କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

Madhusudan Das Picture
Published On

ସୁନ୍ଦରଗଡ଼: ଶଙ୍ଖ ନଦୀରେ ବୁଡ଼ି ଚାଲିଗଲା ୩ ନାବାଳିକାଙ୍କୁ ଜୀବନ । କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ଡାଲକି ନିକଟସ୍ଥ ଶଙ୍ଖ ନଦୀରେ ବୁଡ଼ିଯାଇ ୩ ଜଣ ନାବାଳିକାଙ୍କର ପ୍ରାଣହାନି ଘଟିଛି। ଏହି ଘଟଣାରେ ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ଟ୍ରେନ ଧକ୍କାରେ ଦନ୍ତା ହାତୀର ମୃତ୍ୟୁ, ବନ ବିଭାଗର ତଦନ୍ତ ଆରମ୍ଭ

ମିଳିଥିବା ସୂଚନା ଅନୁଯାୟୀ, ଆଗକୁ କରମା ପୂଜା ଥିବାରୁ ନିକଟସ୍ଥ ଏକ ଗାଁର କିଛି ଝିଅ ନଦୀକୁ ବାଲି ଆଣିବାକୁ ଯାଇଥିଲେ। ସେଠାରେ ସେମାନେ ଗାଧୋଉଥିବା ସମୟରେ ହଠାତ୍ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ପ୍ରଖର ସ୍ରୋତରେ ୬ ଜଣ ଝିଅ ଭାସି ଯାଇଥିଲେ।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ନାବାଳିକାମାନଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସମସ୍ତ ୬ ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ତେବେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଅନ୍ୟ ୩ ଜଣଙ୍କୁ ତୁରନ୍ତ ବୀରମିତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଏହି ହୃଦୟ ବିଦାରକ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର