ମନୋରଞ୍ଜନ
ଆଉ ଦୌଡିବାକୁ ପଡ଼ିବନି କାର୍ଯ୍ଯାଳୟ: ଏଣିକି ସୋସିଆଲ ମିଡିଆରେ ସମସ୍ୟା ଶୁଣିବେ ପୌର ପ୍ରଶାସକ
କେନ୍ଦ୍ରାପଡା: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାପାଳ ପୌର ପ୍ରଶାସକ ଭାବେ ଜିଲ୍ଲାପାଳ ଅମ୍ରିତି ଋତୁରାଜ ଦାୟିତ୍ୱ ନେଇଛନ୍ତି। ଆଜି ଦାୟିତ୍ୱ ନେଉ ନେଉ କେନ୍ଦ୍ରାପଡା ପୋୖରାଞ୍ଚଳ ସମସ୍ୟା ନିଜେ ସୋସିଆଲ ମିଡିଆ ଜରିଆରେ ସମାଧାନ କରିବେ ବୋଲି ପୋଷ୍ଟ କରିଛନ୍ତି। ଏଣିକି ପୌରାଞ୍ଚଳ ଲୋକଙ୍କୁ ସେମାନଙ୍କ ସମସ୍ୟା ନେଇ ବାରମ୍ବାର କାର୍ଯ୍ଯାଳୟକୁ ଦୌଡ଼ିବାକୁ ପଡ଼ିବନି। କେବଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସୋସିଆଲ ମିଡିଆ ପେଜରେ ସମସ୍ୟା ସମ୍ପର୍କରେ ଉଲ୍ଲେଖ କଲେ […]
କେନ୍ଦ୍ରାପଡା: ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାପାଳ ପୌର ପ୍ରଶାସକ ଭାବେ ଜିଲ୍ଲାପାଳ ଅମ୍ରିତି ଋତୁରାଜ ଦାୟିତ୍ୱ ନେଇଛନ୍ତି। ଆଜି ଦାୟିତ୍ୱ ନେଉ ନେଉ କେନ୍ଦ୍ରାପଡା ପୋୖରାଞ୍ଚଳ ସମସ୍ୟା ନିଜେ ସୋସିଆଲ ମିଡିଆ ଜରିଆରେ ସମାଧାନ କରିବେ ବୋଲି ପୋଷ୍ଟ କରିଛନ୍ତି। ଏଣିକି ପୌରାଞ୍ଚଳ ଲୋକଙ୍କୁ ସେମାନଙ୍କ ସମସ୍ୟା ନେଇ ବାରମ୍ବାର କାର୍ଯ୍ଯାଳୟକୁ ଦୌଡ଼ିବାକୁ ପଡ଼ିବନି। କେବଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସୋସିଆଲ ମିଡିଆ ପେଜରେ ସମସ୍ୟା ସମ୍ପର୍କରେ ଉଲ୍ଲେଖ କଲେ ସମସ୍ୟା ସମାଧାନ କରାଯିବ ବୋଲି ଜିଲ୍ଲାପାଳ ତଥା ପୌର ପ୍ରଶାସକ ସୂଚନା ଦେଇଛନ୍ତି।
ଏଣିକି ଘରେ ବସି ମୋବାଇଲ ଜରିଆରେ ପୌର ପ୍ରଶାସକ ତଥା ଜିଲ୍ଲାପାଳ ଅମ୍ରିତି ଋତୁରାଜଙ୍କୁ ସମସ୍ୟା ଜଣାଇବା ପାଇଁ ପୌରାଞ୍ଚଳବାସୀଙ୍କୁ ସେ ନିବେଦନ କରିଛନ୍ତି। ସମସ୍ୟା ସମ୍ପର୍କରେ ଜଣାଇବାକୁ ୱାର୍ଡ/ଗଳି କିମ୍ବା ସଡ଼କ-ଡ୍ରେନଗୁଡ଼ିକୁ ନିର୍ଦ୍ଦିଷ୍ଟଭାବେ ଲେଖିବାକୁ କୁହାଯାଇଛି। ମରାମତି ହେଉ କିମ୍ବା ନୂତନ ନିର୍ମାଣ କିମ୍ବା ସମ୍ପ୍ରସାରଣ ଯାହା ଆବଶ୍ୟକ ହେବ ତୁରନ୍ତ ପଦକ୍ଷେପ ନିଆଯିବାକୁ ବ୍ୟବସ୍ଥା ହୋଇଥିବା ଜାଣିବାକୁ ମିଳିଛି। ସୋସିଆଲ ମିଡିଆ କମେଣ୍ଟ ବକ୍ସରେ ନିର୍ଦ୍ଦିଷ୍ଟଭାବେ ସମସ୍ୟା ଉଲ୍ଲେଖ କରିବାକୁ ହେବ। ତିନିମୁହାଣୀରୁ ଇଛାପୁର ଅଂଶର ପ୍ରମୁଖ ମରାମତି କାର୍ଯ୍ଯ ଶୀଘ୍ର କରାଯିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେଣୁ ଉପରୋକ୍ତ ରାସ୍ତାକୁ ବାଦ ଦେଇ, ଆପଣଙ୍କର ସ୍ଥାନୀୟ ସଡକ ଏବଂ ଡ୍ରେନ୍ କାର୍ଯ୍ଯ ବିଷୟରେ ସବିଶେଷ ଭାବେ ଉଲ୍ଲେଖ କରନ୍ତୁ।
ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅବସ୍ଥାନ ଏବଂ ୱାର୍ଡ ନମ୍ବର ମଧ୍ୟ ଉଲ୍ଲେଖ କରିବାକୁ ପୌର ପ୍ରଶାସକ ନିବେଦନ କରିଛନ୍ତି।






