ମାଛ ଚୋରି ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟ, ପୁଅର ହତ୍ୟା ଅଭିଯୋଗ ଆଣିଲେ ବାପା

The Sakala Picture
Published On

ଠାକୁରମୁଣ୍ଡା: ମାଛ ଚୋର ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟ। ଏପରି ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମାରୁ। ଗତକାଲି ରାତିରେ ଯଶୋବନ୍ତ ମହାନ୍ତ ନାମକ ଜୈନେକ ଯୁବକ ଗ୍ରାମ ପୋଖରୀରୁ ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟରେ କିଛି ବ୍ୟକ୍ତି ମାରପିଟ କରିବା ସହିତ ୧୨ଟି କେରାଣ୍ଡି ମାଛ ପୋଖରୀରୁ ଧରିଥିବାରୁ ତାଙ୍କୁ ୧୨ ହଜାର ଟଙ୍କା ଅର୍ଥଦଣ୍ତ ମଧ୍ୟ କରିଥିଲେ। ଗ୍ରାମରେ କୋଙ୍ଗାରୁ କୋର୍ଟ ସକାଳରୁ […]

ଠାକୁରମୁଣ୍ଡା: ମାଛ ଚୋର ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟ। ଏପରି ଘଟଣା ସାମ୍ନାକୁ ଆସିଛି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମାରୁ। ଗତକାଲି ରାତିରେ ଯଶୋବନ୍ତ ମହାନ୍ତ ନାମକ ଜୈନେକ ଯୁବକ ଗ୍ରାମ ପୋଖରୀରୁ ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କୋଙ୍ଗାରୁ କୋର୍ଟରେ କିଛି ବ୍ୟକ୍ତି ମାରପିଟ କରିବା ସହିତ ୧୨ଟି କେରାଣ୍ଡି ମାଛ ପୋଖରୀରୁ ଧରିଥିବାରୁ ତାଙ୍କୁ ୧୨ ହଜାର ଟଙ୍କା ଅର୍ଥଦଣ୍ତ ମଧ୍ୟ କରିଥିଲେ। ଗ୍ରାମରେ କୋଙ୍ଗାରୁ କୋର୍ଟ ସକାଳରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା ଏହା ପରେ ଚୋରି କରିଥିବା ଯୁବକକୁ ଛାଡି ଦେଇଥିଲେ। ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ଘରକୁ ଯାଇ ସବୁକଥା ବାପାକୁ କହିବା ପରେ ବିଷ ପିଇ ଦେଇଥିବା ଜଣା ପଡ଼ିଥିଲା । ତେବେ ତାଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଠାକୁରମୁଣ୍ଡା ମେଡ଼ିକାଲ ଆଣିଥିଲେ ବି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ତେବେ ସାମାନ୍ୟ ମାଛ ଚୋରି ପାଇଁ ଗ୍ରାମରେ କୋଙ୍ଗାରୁକୋର୍ଟରେ ମାଡ଼ ମାରି ଦଣ୍ଡିତ କରିଥିବାରୁ ଲୋକଲଜ୍ୟା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ? ନା ଲୋକେ ପିଟି ପିଟି ମାରି ଦେଇଛନ୍ତି ? ତାହା ପୋଲିସର ତଦନ୍ତ ପରେ ଜଣା ପଡିବ। ତେବେ ଠାକୁରମୁଣ୍ଡା ଥାନା ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ପାଇ ପାରିନି ପୁଲିସ। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ ତଥ୍ୟ ମିଳି ପାରିବ। ତେବେ ମୃତ ଜୋଶବନ୍ତଙ୍କ ବାପା ଏ ନେଇ ଠାକୁରମୁଣ୍ଡା ଥାନାରେ ପୁଅକୁ ମାଛ ଚୋରି କରିଥିବା ଅଭିଯୋଗରେ ଗ୍ରାମବାସୀ ପିଟିବା ସହିତ ଲଜିତ କରିଥିବା ଯୋଗୁଁ ତାର ମୃତ୍ୟୁ ଘଟିିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ବାପା । ମୃତକ ଙ୍କ ବାପା କେଶ ନଂ ୮୪ ଅନୁଯାଇ ତଦନ୍ତ ଚାଲିଛି।

ଆହୁରି ପଢ଼ନ୍ତୁ: ପ୍ରେମିକ ଦେଲା ଧୋକା, ସାହାଯ୍ୟ ନାଁରେ ପୁଣି ଦୁଷ୍କର୍ମ; ୪ ମହଲା ଛାତରୁ ଫିଙ୍ଗି ଯୁବତୀଙ୍କୁ ନୃଶଂସ ହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp