ପୁଲିସ ଓ ବିଦ୍ୟୁତ୍‍ କର୍ମଚାରୀ ହାତାହାତି: ଖୁଣ୍ଟରୁ ତାର କାଟି ନେଇଗଲା ବିଦ୍ୟୁତ୍‍ ବିଭାଗ

The Sakala Picture
Published On

ଭୁବନେଶ୍ୱର: ବେଆଇନ ଭାବେ ବିଦ୍ୟୁତ୍‍ ଜାଳୁଥିଲେ ଭିଏସ୍‍ଏସ୍‍ ନଗର ଫାଣ୍ଡିରେ ଚାଲିଥିବା ସାଇବର୍‍ ଥାନା ପୁଲିସ। ଶୁକ୍ରବାର ଅପରାହ୍ଣରେ ବିଦ୍ୟୁତ୍‍ ବିଭାଗ ଯାଇ ଥାନାର ତାର କାଟି ଆଣିଥିଲେ। ଯେଉଁଥିପାଇଁ ସେଠାରେ ପୁଲିସ ଏବଂ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ହାତାହାତି ହୋଇଥିଲେ। ପୁଲିସ ନିଜର କ୍ଷମତାର ଦୁରୁପଯୋଗ କରିଥିଲା। ପିସିଆର୍‍ ଭ୍ୟାନ୍‍ ଡକାଇ ବିଦ୍ୟୁତ୍‍ ବିଭାଗର ୨ଜଣ କର୍ମଚାରୀଙ୍କୁ ସହିଦ ନଗର ଥାନାକୁ ଉଠାଇ ନେଇଯାଇଥିଲେ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ପୁଲିସ। ଏପରିକି […]

ଭୁବନେଶ୍ୱର: ବେଆଇନ ଭାବେ ବିଦ୍ୟୁତ୍‍ ଜାଳୁଥିଲେ ଭିଏସ୍‍ଏସ୍‍ ନଗର ଫାଣ୍ଡିରେ ଚାଲିଥିବା ସାଇବର୍‍ ଥାନା ପୁଲିସ। ଶୁକ୍ରବାର ଅପରାହ୍ଣରେ ବିଦ୍ୟୁତ୍‍ ବିଭାଗ ଯାଇ ଥାନାର ତାର କାଟି ଆଣିଥିଲେ। ଯେଉଁଥିପାଇଁ ସେଠାରେ ପୁଲିସ ଏବଂ ବିଦ୍ୟୁତ୍‍ ବିଭାଗର କର୍ମଚାରୀ ହାତାହାତି ହୋଇଥିଲେ। ପୁଲିସ ନିଜର କ୍ଷମତାର ଦୁରୁପଯୋଗ କରିଥିଲା। ପିସିଆର୍‍ ଭ୍ୟାନ୍‍ ଡକାଇ ବିଦ୍ୟୁତ୍‍ ବିଭାଗର ୨ଜଣ କର୍ମଚାରୀଙ୍କୁ ସହିଦ ନଗର ଥାନାକୁ ଉଠାଇ ନେଇଯାଇଥିଲେ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା ପୁଲିସ। ଏପରିକି ଥାନା ଭିତରେ ବିଦ୍ୟୁତ୍‍ ବିଭାଗର ଦୁଇ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଶେଷରେ ଉପରସ୍ତରକୁ ଯାଇଥିଲା। ବିଦ୍ୟୁତ୍‍ ବିଭାଗର ଉଚ୍ଚ ଅଧିକାରୀ ଥାନାକୁ ଯାଇଥିଲେ। ଥାନାରେ ଆପୋଷ ସମାଧାନ ହୋଇଥିଲା। ବିଦ୍ୟୁତ୍‍ ବିଭାଗର ଅଧିକାରୀ କହିଥିଲେ ଭିଏସ୍‍ଏସ୍‍ ନଗର ଫାଣ୍ଡି ଥିବାବେଳେ ହୁକ ପକାଇ ବିଦ୍ୟୁତ୍‍ ଜାଳିଲେ କିଛି କହିବାର ନ ଥିଲା। କାରଣ ସେତେବେଳେ ବିଦ୍ୟୁତ୍‍ କମ୍‍ ଖର୍ଚ୍ଚ ହେଉଥିଲା। କିନ୍ତୁ ସାଇବର ଥାନା ସେଠାକୁ ଉଠିଯିବା ପରେ ବିଦ୍ୟୁତ୍‍ ଖର୍ଚ୍ଚ ବଢ଼ିଯାଇଥିଲା। ତେଣୁ ଉପଭୋକ୍ତା ହେବାକୁ ବିଦ୍ୟୁତ୍‍ ବିଭାଗ ବାରମ୍ବାର କରିଥିଲେ। ହେଲେ ଥାନା ନ ଶୁଣିବାରୁ ବିଦ୍ୟୁତ୍‍ ତାର କଟା ଯାଇଥିଲା। ସାଇବର ଥାନାର ତାର କାଟିନେବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ ଡକାୟତି ଉଦ୍ୟମ ପଣ୍ଡ - କାର୍‌ ସହ ୫ ଡକାୟତ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର