ପ୍ରେମରେ ସନ୍ଦେହ ! ପ୍ରେମିକାର ଗଳାକାଟି ହତ୍ୟା ପରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କଲା ପ୍ରେମିକ
ସୁନ୍ଦରଗଡ଼: ଚାନ୍ଦିପୋଷ ଅଞ୍ଚଳରେ ଚାଞ୍ଚଲ୍ଯ । ପ୍ରେମ ସମ୍ପର୍କରେ ସନ୍ଦେହ ନେଲା ପ୍ରେମିକାର ଜୀବନ । ଏପରି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ବଡ଼ ଭୁଲତା ଗାଁରେ। ପରକୀୟାପ୍ରୀତି ସନ୍ଦେହରେ ପ୍ରେମିକ ସାଜିଲା ପ୍ରେମିକାର ହତ୍ୟାକାରୀ । ହତ୍ୟାକାଣ୍ଡ ଭିଆଇଲା ପରେ ପ୍ରେମିକର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ପୋଲିସ ହେପାଜତରେ ଭର୍ତ୍ତି । ମୃତା ଯୁବତୀ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବଡ଼ଭୂଲତା ଗ୍ରାମର ଶାନ୍ତି […]
ସୁନ୍ଦରଗଡ଼: ଚାନ୍ଦିପୋଷ ଅଞ୍ଚଳରେ ଚାଞ୍ଚଲ୍ଯ । ପ୍ରେମ ସମ୍ପର୍କରେ ସନ୍ଦେହ ନେଲା ପ୍ରେମିକାର ଜୀବନ । ଏପରି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନାର ବଡ଼ ଭୁଲତା ଗାଁରେ। ପରକୀୟାପ୍ରୀତି ସନ୍ଦେହରେ ପ୍ରେମିକ ସାଜିଲା ପ୍ରେମିକାର ହତ୍ୟାକାରୀ । ହତ୍ୟାକାଣ୍ଡ ଭିଆଇଲା ପରେ ପ୍ରେମିକର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ପୋଲିସ ହେପାଜତରେ ଭର୍ତ୍ତି । ମୃତା ଯୁବତୀ ଚାନ୍ଦିପୋଷ ଥାନା ଅନ୍ତର୍ଗତ ବଡ଼ଭୂଲତା ଗ୍ରାମର ଶାନ୍ତି ଲାକ୍ରା ବୋଲି ଜଣାପଡିଛି । ହତ୍ୟାକାରୀ ପ୍ରେମିକ ଶୁକୃ ଏକ୍କା । ଚାନ୍ଦିପୋଷ ପୋଲିସର ତଦନ୍ତ ଜାରି ।
ସୂଚନା ଅନୁସାରେ, ଶୁକ୍ରୁ ଏକ୍କା ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ଯୁବତୀ ଜଣକ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ମାତ୍ର ଉଭୟଙ୍କ ପ୍ରେମ ଭିତରେ ପଶିଥିଲା ସନ୍ଦେହ। ପ୍ରେମିକା କାହାକୁ ଫୋନ୍ରେ କଥା ହେଉଥିବା ଦେଖିବାକୁ ପାଇଥିଲେ ଶୁକ୍ରୁ। ଆଉ ସେହି ଦିନଠାରୁ ପ୍ରେମିକାଙ୍କୁ ସନ୍ଦେହ କରୁଥିଲେ ପ୍ରେମିକ। ଯେଉଁଥିପାଇଁ ଉଭୟଙ୍କ ଭିତରେ ତିକ୍ତତା ଲାଗି ରହିଥିଲା । ଆଜି ସକାଳେ ମଧ୍ୟ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ତେବେ ଆଜି ଅପରାହ୍ନରେ ପ୍ରେମିକା ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିଲେ। ଠିକ୍ ସେହି ସମୟରେ ଶୁକ୍ରୁ ଏକ ଛୁରୀରେ ଯୁବତୀଙ୍କ ବେକକୁ କାଟି ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ପରେ ଶୁକ୍ରୁ ସେହିଠାରେ ବିଷ ପିଇ ଦେଇଥିଲା।