ନାବାଳିକାଙ୍କୁ ନିଆଁ ଲଗାଇ ଜଳାଇ ଦେଇଥିବା ଅଭିଯୋଗ, ଅବସ୍ଥା ସଙ୍କଟାପନ୍ନ ...

Deviprasad Mohanty Picture
Published On

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଞ୍ଜିବର୍ଣ୍ଣାରେ ଅଭାବନୀୟ ଘଟଣା। ଯୁକ୍ତ ତିନି ଦ୍ବିତୀୟ ବର୍ଷ ଛାତ୍ରୀଙ୍କୁ ନିଆଁ ଲଗାଇ ଜଳାଇ ଦିଆଯାଇଥିବା ଅଭିଯୋଗ। କେ‌ହି ଦୁର୍ବୃତ୍ତ ୧୭ ବର୍ଷୀୟା ନାବାଳିକାକୁ ନିଆଁ ଲଗାଇ ଜଳାଇ ଦେଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ନାବାଳିକାକୁ ନିଆଁ ଲଗାଇ ଜଳାଇ ଦେବା ପାଇଁ ଫୋନ ଯୋଗେ ଧମକ  ମିଳିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ରାଜଗାଙ୍ଗପୁର ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଜଣକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ତେବେ ଅଟକ ଯୁବକ ଜଣକ କିଏ ତାହା ପୁଲିସ ସ୍ପଷ୍ଟ କରି ନାହିଁ। 

ଆହୁରି ପଢ଼ନ୍ତୁ: କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ

ଅନ୍ୟପଟେ, ଉକ୍ତ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। ତାଙ୍କ ଶରୀର ୯୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର