ଭଉଣୀକୁ ଗାଡ଼ି ଚଳାଇବା ଶିଖାଇବାକୁ ଯାଇ ଦୁର୍ଘଟଣାରେ ଭାଇ ମୃତ
ବାଲେଶ୍ବର : ବଡ଼ ଭଉଣୀକୁ କାର୍ ଚାଳନା ଶିଖାଇବାକୁ ନେଇ ସାନଭାଇର ଦୁର୍ଘଟଣାରେ ମୃତ୍ୟୁ ଘଟିବା ଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବାଲେଶ୍ବର ସହରସ୍ଥ ଷ୍ଟେସନ ଛକରେ ଥିବା ଝାଡ଼େଶ୍ବର ଇଣ୍ଟର ନ୍ୟାସନାଲ ହୋଟେଲ ମାଲିକ ଗୋଲାପ ସାହୁଙ୍କ ନାତି ତଥା ରଞ୍ଜୁ ସାହୁଙ୍କ ପୁଅ ରାହୁଲ ସାହୁ(୨୦) । ବୁଧବାର ସକାଳ ସାଢେ ୮ଟାରେ ରାହୁଲ ନିଜର ବଡ଼ ଭଉଣୀକୁ ସାଥୀରେ ନେଇ ଗାଡ଼ି ଚାଳନା ଶିଖିବା ଲାଗି ଏକ ସ୍କର୍ପିଓ କାରରେ […]
ବାଲେଶ୍ବର : ବଡ଼ ଭଉଣୀକୁ କାର୍ ଚାଳନା ଶିଖାଇବାକୁ ନେଇ ସାନଭାଇର ଦୁର୍ଘଟଣାରେ ମୃତ୍ୟୁ ଘଟିବା ଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବାଲେଶ୍ବର ସହରସ୍ଥ ଷ୍ଟେସନ ଛକରେ ଥିବା ଝାଡ଼େଶ୍ବର ଇଣ୍ଟର ନ୍ୟାସନାଲ ହୋଟେଲ ମାଲିକ ଗୋଲାପ ସାହୁଙ୍କ ନାତି ତଥା ରଞ୍ଜୁ ସାହୁଙ୍କ ପୁଅ ରାହୁଲ ସାହୁ(୨୦) । ବୁଧବାର ସକାଳ ସାଢେ ୮ଟାରେ ରାହୁଲ ନିଜର ବଡ଼ ଭଉଣୀକୁ ସାଥୀରେ ନେଇ ଗାଡ଼ି ଚାଳନା ଶିଖିବା ଲାଗି ଏକ ସ୍କର୍ପିଓ କାରରେ ଯାଉଥିଲେ। ବିର୍ଲା କାରଖାନା ସମୁଖ ୧୬ ନମ୍ବର ଜାତୀୟ ରାଜପଥର ଏକ ପୋଲ ଉପରେ ବିପରୀତ ଦିଗରୁ ଆସୁଥିବା ଟ୍ରକକୁ ଧକ୍କାଦେଇ ସ୍କର୍ପିଓଟି ପୋଲ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଦୁର୍ଘଟଣାସ୍ଥଳରେ ରାହୁଲ ଗୁରୁତର ହୋଇ ପଡ଼ିବାରୁ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ରାହୁଲର ଅବସ୍ଥା ସଙ୍ଗୀନ ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇ ଯାଉଥିଲେ। ବାଟରେ ରାହୁଲର ମୃତ୍ୟୁ ହୋଇଯାଇଥିଲା। ରାହୁଲଙ୍କ ବଡ଼ଭଉଣୀ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଜଣାପଡ଼ିଛି।






