ତମ୍ବାନାଗର ଯାଦୁଗର ପ୍ରଶାନ୍ତ

The Sakala Picture
Published On

ସୋନପୁର: ସୋନପୁର ସହରର ପଟାଭାଡି ନିବାସୀ ପ୍ରଶାନ୍ତ ମେହେରଙ୍କ କୌଳିକ ବୃତ୍ତି ହେଲା ଲୁଗା ବୁଣିବା। ତନ୍ତ ଶିଳ୍ପରେ ଖୁବ୍‍ ଖ୍ୟାତି ଅର୍ଜନ କରିଥିଲେ ପ୍ରଶାନ୍ତଙ୍କ ପୂର୍ବଜ। ତେବେ ପାରମ୍ପରିକ ବୃତ୍ତିରୁ କିଛି ଅଲଗା କରି ଦେଖାଇବାର ମନ ବଳାଇଲେ ପ୍ରଶାନ୍ତ। ତେଣୁ ତନ୍ତଶିଳ୍ପ ଛାଡି ତମ୍ବା ନାଗ ତିଆରି କରିବା ଆରମ୍ଭ କଲେ। ୧୮ ବର୍ଷ ତଳେ ତମ୍ବାନାଗ ତିଆରି ଆରମ୍ଭ କରିଥିବା ପ୍ରଶାନ୍ତ ଏବେ ଏହି କାରିଗରୀର ମାଷ୍ଟର ବନିଗଲେ। ପ୍ରଶାନ୍ତଙ୍କୁ ତମ୍ବାନାଗ ତିଆରିରେ […]

ସୋନପୁର: ସୋନପୁର ସହରର ପଟାଭାଡି ନିବାସୀ ପ୍ରଶାନ୍ତ ମେହେରଙ୍କ କୌଳିକ ବୃତ୍ତି ହେଲା ଲୁଗା ବୁଣିବା। ତନ୍ତ ଶିଳ୍ପରେ ଖୁବ୍‍ ଖ୍ୟାତି ଅର୍ଜନ କରିଥିଲେ ପ୍ରଶାନ୍ତଙ୍କ ପୂର୍ବଜ। ତେବେ ପାରମ୍ପରିକ ବୃତ୍ତିରୁ କିଛି ଅଲଗା କରି ଦେଖାଇବାର ମନ ବଳାଇଲେ ପ୍ରଶାନ୍ତ। ତେଣୁ ତନ୍ତଶିଳ୍ପ ଛାଡି ତମ୍ବା ନାଗ ତିଆରି କରିବା ଆରମ୍ଭ କଲେ। ୧୮ ବର୍ଷ ତଳେ ତମ୍ବାନାଗ ତିଆରି ଆରମ୍ଭ କରିଥିବା ପ୍ରଶାନ୍ତ ଏବେ ଏହି କାରିଗରୀର ମାଷ୍ଟର ବନିଗଲେ। ପ୍ରଶାନ୍ତଙ୍କୁ ତମ୍ବାନାଗ ତିଆରିରେ ତାଙ୍କ ପୁଅ ଅମରେଶ ଏବଂ ସ୍ତ୍ରୀ ବହୁତ ସାହାଯ୍ୟ କରନ୍ତି।
୬୭ ବର୍ଷୀୟ ପ୍ରଶାନ୍ତଙ୍କ ବୌଦ୍ଧ ଜିଲ୍ଲା ଗୁଡଭେଳିପଦରର ମୂଳ ନିବାସୀ। ପଟାଭାଡିରେ ଏକ ଭଡା ଘର ନେଇ ସେ ତାଙ୍କର ତମ୍ବାନାଗ ତିଆରି ଶିଳ୍ପ ଜାରି ରଖିଛନ୍ତି। ତେବେ ଲକଡାଉନ୍‍ ପରେ ପରିଶ୍ରମ ଅନୁସାରେ ଲାଭ ମିଳୁ ନ ଥିବା କହିଛନ୍ତି ୩୧ ବର୍ଷୀୟ ଅମରେଶ। ପୂର୍ବରୁ ଏହି ତମ୍ବାନାଗ ବିକ୍ରି କରି ମାସିକ ୧୫-୧୭ ହଜାର ରୋଜଗାର ହେଉଥିବା ବେଳେ ଏବେ ମାତ୍ର ୯-୧୦ ହଜାର ଟଙ୍କା ମିଳୁଥିବା ସେ କହିଛନ୍ତି। ତମ୍ବା କିଲୋପ୍ରତି ୧୧ ଶହ ଟଙ୍କା ଥିବା ବେଳେ ନାଗ ତିଆରି ପାଇଁ ସିସା ଏବଂ ଗ୍ୟାସ ବ୍ୟବହାର ହୋଇଥାଏ। ୪ ଫୁଟ ଉଚ୍ଚର ନାଗ ତିଆରି ପାଇଁ ୮-୧୦ କିଲୋ ତମ୍ବା ଲାଗିଥାଏ ବୋଲି କହିଛନ୍ତି ପ୍ରଶାନ୍ତ। ୧୮ରୁ ୨୦ ଇଞ୍ଚର ନାଗର ବିକ୍ରି ଅଧିକ ହୋଇଥାଏ। ତେଣୁ ଗ୍ରାହକଙ୍କ ଚାହିଦା ଅନୁସାରେ ଆମେ ନାଗ ତିଆରି କରିଥାଉ। ତେବେ ଆମର କୌଳିକ ବୃତ୍ତି ଲୁଗା ବୁଣିବା ଛାଡି ତମ୍ବା ନାଗ ତିଆରିରେ ଆମେ ସୁନାମ ଅର୍ଜନ କରିଥିବାରୁ ଖୁବ୍‍ ଖୁସି ଲାଗୁଛି। ଦୁନିଆରେ ଏପରି କୌଣସି କାମ ନାହିଁ ଯାହା ମଣିଷ ପାଇଁ ଅସାଧ୍ୟ। ପରିଶ୍ରମ କଲେ ସବୁ କାମରେ ସଫଳତା ମିଳିଥାଏ ବୋଲି କହିଛନ୍ତି ପ୍ରଶାନ୍ତ।

29 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର