ପତ୍ତି

The Sakala Picture
Published On

ଭୁନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। […]

ଭୁନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆହୁରି ପଢ଼ନ୍ତୁ: ମହିଳାଙ୍କୁ ରାଜନୈତିକ ସଂରକ୍ଷଣ: ବିଜୁଙ୍କ ସ୍ୱପ୍ନ, ନବୀନଙ୍କ ପ୍ରୟାସ; ମହିଳା ସଶକ୍ତୀକରଣ ଅଭିଯାନକୁ ଆନ୍ଦୋଳନରେ ପରିଣତ କରିଥିଲେ ନବୀନ

ଆହୁରି ପଢ଼ନ୍ତୁ: ମନ୍ଦ ଉଦ୍ଦେଶ୍ୟରେ ଆସିଥିବା ଡିଲିମିଟେସନ ବିଲ୍‌ କାଟ୍‌ ଖାଇଲା: ବିଜେଡି

ଏଭଳି କାର୍ଯ୍ଯକ୍ରମ ଏକ ସରକାରୀ ଉଦ୍ୟୋଗଦ୍ବାରା ନିଆଯିବାରେ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷଙ୍କ ଅତ୍ୟାଧୁନିକ ଚିନ୍ତାଧାରା ଦ୍ବାରା ରାଜ୍ୟର ଉଦ୍ୟୋଗଗୁଡିକର ବଜାର ଚାହିଦା ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

ଆହୁରି ପଢ଼ନ୍ତୁ: ସରିଥିଲା ନିର୍ବନ୍ଧ, ବିବାହର କିଛି ଦିନ ପୂର୍ବରୁ ଯୁବତୀଙ୍କୁ ବୀଭତ୍ସ ହତ୍ୟା

ଏହି ବୈଠକରେ ଉଦ୍ୟୋଗମାନଙ୍କଦ୍ଵାରା ଉତ୍ପାଦିତ ଅଫିସ୍ ଫର୍ଣ୍ଣିଚର ମଧ୍ୟରୁ ପ୍ରଥମ ସୋପାନରେ ଡୁଆଲ ଡେସ୍କ, ଆଲମିରା, କମ୍ପୁଟର ଟେବୁଲ, ହଷ୍ଟେଲ ଡାଇନିଂ ଟେବଲ ଓ ହଷ୍ଟେଲ ଖଟ ଏହିପରି କେତୋଟି ପ୍ରଡକ୍ଟର ବିଭିନ୍ନ ମାନ ନିର୍ଦ୍ଧାରଣ କରାଯାଇ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଦ୍ଵାରା ଏକ କମନ୍ ବ୍ରାଣ୍ଡି କରାଯିବ। ରାଜ୍ୟ ରପ୍ତାନି ନିର୍ଦ୍ଦେଶେକଙ୍କ ଅଧ୍ୟକ୍ଷତାରେ ଏକ ମାନଦଣ୍ଡ ନିର୍ଦ୍ଧାରଣ କମିଟି ଗଠନ କରାଯାଇ ଏହି ପ୍ରଡକ୍ଟ ଗୁଡିକର ମାନ ନିର୍ଦ୍ଧାରଣ କରାଯିବ।

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଏହି ଫର୍ଣ୍ଣିଚର ଗୁଡିକୁ ଡିସପ୍ଲେ କରିବା ପାଇଁ ଓଡିଶାର ସବୁ ଜିଲ୍ଲା ସଦର ମହକୁମାରେ କମରସିଆଲ ସ୍ପେଶ ଯୋଗାଇ ଦେବାକୁ ଏହାର ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରାଯାଉଛି। ଏହା ବ୍ୟତିତ ନିଗମ ଡିଜିଟାଲ ମେଡ଼ିଆର ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରଡକ୍ଟଗୁଡିକର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯିବା ପାଇଁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରତିଶୃତି ଦେଇଛନ୍ତି ।

ରାଜ୍ୟର ଶିକ୍ତ ଅଭିବୃଦ୍ଧି ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏଭଳି ଯୁଗାନ୍ତକାରୀ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର ନିଷ୍ପତ୍ତିକୁ ଓଡିଶାର ଉଦ୍ୟୋଗୀସଂଘଗୁଡିକ ପ୍ରଶଂସା କରିଛନ୍ତି ଏବଂ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର କରୋନା ମହାମାରୀ ସମୟରେ ଅତ୍ୟାଧୁନିକ ଚିନ୍ତାଧାରା ପାଇଁ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ଉକ୍ତ ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସାହାଣୀ, ରାଜ୍ୟ ରପ୍ତାନି ଉନ୍ନୟନ ନିର୍ଦ୍ଦେଶକ ଶରଣ କୁମାର ଜେନା, ରପ୍ତାନି ଉନ୍ନୟନ ଯୁଗ୍ମ ନିର୍ଦ୍ଦେଶକ ଡଃ ଏନ୍ କେ ଦାସ ବିଭିନ୍ନ ଏମ୍.ଏସ୍.ଏମ୍.ଇ ଆସୋସିଏସନର କର୍ମକର୍ତ୍ତା ସରଙ୍ଗ ପାଟୋତିଆ, ଦେବପ୍ରସାଦ ମିଶ୍ର, ବିଜୟ କୁମାର ସିଂ , ସଞ୍ଜୟ କୁମାର ମହାପାତ୍ର , ମୃତ୍ୟୁଞ୍ଜୟ ମହାପାତ୍ର ଦିପକ୍ କଜାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

26 Mar 2021 By The Sakala

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ବୈଠକ, ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ ପାଇଁ ନିଷ୍ପତ୍ତି

ଭୁନେଶ୍ବର: ଓଡିଶାର ଅଣୁ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗଗୁଡିକର ପ୍ରୋତ୍ସାହନ ଯୋଗାଇ ଦେବାପାଇଁ ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ ଆଜି ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି। ରାଜ୍ୟର ଅଣୁ , କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ଗୁଡିକ ଦ୍ଵାରା ଉତ୍ପାଦିତ ହେଉଥିବା ଅଫିସ୍ ତଥା ଘରୋଇ ଫର୍ଣ୍ଣିଚର ଗୁଡିକର କମନ ବ୍ରାଣ୍ଡିଂ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଏଭଳି କାର୍ଯ୍ଯକ୍ରମ ଏକ ସରକାରୀ ଉଦ୍ୟୋଗଦ୍ବାରା ନିଆଯିବାରେ ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି। ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷଙ୍କ ଅତ୍ୟାଧୁନିକ ଚିନ୍ତାଧାରା ଦ୍ବାରା ରାଜ୍ୟର ଉଦ୍ୟୋଗଗୁଡିକର ବଜାର ଚାହିଦା ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

ଏହି ବୈଠକରେ ଉଦ୍ୟୋଗମାନଙ୍କଦ୍ଵାରା ଉତ୍ପାଦିତ ଅଫିସ୍ ଫର୍ଣ୍ଣିଚର ମଧ୍ୟରୁ ପ୍ରଥମ ସୋପାନରେ ଡୁଆଲ ଡେସ୍କ, ଆଲମିରା, କମ୍ପୁଟର ଟେବୁଲ, ହଷ୍ଟେଲ ଡାଇନିଂ ଟେବଲ ଓ ହଷ୍ଟେଲ ଖଟ ଏହିପରି କେତୋଟି ପ୍ରଡକ୍ଟର ବିଭିନ୍ନ ମାନ ନିର୍ଦ୍ଧାରଣ କରାଯାଇ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ ଦ୍ଵାରା ଏକ କମନ୍ ବ୍ରାଣ୍ଡି କରାଯିବ। ରାଜ୍ୟ ରପ୍ତାନି ନିର୍ଦ୍ଦେଶେକଙ୍କ ଅଧ୍ୟକ୍ଷତାରେ ଏକ ମାନଦଣ୍ଡ ନିର୍ଦ୍ଧାରଣ କମିଟି ଗଠନ କରାଯାଇ ଏହି ପ୍ରଡକ୍ଟ ଗୁଡିକର ମାନ ନିର୍ଦ୍ଧାରଣ କରାଯିବ।

ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଏହି ଫର୍ଣ୍ଣିଚର ଗୁଡିକୁ ଡିସପ୍ଲେ କରିବା ପାଇଁ ଓଡିଶାର ସବୁ ଜିଲ୍ଲା ସଦର ମହକୁମାରେ କମରସିଆଲ ସ୍ପେଶ ଯୋଗାଇ ଦେବାକୁ ଏହାର ଅଧ୍ୟକ୍ଷଙ୍କ ପ୍ରସ୍ତାବକୁ ସର୍ବସମ୍ମତ୍ତି କ୍ରମେ ଗ୍ରହଣ କରାଯାଉଛି। ଏହା ବ୍ୟତିତ ନିଗମ ଡିଜିଟାଲ ମେଡ଼ିଆର ଜ୍ଞାନ କୌଶଳ ପ୍ରୟୋଗ କରି ପ୍ରଡକ୍ଟଗୁଡିକର ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ପ୍ରଚେଷ୍ଟା କରାଯିବା ପାଇଁ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ ପ୍ରତିଶୃତି ଦେଇଛନ୍ତି ।

ରାଜ୍ୟର ଶିକ୍ତ ଅଭିବୃଦ୍ଧି ନିମନ୍ତେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏଭଳି ଯୁଗାନ୍ତକାରୀ ସରକାରୀ ପ୍ରୋତ୍ସାହନ ଯୋଗାଇ ଦେବାର ନିଷ୍ପତ୍ତିକୁ ଓଡିଶାର ଉଦ୍ୟୋଗୀସଂଘଗୁଡିକ ପ୍ରଶଂସା କରିଛନ୍ତି ଏବଂ ଅଧ୍ୟକ୍ଷ ଶ୍ରୀ ସାହୁଙ୍କର କରୋନା ମହାମାରୀ ସମୟରେ ଅତ୍ୟାଧୁନିକ ଚିନ୍ତାଧାରା ପାଇଁ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

ଉକ୍ତ ବୈଠକରେ ନିଗମର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ସାହାଣୀ, ରାଜ୍ୟ ରପ୍ତାନି ଉନ୍ନୟନ ନିର୍ଦ୍ଦେଶକ ଶରଣ କୁମାର ଜେନା, ରପ୍ତାନି ଉନ୍ନୟନ ଯୁଗ୍ମ ନିର୍ଦ୍ଦେଶକ ଡଃ ଏନ୍ କେ ଦାସ ବିଭିନ୍ନ ଏମ୍.ଏସ୍.ଏମ୍.ଇ ଆସୋସିଏସନର କର୍ମକର୍ତ୍ତା ସରଙ୍ଗ ପାଟୋତିଆ, ଦେବପ୍ରସାଦ ମିଶ୍ର, ବିଜୟ କୁମାର ସିଂ , ସଞ୍ଜୟ କୁମାର ମହାପାତ୍ର , ମୃତ୍ୟୁଞ୍ଜୟ ମହାପାତ୍ର ଦିପକ୍ କଜାରିଆ ପ୍ରମୁଖ ଉପସ୍ଥିତ ରହିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର