ପବ୍‌ଜି ଖେଳ ଜିଦ୍‌ରେ ଘର ଛାଡ଼ିଦେଲା ନାବାଳକ

The Sakala Picture
Published On

ରୂପସା : ଜଣେ ନାବାଳକକୁ ପବ୍‌ଜି ଖେଳିବାକୁ ତା’ର ମାଆ ବାରଣ କରିବାରୁ ସେ ଘର ଛାଡ଼ି ପଳେଇ ଆସି ପାଗଳ ଭଳି ବୁଲୁଥିବା ବେଳେ ବାଲେଶ୍ବର ଜିଲ୍ଲା ରୂପସା ଥାନାଞ୍ଚଳରୁ କେତେକ ଲୋକ ଉଦ୍ଧାର କରି ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ତାଙ୍କ ମାଆ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି।ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ରୂପସା ଗେଟ୍ ବଜାରରେ ଏକ ଅଚିହ୍ନା ନାବାଳକ ପାଗଳ ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। […]

ରୂପସା : ଜଣେ ନାବାଳକକୁ ପବ୍‌ଜି ଖେଳିବାକୁ ତା’ର ମାଆ ବାରଣ କରିବାରୁ ସେ ଘର ଛାଡ଼ି ପଳେଇ ଆସି ପାଗଳ ଭଳି ବୁଲୁଥିବା ବେଳେ ବାଲେଶ୍ବର ଜିଲ୍ଲା ରୂପସା ଥାନାଞ୍ଚଳରୁ କେତେକ ଲୋକ ଉଦ୍ଧାର କରି ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ତାଙ୍କ ମାଆ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି।ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ରୂପସା ଗେଟ୍ ବଜାରରେ ଏକ ଅଚିହ୍ନା ନାବାଳକ ପାଗଳ ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଦେହରେ ପୋଷାକ ଓ ଢଙ୍ଗରୁ ଭଲ ପରିବାରର ପିଲା ଭଳି ଜଣା ପଡୁଥିବାବେଳେ ରାସ୍ତାରେ ଯାଉଥିବା ଗାଡ଼ି ମୋଟର ଆଗକୁ କୁଦା ମାରୁଥିଲା । ତେବେ ଗେଟ୍ ବଜାରରେ ଦୋକାନୀମାନେ ପିଲାଟିକୁ ଅଟକ ରଖ୍ ପଚରାଉଚରା କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ତେବେ ପିଲାଟି ଆଖାପାଖର ନୁହେଁ ଜାଣିବା ପରେ ସ୍ଥାନୀୟ ଲୋକ ରୂପସା ପୁଲିସ ଓ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲିଙ୍କୁ ଖବର ଦେଇଥିଲେ। ପିଲାଟିର ବିକୃତ ମାନସିକ ଭଳି ବ୍ୟବହାର ସତ୍ତ୍ଵେ ସେ ବାରିପଦା, ତୁଳସୀ ଚଉରାର ରେଳଲାଇନ୍ ପାଖରେ ଘର ବୋଲି କହୁଥିଲା। ପିଲାଟିର କହିବା ଅନୁଯାୟୀ ତାଙ୍କ ମାଆ ପବ୍‌ଜି ଖେଳିବାକୁ ନ ଦେବାରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ପିଲାଟିକୁ ରୂପସା ପୁଲିସକୁ ହସ୍ତାନ୍ତର କରିଥିଲେ । ତେବେ ପିଲାଟି ମଙ୍ଗଳବାର ରୂପସା ଥାନାରେ ରହିଥିବାବେଳେ ବାରିପଦା ସ୍ଥିତ ତାଙ୍କ ମାଆଙ୍କୁ ଡାକି ରୂପସା ପୁଲିସ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

07 Oct 2021 By The Sakala

ପବ୍‌ଜି ଖେଳ ଜିଦ୍‌ରେ ଘର ଛାଡ଼ିଦେଲା ନାବାଳକ

ରୂପସା : ଜଣେ ନାବାଳକକୁ ପବ୍‌ଜି ଖେଳିବାକୁ ତା’ର ମାଆ ବାରଣ କରିବାରୁ ସେ ଘର ଛାଡ଼ି ପଳେଇ ଆସି ପାଗଳ ଭଳି ବୁଲୁଥିବା ବେଳେ ବାଲେଶ୍ବର ଜିଲ୍ଲା ରୂପସା ଥାନାଞ୍ଚଳରୁ କେତେକ ଲୋକ ଉଦ୍ଧାର କରି ତାଙ୍କ ମାଆଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ତାଙ୍କ ମାଆ ଜଣେ ପୁଲିସ କର୍ମଚାରୀ ବୋଲି ଜଣାପଡ଼ିଛି।ବାଲେଶ୍ବର ଜିଲ୍ଲା ରୂପସା ଥାନା ଅନ୍ତର୍ଗତ ରୂପସା ଗେଟ୍ ବଜାରରେ ଏକ ଅଚିହ୍ନା ନାବାଳକ ପାଗଳ ଭଳି ବ୍ୟବହାର କରୁଥିବା ଦେଖିବାକୁ ମିଳିଥିଲା। ଦେହରେ ପୋଷାକ ଓ ଢଙ୍ଗରୁ ଭଲ ପରିବାରର ପିଲା ଭଳି ଜଣା ପଡୁଥିବାବେଳେ ରାସ୍ତାରେ ଯାଉଥିବା ଗାଡ଼ି ମୋଟର ଆଗକୁ କୁଦା ମାରୁଥିଲା । ତେବେ ଗେଟ୍ ବଜାରରେ ଦୋକାନୀମାନେ ପିଲାଟିକୁ ଅଟକ ରଖ୍ ପଚରାଉଚରା କରିଥିଲେ ।

ତେବେ ପିଲାଟି ଆଖାପାଖର ନୁହେଁ ଜାଣିବା ପରେ ସ୍ଥାନୀୟ ଲୋକ ରୂପସା ପୁଲିସ ଓ ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲିଙ୍କୁ ଖବର ଦେଇଥିଲେ। ପିଲାଟିର ବିକୃତ ମାନସିକ ଭଳି ବ୍ୟବହାର ସତ୍ତ୍ଵେ ସେ ବାରିପଦା, ତୁଳସୀ ଚଉରାର ରେଳଲାଇନ୍ ପାଖରେ ଘର ବୋଲି କହୁଥିଲା। ପିଲାଟିର କହିବା ଅନୁଯାୟୀ ତାଙ୍କ ମାଆ ପବ୍‌ଜି ଖେଳିବାକୁ ନ ଦେବାରୁ ଆତ୍ମହତ୍ୟା ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ପିଲାଟିକୁ ରୂପସା ପୁଲିସକୁ ହସ୍ତାନ୍ତର କରିଥିଲେ । ତେବେ ପିଲାଟି ମଙ୍ଗଳବାର ରୂପସା ଥାନାରେ ରହିଥିବାବେଳେ ବାରିପଦା ସ୍ଥିତ ତାଙ୍କ ମାଆଙ୍କୁ ଡାକି ରୂପସା ପୁଲିସ ପଚରାଉଚରା କରି ତଦନ୍ତ ଆରମ୍ଭ କରିଛି।

https://www.thesakala.in/latest-odisha-news/the-juvenile-left-home-in-a-stubborn-game/article-5935
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର