ତୁଟିଲା ବିବାଦ, କାଲିଠୁ ଉଠିବ ଅଳିଆ: ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ବସିବ ସମନ୍ୱୟ ବୈଠକ

The Sakala Picture
Published On

ଭୁବନେଶ୍ବର: ତୁଟିଲା ବିବାଦ, କାଲିଠୁ ଉଠିବ ଅଳିଆ। ସ୍ଵଛ ହେବ ସ୍ୱାୟତ୍ତ ଶାସନ ଦିବସ ପାଳନ। ୯ ମାସ ପରେ ବିଏମସିର ଅଳିଆ ଭୁବନେଶ୍ୱରରେ ହେବ ପରିଚାଳନା। ଏଥିପାଇଁ ବିଏମସି ନେବ ଆବଶ୍ୟକ ପଦକ୍ଷେପ। ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ରହିବ ସମନ୍ୱୟ ବୈଠକ। ଭୁବନେଶ୍ୱର ମହାନଗର ନିଗମରୁ ନିର୍ଗତ ଅଳିଆର ପରିଚାଳନା ପାଇଁ  ୪୭ଟି MCC ବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ବର୍ତ୍ତମାନ […]

ଭୁବନେଶ୍ବର: ତୁଟିଲା ବିବାଦ, କାଲିଠୁ ଉଠିବ ଅଳିଆ। ସ୍ଵଛ ହେବ ସ୍ୱାୟତ୍ତ ଶାସନ ଦିବସ ପାଳନ। ୯ ମାସ ପରେ ବିଏମସିର ଅଳିଆ ଭୁବନେଶ୍ୱରରେ ହେବ ପରିଚାଳନା। ଏଥିପାଇଁ ବିଏମସି ନେବ ଆବଶ୍ୟକ ପଦକ୍ଷେପ। ପ୍ରତି ମାସରେ ଦାରୁଠେଙ୍ଗ ସରପଞ୍ଚ ଓ ବିଏମସି କମିଶନରଙ୍କ ମଧ୍ୟରେ ପ୍ରକଳ୍ପର ଅଗ୍ରଗତି ନେଇ ରହିବ ସମନ୍ୱୟ ବୈଠକ। ଭୁବନେଶ୍ୱର ମହାନଗର ନିଗମରୁ ନିର୍ଗତ ଅଳିଆର ପରିଚାଳନା ପାଇଁ  ୪୭ଟି MCC ବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ବର୍ତ୍ତମାନ ସୁଦ୍ଧା ୩୨ଟି କାର୍ଯ୍ଯକ୍ଷମ ଥିବା ବେଳେ ୬ଟିର ନିର୍ମାଣ କାର୍ୟ୍ୟ ଶେଷ ହୋଇଛି। ଖୁବଶୀଘ୍ର ଅବଶିଷ୍ଟ MCC ପ୍ରତିଷ୍ଠା ହେବ। ଲିଖିତ ପ୍ରତିଶ୍ରୁତି ପାଇବା ପରେ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ସାମୟିକ ଭାବେ ଅଳିଆ ପକାଇବାକୁ ଅନୁମତି ଦେଇଛନ୍ତି ଦାରୁଠେଙ୍ଗ ପଞ୍ଚାୟତବାସୀ। ଦୀର୍ଘ ୨୦ଦିନ ପରେ ତୁଟିଛି ବିବାଦ। ସମାଧାନ ଦିଗରେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲେ ବିଏମସି କର୍ତ୍ତୃପକ୍ଷ।

ଆହୁରି ପଢ଼ନ୍ତୁ: ଏପ୍ରିଲ ମାସରେ ଖୋଲିବ 'ସୁଭଦ୍ରା' ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

ସୂଚନାଯୋଗ୍ୟ, ପ୍ରାୟ ୨୦ ଦିନ ହେବ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପଡ଼ିପାରୁନଥିବାରୁ ପରିସ୍ଥିତି ଅଣାୟତ ଆଡ଼କୁ ଗତି କରୁଛି। ଅଳିଆ ଉଠୁନଥିବାରୁ ଉତ୍କଟ ହେଲାଣି ସ୍ଥିତି ସ୍ମାର୍ଟ ସିଟି ଭୁବନେଶ୍ୱରର ସ୍ଥିତି । ସହରର ଅନେକ ସ୍ଥାନରୁ ଅଳିଆ ଉଠିପାରୁନି। ରାସ୍ତାରେ କୁଢ଼ କୁଢ଼ ଅଳିଆ ପଡ଼ି ରହୁଥିବା ବେଳେ ବଞ୍ଚିବା କଷ୍ଟକର ହୋଇପଡ଼ିଲାଣି। ସମାଧାନର ସୂତ୍ର ଦାରୁଠେଙ୍ଗ ଗ୍ରାମବାସୀଙ୍କ ହାତରେ ଥିବା ବେଳେ ସେମାନେ ଅଳିଆ ଉଠିବାକୁ ଆଜି ଗ୍ରୀନ୍‌ ସିଗନାଲ ଦେଉନଥିଲେ। ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି । ତେବେ ଆଜି ସନ୍ଧ୍ୟାରୁ ପୁଣିଥରେ ଅଳିଆ ଉଠିବା ପରେ ସ୍ଥିତିରେ ସୁଧାର ଆସିବ।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ଗତ ୧୨ ତାରିଖରୁ ଆରମ୍ଭ ହୋଇଥିଲା ବିବାଦ । ଏକ ଅଳିଆ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ଗାଡ଼ିଟି ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଯାଉଥିବାବେଳେ ଧକ୍କା ଦେଇଥିଲା । ଏହାକୁ ନେଇ ତାତିଥିବା ଦାରୁଠେଙ୍ଗ ଗ୍ରାମବାସୀ ଅଳିଆ ଗାଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହିଦିନ ଠାରୁ ଦାରୁଠେଙ୍ଗ ଭୁଆସୁଣୀ ଡମ୍ପିଂୟାର୍ଡ ବନ୍ଦ ରହିଛି। ଗ୍ରାମବାସୀ ଅଳିଆ ଗାଡ଼ି ସେଠାକୁ ଛାଡୁ ନାହାନ୍ତି । ବିବାଦର ସମାଧାନ ଲାଗି ବିଏମ୍‌ସି ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ହେଉଥିବା ସତ୍ତ୍ୱେ ସମାଧାନର ସୂତ୍ର ବାହାରି ପାର ନ ଥିଲା।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ, ପରିବହନ ବିଭାଗର ଅତିରିକ୍ତ ସଚିବଙ୍କୁ ଉଠାଇ ଆଣିଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର