ଝାଡୁ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଉଛନ୍ତି କର୍ଲାଘାଟିର ଦୁଇ ସ୍ୱୟଂସହାୟକ ଗୋଷ୍ଠୀ

The Sakala Picture
Published On

ସୁନ୍ଦରଗଡ଼(ଜୟକୃଷ୍ଣ ସେଠ): ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଗ୍ରାମ ମାନଙ୍କଠାରୁ ଅନେକ ଯୁବକ ଯୁବତୀ ଜୀବିକା ସନ୍ଧାନରେ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଯାଉଛନ୍ତି। ସବଡ଼େଗା ବ୍ଲକ ଅଧୀନ କର୍ଲାଘାଟି ବନସୁରକ୍ଷା ସମିତିର ୨୦ ମହିଳା ନିଜ କୌଳିକ ବୃତ୍ତିକୁ ଏକ ବିକଳ୍ପ ଜୀବିକାର ପନ୍ଥା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତିନିପିଢି ଧରି ଝାଡୁ ତିଆରି ବୃତ୍ତିରୁ ବର୍ତ୍ତମାନ ଲକ୍ଷାଧିକ ଟଙ୍କା ରୋଜଗାର କରି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଅର୍ଥନୈତିକ […]

ସୁନ୍ଦରଗଡ଼(ଜୟକୃଷ୍ଣ ସେଠ): ସୁନ୍ଦରଗଡ଼ ଜିଲ୍ଲାର ଦୁର୍ଗମ ଗ୍ରାମ ମାନଙ୍କଠାରୁ ଅନେକ ଯୁବକ ଯୁବତୀ ଜୀବିକା ସନ୍ଧାନରେ ଅନ୍ୟ ଜିଲ୍ଲା ତଥା ରାଜ୍ୟକୁ ଯାଉଛନ୍ତି। ସବଡ଼େଗା ବ୍ଲକ ଅଧୀନ କର୍ଲାଘାଟି ବନସୁରକ୍ଷା ସମିତିର ୨୦ ମହିଳା ନିଜ କୌଳିକ ବୃତ୍ତିକୁ ଏକ ବିକଳ୍ପ ଜୀବିକାର ପନ୍ଥା ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ତିନିପିଢି ଧରି ଝାଡୁ ତିଆରି ବୃତ୍ତିରୁ ବର୍ତ୍ତମାନ ଲକ୍ଷାଧିକ ଟଙ୍କା ରୋଜଗାର କରି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ସଫଳ ହୋଇଛନ୍ତି। ଦୁର୍ଗମ ଅଞ୍ଚଳର ଆଦିବାସୀ ମହିଳାଙ୍କ ଏହି ସଫଳତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ର ଆବର୍ତ୍ତନ ପାଣ୍ଠି। ପୂର୍ବରୁ ଏହି ସ୍ୱୟଂସହାୟକ ଗୋଷ୍ଠୀ ଗୁଡ଼ିକ କେବଳ ସ୍ୱଳ୍ପ ସାଧନ ଓ ସୀମିତ କାରବାର ମଧ୍ୟରେ ନିଜକୁ ସୀମାବଦ୍ଧ କରି ରଖିଥିଲେ। ମାତ୍ର ଏବେ ଆବର୍ତ୍ତନ ପାଣ୍ଠି ସହାୟତାରେ କର୍ଲାଘାଟିର ମାରିୟା ମହିଳା ଏସଏଚ୍‌‌ଜି ଓ ଅସୀମା ସ୍ୱୟଂସହାୟକ ଗୋଷ୍ଠୀ ଆୟଭିତ୍ତିକ କାର୍ଯ୍ୟକ୍ରମ ନିମନ୍ତେ ନିଜର ତିନିପିଢି ଧରି କରିଆସୁଥିବା ଝାଡୁ ବ୍ୟବସାୟକୁ ଚୟନ କରିଛନ୍ତି। ଏଥି ନିମନ୍ତେ ଏହି ଗୋଷ୍ଠୀର ମହିଳାମାନଙ୍କୁ ବ୍ୟବସାୟିକ ଯୋଜନା ପ୍ରସ୍ତୁତି ଠାରୁ ଆରମ୍ଭ କରି ବଜାର ସଂଯୋଗୀକରଣ ପର୍ଯ୍ୟନ୍ତ ସେବକ ସହାୟତା ପ୍ରଦାନ କରି ଆସୁଛି। ଗୋଟିଏ ବର୍ଷ ମଧ୍ୟରେ ଏହି ଦୁଇ ସ୍ୱୟଂସହାୟକ ଗୋଷ୍ଠୀ ୧.୭୫ ଲକ୍ଷ ଟଙ୍କାର ଝାଡୁ ବିକ୍ରି କରି ଅନ୍ୟ ମହିଳାମାନଙ୍କୁ ପ୍ରେରଣା ଯୋଗାଇବା ସହ ନିଜେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନିଶାସକ୍ତ ପୁଅ

ରାଜ୍ୟ ବାହାରର ବ୍ୟବସାୟୀଙ୍କ ସହିତ ଯୋଗାଯୋଗ ଓ ବିକ୍ରି କରି ବେଶ ଦି’ ପଇସା ରୋଜଗାର କରୁଛନ୍ତି। ଉଭୟ ଏସ୍‌‌ଏଚ୍‌‌ଜି ଏହି ବ୍ୟବସାୟ ନିମନ୍ତେ ବନ ସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିରୁ ୫୦ ହଜାର ଲେଖାଏଁ ଋଣ ନେଇ ପରିଶୋଧ କରି ସାରିଥିବାବେଳେ ମାରିଆ ମହିଳା ଏସ୍‌‌ଏଚ୍‌‌ଜି ପୁଣି ଥରେ ୭୪ ହଜାର ଟଙ୍କା ଋଣ ନେଇ ବ୍ୟବସାୟ କରୁଛନ୍ତି। ଆଗାମୀ ଦିନରେ ଝାଡୁ ବ୍ୟବସାୟକୁ ଏକ ଆନ୍ତଃରାଜ୍ୟସ୍ତରୀୟ ବ୍ୟବସାୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମାରିଆ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସମ୍ପାଦିକା ସୁଷମା ସରେଙ୍ଗ କହିଛନ୍ତି।

ଆହୁରି ପଢ଼ନ୍ତୁ: ଖୁବଶୀଘ୍ର ଖୋଲିବ ଓରାଙ୍ଗଉଟାନ ରହସ୍ୟ: ଦୀଘା ହୋଟେଲ୍‌ରେ ଛାନ୍‌ଭିନ୍‌, ୩ ଜଣଙ୍କୁ ଉଠାଇଆଣିଲା ଏସ୍‌ଟିଏଫ୍‌

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର