ମିଶନ ଶକ୍ତିର ସଫଳ କାହାଣୀ : ହସ୍ତତନ୍ତ ଶାଢ଼ୀ କରିଛି ମହିଳାଙ୍କୁ ସ୍ୱାବଲମ୍ୱୀ

The Sakala Picture
Published On

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନ ମଥୁରା ପଞ୍ଚାୟତର ଚମ୍ପାପୁର ଗ୍ରାମର ମା’ ମହାଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ହସ୍ତତନ୍ତରେ ଶାଢ଼ୀ ତିଆରି କରି ସ୍ୱାବଲମ୍ୱୀ ହୋଇପାରିଛନ୍ତି। ୨୦୧୭ ମସିହାରେ ହୋଇଥିବା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ ସଭ୍ୟା ଥିବାବେଳେ, ସ୍ନେହଲତା ମେହେର ଏହାର ସଭାପତି ଏବଂ ବନିତା ମେହେର ସମ୍ପାଦକ ରହିଛନ୍ତି। ହସ୍ତତନ୍ତ ଶାଢ଼ୀ ବୁଣିବା ଏହି ଗୋଷ୍ଠୀର ସଭ୍ୟାମାନଙ୍କର କୌଳିକ ବୃତ୍ତି ହୋଇଥିବାବେଳେ ସେମାନେ ନିଜ […]

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନ ମଥୁରା ପଞ୍ଚାୟତର ଚମ୍ପାପୁର ଗ୍ରାମର ମା’ ମହାଲକ୍ଷ୍ମୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ହସ୍ତତନ୍ତରେ ଶାଢ଼ୀ ତିଆରି କରି ସ୍ୱାବଲମ୍ୱୀ ହୋଇପାରିଛନ୍ତି। ୨୦୧୭ ମସିହାରେ ହୋଇଥିବା ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୧୦ ସଭ୍ୟା ଥିବାବେଳେ, ସ୍ନେହଲତା ମେହେର ଏହାର ସଭାପତି ଏବଂ ବନିତା ମେହେର ସମ୍ପାଦକ ରହିଛନ୍ତି। ହସ୍ତତନ୍ତ ଶାଢ଼ୀ ବୁଣିବା ଏହି ଗୋଷ୍ଠୀର ସଭ୍ୟାମାନଙ୍କର କୌଳିକ ବୃତ୍ତି ହୋଇଥିବାବେଳେ ସେମାନେ ନିଜ ପରିବାର ଲୋକଙ୍କ ସହଯୋଗ ଏବଂ ସମର୍ଥନ ତଥା ମିଶନ ଶକ୍ତିର ପ୍ରଚେଷ୍ଟାରେ ଏହି ପାରମ୍ପାରିକ କଳାକୁ ଆଗକୁ ବଢ଼଼ାଇବା ସହ ନିଜେ ସ୍ୱାବଲମ୍ୱୀ ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ହେଲା ସୁଦୃଶ୍ୟ ଲଘୁଚାପ: ଆଜି ସନ୍ଧ୍ୟା ସୁଦ୍ଧା ନେବ ଅବପାତର ରୂପ, ପ୍ରବଳ ବର୍ଷା ଆଶଙ୍କା

ଯଦିଓ ଏମାନେ ପୂର୍ବରୁ ମଧ୍ୟ ଏହି ବୃତ୍ତିରେ ନିୟୋଜିତ ଥିଲେ, ତଥାପି ଏହି ପାରମ୍ପାରିକ କଳା ଉପଯୋଗ କରି ବିଶେଷ ଉପାର୍ଜନକ୍ଷମ ହୋଇ ପାରୁ ନ ଥିଲେ, କାରଣ ଏମାନେ ଅନ୍ୟ ବେପାରୀଙ୍କ ଠାରୁ ସୂତା, ରଙ୍ଗ ଏବଂ ଅନ୍ୟାନ୍ୟ କଞ୍ଚାମାଲ ଆଣି ଶାଢ଼ୀ ବୁଣୁଥିଲେ ଏବଂ ଏ ବାବଦରେ କିଛି ପାରିଶ୍ରମିକ ପାଉଥିଲେ। ତେବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସହଯୋଗରେ ଏହି ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ କରାଗଲା। ଦୁଇଟି ପର୍ଯ୍ୟାୟରେ ମିଶନ ଶକ୍ତି ଋଣ ଯୋଜନାରେ ସାଢ଼େ ଚାରି ଲକ୍ଷ ଟଙ୍କାପାଇ ଗୋଷ୍ଠୀର ସଦସ୍ୟମାନେ ନିଜସ୍ୱ କଞ୍ଚାମାଲ ସଂଗ୍ରହକରି ଶାଢ଼ୀ ବୁଣିବା ଆରମ୍ଭ କରିଥିଲେ। ଏମାନେ ଅତି ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପର୍ଣ୍ଣ ଟ୍ରାଇବାଲ, ନର୍ତ୍ତକୀ, କୁମ୍ଭ, ପଶାପାଲି, ପଦ୍ମ, ଚକ୍ର ଇତ୍ୟାଦି ବିଭିନ୍ନ ଡିଜାଇନର କଟନ ଏବଂ ପାଟ ସୂତାର ବାନ୍ଧ ଏବଂ ବମକେଇ ଶାଢ଼ୀ ବୁଣନ୍ତି, ଯାହାକି ମହିଳାଙ୍କ ଗହଣରେ ବହୁଳଭାବେ ଅଦୃତି ଲାଭ କରି ପାରିଛି। ଗୋଟିଏ ଶାଢ଼ୀ ସମ୍ପୂର୍ଣ୍ଣ କରିବା ପାଇଁ ଜଣକୁ ୪ ରୁ ୫ ଦିନ ସମୟ ଲାଗେ।

ଆହୁରି ପଢ଼ନ୍ତୁ: ଧର୍ମାନ୍ତରୀକରଣକୁ ନେଇ ତେଜିଲା ବିବାଦ: ୩ଦିନ ଧରି ରାସ୍ତାରେ ପଡ଼ିରହିଛି ଦାଦନ ଶ୍ରମିକଙ୍କ ଶବ, ଗାଁରେ ଉତ୍ତେଜନା

ଏମାନେ ସୂତା କାଟିବା, ରଙ୍ଗ କରିବା ଏବଂ ଅନ୍ୟାନ୍ୟ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ କୌଣସି ମେସିନର ବିନା ସହାୟତାରେ କରୁଥିବା ବେଳେ ମଙ୍ଗା ବା ହସ୍ତତନ୍ତ ଦ୍ୱାରା ଶାଢ଼ୀ ବୁଣନ୍ତି। ନିଜ ଉତ୍ପାଦିତ ଶାଢ଼ୀ ସବୁକୁ ଏମାନେ ସ୍ଥାନୀୟ ହୋଲସେଲର ଏବଂ ରାଜ୍ୟ ସରକାରଙ୍କ ଓରମାସ, ବୟାନିକା ଭଳି ସଂସ୍ଥା ମାଧ୍ୟମରେ ବିକ୍ରୟ କରନ୍ତି। ଏହି ଗ୍ରୁପ ଦ୍ୱାରା ବାର୍ଷିକ ହାରାହାରି ୭୨୦ ଖଣ୍ଡ ଶାଢ଼ୀ ପ୍ରସ୍ତୁତ ହେଉଥିବା ବେଳେ ଏସବୁର ବିକ୍ରି ପରେ ଏମାନଙ୍କୁ ବାର୍ଷିକ ପ୍ରାୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ। ଏଭଳି ସୂକ୍ଷ୍ମ କାରୁକାର୍ଯ୍ୟ ସମ୍ପର୍ଣ୍ଣ ହାତବୁଣା ଶାଢ଼ୀ ଉତ୍ପାଦନରୁ ମହିଳାମାନେ ନିଜେ ଆର୍ଥିକ ଦୃଷ୍ଟିରୁ ସବଳ ହେବା ସହ ନିଜ ପରିବାର ପ୍ରତିପୋଷଣରେ ମଧ୍ୟ ସହାଭାଗିତା କରି ପାରୁଛନ୍ତି। ପ୍ରକୃତରେ ମହିଳା ସଶକ୍ତିକରଣର ଏହା ଏକ ପ୍ରକୃଷ୍ଟ ଉଦାହରଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

ଆହୁରି ପଢ଼ନ୍ତୁ: ପୋଲାଭରମ ଓ ଏମଏମଡିଆର ପରି ମହାନଦୀ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ ନ ହେଉ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର