ଭିନ୍ନରୂପରେ ନୂଆବର୍ଷ ପାଳିଲେ ତପସ୍ୱିନୀ, ସୁମିତଙ୍କୁ ଜଣାଇଲେ ନୂଆବର୍ଷର ଅଭିନନ୍ଦନ

The Sakala Picture
Published On

ବ୍ରହ୍ମପୁର : ୨୦୨୨ ନୂଆବର୍ଷରେ ସୁମିତ ଏବଂ ତପସ୍ୱିନୀ ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଚଳିତ ମାସ ୪ ତାରିଖରେ ଉଭୟ ପକ୍ଷଙ୍କ ପିଟିସନର ଚୁଡାନ୍ତ ରାୟ ଆସିବାର ସମ୍ଭାବନା ରହିଛି। ଇତି ମଧ୍ୟରେ ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ୪୧ ଦିନ ଧରି ବସି ରହିଛନ୍ତି। ଗତକାଲି ରାତି ୧୨ଟାରୁ ନୂଆ ବର୍ଷ ଆରମ୍ଭ ହେବା ବେଳେ ଲୋକେ ନିଜ ନିଜ ଆତ୍ମୀୟଙ୍କୁ ଫୋନ୍ ଯୋଗେ ଏବଂ ମେସେଜ୍ ଯୋଗେ ଅଭିନନ୍ଦନ ଜଣାଇଥିଲେ। […]

ବ୍ରହ୍ମପୁର : ୨୦୨୨ ନୂଆବର୍ଷରେ ସୁମିତ ଏବଂ ତପସ୍ୱିନୀ ବିବାଦର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଚଳିତ ମାସ ୪ ତାରିଖରେ ଉଭୟ ପକ୍ଷଙ୍କ ପିଟିସନର ଚୁଡାନ୍ତ ରାୟ ଆସିବାର ସମ୍ଭାବନା ରହିଛି। ଇତି ମଧ୍ୟରେ ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖରେ ୪୧ ଦିନ ଧରି ବସି ରହିଛନ୍ତି। ଗତକାଲି ରାତି ୧୨ଟାରୁ ନୂଆ ବର୍ଷ ଆରମ୍ଭ ହେବା ବେଳେ ଲୋକେ ନିଜ ନିଜ ଆତ୍ମୀୟଙ୍କୁ ଫୋନ୍ ଯୋଗେ ଏବଂ ମେସେଜ୍ ଯୋଗେ ଅଭିନନ୍ଦନ ଜଣାଇଥିଲେ। ଏପରି ପରିସ୍ଥିତିରେ ସ୍ୱାମୀଙ୍କୁ ପାଇବା ପାଇଁ ଶ୍ୱଶୁର ଘର ସମ୍ମୁଖରେ ଯିଦ୍ ଧରି ବସିଥିବା ତପସ୍ୱିନୀ ମଧ୍ୟ ତାଙ୍କ ସ୍ୱାମୀ ସୁମିତଙ୍କୁ ଫୋନ୍ ଯୋଗେ ନୂଆ ବର୍ଷର ଅଭିନନ୍ଦନ ମେସେଜ୍ ପଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

ସେଥିରେ ସେ ସୁମିତଙ୍କୁ ନୂତନ ବର୍ଷର ଅଭିନନ୍ଦନ ସହ ତାଙ୍କ ସ୍ୱାସ୍ଥ୍ୟ ତୁରନ୍ତ ସୁସ୍ଥ ହୋଇଯାଉ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। ରାତି ୧୨ଟାରେ ନୂଆବର୍ଷ ମେସେଜ ପଠାଇଥିଲେ ମଧ୍ୟ ସୁମିତଙ୍କ ପକ୍ଷରୁ କୌଣସି ପ୍ରକାର ଉତ୍ତର ଆସିନଥିବା ତପସ୍ୱିନୀ କହିଛନ୍ତି। ତେବେ ଏଥିରେ ସେ ବିଚଳିତ ନୁହନ୍ତି। ବିଭିନ୍ନ ଚାପରେ ସେ ତାଙ୍କ ପ୍ରତିଉତ୍ତର ଦେଇ ନାହାନ୍ତି କିନ୍ତୁ ତାଙ୍କ ମନରେ ମୁଁ ରହିଛି ଏବଂ ମୋ ହୃଦୟରେ ସେ ଅଛନ୍ତି ବୋଲି କହିଛନ୍ତି। ଆଜି ସୁମିତଙ୍କ ଓକିଲ ପ୍ରଦୀପ ବେହେରା ତପସ୍ୱିନୀ ଏବଂ ପ୍ରମିଳା ତ୍ରିପାଠୀଙ୍କ ସହ ଗତକାଲିର ଘଟଣା ନେଇ ଆଲୋଚନା କରିଥିଲେ। ୨୦୨୧ ମୋ ପାଇଁ ଯେମିତି ଦୁଃଖ ଦାୟକ ଥିଲା ୨୦୨୨ ମୋ ପାଇଁ ଖୁସି ଆଣିବ ବୋଲି ତପସ୍ୱିନୀ ଆଶା ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷିବ, ମୟୂରଭଞ୍ଜ ପାଇଁ ରେଡ୍ ଆଲର୍ଟ ଜାରି

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର