ଅସହ୍ଯ ତାତିରେ ଛଟପଟ ରାଜଧାନୀବାସୀ: ପୁଣି ୪୦ ଡିଗ୍ରୀ ଟପିଲା ଭୁବନେଶ୍ବରର ତାପମାତ୍ରା

The Sakala Picture
Published On

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ପୁଣି ଉତପ୍ତ ସହର ପାଲଟିଛି। ଭୁବନେଶ୍ବରରେ ଆଜି ଦିନ ୧୧ଟା ସୁଦ୍ଧା ୪୦.୨ ଡିଗ୍ରୀ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି। 40 ଡ଼ିଗ୍ରୀ ଅତିକ୍ରମ କଲା ରାଜଧାନୀ ଭୁବନେଶ୍ୱର […]

ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଖରାରେ ସିଝୁଛି ସାରା ଓଡ଼ିଶା। ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ବର ପୁଣି ଉତପ୍ତ ସହର ପାଲଟିଛି। ଭୁବନେଶ୍ବରରେ ଆଜି ଦିନ ୧୧ଟା ସୁଦ୍ଧା ୪୦.୨ ଡିଗ୍ରୀ ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଅନୁସାରେ ଭୁବନେଶ୍ୱର ବ୍ୟତୀତ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଆଜି ପ୍ରବଳ ଖରା ‌ଜାରି ରହିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୂଚନା ଅନୁଯାୟୀ ଗତକାଲି ମଧ୍ୟ ଭୁବନେଶ୍ୱର​‌ରେ ୪୧ ଡିଗ୍ରୀ ଉପରେ ତାପମାତ୍ରା ରହିଥିଲା । ତାହା ସହ ରାଜ୍ୟର ୨୧ ସହରରେ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ପ୍ରବଳ ଗରମ ଅନୁଭୂତ ହେଉଥିବା ନେ ପାଣିପାଗ ବିଭାଗ ସୂଚନା ଦେଇଥିଲା ।

ରାଜ୍ୟରେ ତାତି ବୃଦ୍ଧି ପାଇବାର କାରଣ ହେଉଛି ବର୍ଷାର ଅଭାବ । ସାଧାରଣତଃ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ରାଜ୍ୟରେ ଅନୁଭୂତ ହେଉଥିବା କାଳବୈଶାଖୀ ଦିନର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ଏପ୍ରିଲ ମାସରେ କମ୍ ବର୍ଷା ହେବା, ତାତି ବଢ଼ିବାର କାରଣ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସେ କହିଛନ୍ତି ବର୍ଷାର ଅଭାବ ଦ୍ୱାରା ମାଟିର ଆର୍ଦ୍ରତା ହ୍ରାସ ପାଇଥାଏ । ଦୁଇଦିନ ପୂର୍ବରୁ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇଥିବାରୁ ସେଠାକାର ତାପମାତ୍ରା ସାମାନ୍ୟ କମ୍ ରହିଛି । ହେଲେ ଉପକୂଳ ଓଡ଼ିଶାରେ ବର୍ଷା ନହେବା କାରଣରୁ ତାପମାତ୍ରା ବଢ଼ୁଛି । ଚଳିତ ମାସ ଶେଷ ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛନ୍ତି ଶରତ ସାହୁ।

24 Apr 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର