ସୁନ୍ଦରଗଡ଼ରେ ସରକାରୀ ସ୍କୁଲ ଓ ଅଙ୍ଗନବାଡ଼ିର ଭିତ୍ତିଭୂମି ବଢାଇଲା ବେଦାନ୍ତ

The Sakala Picture
Published On

ଭୁବନେଶ୍ୱର, ୦୪/୧୧ : ଗୁଣାତ୍ମକ ଶିକ୍ଷାର ବ୍ୟାପକ ଉପଲବ୍ଧତା ଏବଂ ଯୁବପିଢ଼ିଙ୍କୁ ସଶକ୍ତ ସହିତ ଗୋଷ୍ଠୀ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତାର ପରିଚୟ ଦେଇ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାନି କୋଇଲା ଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି । ଏହି ଅଞ୍ଚଳର ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ମୁଣ୍ଡେଲଖେତ, କୋଡାଜାଲଙ୍ଗା, ଭୋଗ୍ରାକାଚାର, […]

ଭୁବନେଶ୍ୱର, ୦୪/୧୧ : ଗୁଣାତ୍ମକ ଶିକ୍ଷାର ବ୍ୟାପକ ଉପଲବ୍ଧତା ଏବଂ ଯୁବପିଢ଼ିଙ୍କୁ ସଶକ୍ତ ସହିତ ଗୋଷ୍ଠୀ ବିକାଶ ଦିଗରେ ପ୍ରତିଶ୍ରୁତିବଦ୍ଧତାର ପରିଚୟ ଦେଇ ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ର ଜାମକାନି କୋଇଲା ଖଣି ଅଞ୍ଚଳରେ ଥିବା ୧୪ଟି ସରକାରୀ ବିଦ୍ୟାଳୟ ଓ ୭ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତ୍ୟାବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛି ।
ଏହି ଅଞ୍ଚଳର ୭୫୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବା ସହ ମୁଣ୍ଡେଲଖେତ, କୋଡାଜାଲଙ୍ଗା, ଭୋଗ୍ରାକାଚାର, ଘୋଘରପଲ୍ଲୀ, ଜାମକାନି ଓ ଗିରିସ୍ମା ଗ୍ରାମର ସରକାରୀ ବିଦ୍ୟାଳୟଗୁଡ଼ିକୁ ଡେସ୍କ ଓ ବେଞ୍ଚ, ଚେୟାର, ଟେବୁଲ, ରାକ୍ ଓ ଆଲମିରା ପ୍ରଦାନ କରାଯାଇଛି । ୧୪ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବ୍ଲକ ଶିକ୍ଷକ ସଂଘର ସଭାପତି ଓ ଗୋଷ୍ଠି ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ କମ୍ପାନି ପକ୍ଷରୁ ଏହି ସହଯୋଗ ପ୍ରଦାନ କରାଯାଇଥିଲା ।

ବେଦାନ୍ତ କମ୍ପାନିର ଏଭଳି ପଦକ୍ଷେପ ସମ୍ପର୍କରେ ଭୋଗରକାଛର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭବାନୀ ଶଙ୍କର ପ୍ରଧାନ କହିଛନ୍ତି ଯେ ବେଦାନ୍ତର ଉଦାର ସହଯୋଗ ପାଇଁ ଆମେ ସେମାନଙ୍କୁ ଧନ୍ୟବାଦ ଜଣାଉଛୁ । ଏହା ଅନୁକୂଳ ଶିକ୍ଷଣ ବାତାବରଣ ସୃଷ୍ଟି କରିଛି । ବ୍ଲକ ଶିକ୍ଷକ ସଂଘ ସଭାପତି ରାମଲାଲ ପଟେଲ କହିଛନ୍ତି ଯେ ଉନ୍ନତ ବିଦ୍ୟାଳୟ ଭିତ୍ତିଭୂମି ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କୁ ଉପକୃତ କରିଛି ଏବଂ ସେମାନଙ୍କ ପାଠପଢ଼ା ଉପରେ ଅଧିକ ଧ୍ୟାନ ଦେବାରେ ସହାୟକ ହେଉଛି । ଏଥିରୁ ଶିକ୍ଷା କ୍ଷେତ୍ର ପ୍ରତି ବେଦାନ୍ତର ସମର୍ପଣ ମନୋଭାବର ପ୍ରମାଣ ମିଳୁଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୂଚନାଯୋଗ୍ୟ, ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ତଥା ତୃଣମୂଳ ସ୍ତରର କ୍ରୀଡ଼ା ଓ ସଂସ୍କୃତି କ୍ଷେତ୍ରରେ ରଣନୈତିକ ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀ ବିକାଶ ପାଇଁ ବେଦାନ୍ତ ପ୍ରତିଶ୍ରୁତିବଦ୍ଧ ହୋଇଥିବାରୁ ଓଡ଼ିଶାର ଯୁବବର୍ଗଙ୍କ ଭବିଷ୍ୟତରେ ପୁଞ୍ଜିନିବେଶ କରି ଅଧିକ ସୁଯୋଗ, ଅଭିବୃଦ୍ଧି ଓ ବିକାଶ ପାଇଁ ରାସ୍ତା ପ୍ରଶସ୍ତ କରୁଛି । ଗ୍ରାମୀଣ ଓଡ଼ିଶାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ପାଇଁ କମ୍ପାନୀ ଏହାର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ସହିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥାଏ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଏହି ପ୍ରୟାସ ଗୁଡିକ ଏହାର ପରିଚାଳନା କ୍ଷେତ୍ର ମଧ୍ୟରେ ଏବଂ ବାହାରେ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ସୂଚାଇଥାଏ । ସ୍ଥାନୀୟ କର୍ତ୍ତୃପକ୍ଷ, କଲ୍ୟାଣକାରୀ ସଂଗଠନ ଏବଂ ଗୋଷ୍ଠି ସଦସ୍ୟଙ୍କ ସହଯୋଗରେ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ସାମାଜିକ-ଅର୍ଥନୈତିକ ପରିବର୍ତ୍ତନ ଦିଗରେ ସକ୍ରିୟ ଭାବେ ଯୋଗଦାନ କରୁଛି ।

04 Nov 2024 By The Sakala

https://www.thesakala.in/latest-odisha-news/sundargarh/vedanta-built-the-infrastructure-of-government-schools-and-anganwadi-in-sundergarh/article-36320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର