ସମନ୍ୱିତ କୃଷି ଦେଲା ପରିଚୟ, ଚାଷ କରି ସ୍ୱାବଲମ୍ୱୀ ହେଲେ ମିତା ମହାକୁର

The Sakala Picture
Published On

ସୋନପୁର(ଧରଣୀଧର ମିଶ୍ର): ମହିଳା ଆଉ ଚାରି କାନ୍ଥ ମଧ୍ୟରେ କେବଳ ଆବଦ୍ଧ ନୁହେଁ । କିଛି ମହିଳାଙ୍କ ନିଆରା ଉଦ୍ୟମ ସମାଜ ପାଇଁ ପ୍ରେରଣା ସାଜିଛି। ଜିଲ୍ଲାର ଜଣେ ମହିଳା ଚାଷୀ ସମନ୍ୱିତ ଚାଷ କରି ଭଲ ରୋଜଗାର କରି ପାରୁଛନ୍ତି। ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଲାତୁରପେଟ ଗାଁର ମିତା ମହାକୁର। ଖୁବ୍‌ ପରିଶ୍ରମ କରି ଫୁଲ, ବତକ, ପନିପରିବା […]

ସୋନପୁର(ଧରଣୀଧର ମିଶ୍ର): ମହିଳା ଆଉ ଚାରି କାନ୍ଥ ମଧ୍ୟରେ କେବଳ ଆବଦ୍ଧ ନୁହେଁ । କିଛି ମହିଳାଙ୍କ ନିଆରା ଉଦ୍ୟମ ସମାଜ ପାଇଁ ପ୍ରେରଣା ସାଜିଛି। ଜିଲ୍ଲାର ଜଣେ ମହିଳା ଚାଷୀ ସମନ୍ୱିତ ଚାଷ କରି ଭଲ ରୋଜଗାର କରି ପାରୁଛନ୍ତି। ଜଣେ ସଫଳ ମହିଳା ଚାଷୀ ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଅନ୍ତର୍ଗତ ଲାତୁରପେଟ ଗାଁର ମିତା ମହାକୁର। ଖୁବ୍‌ ପରିଶ୍ରମ କରି ଫୁଲ, ବତକ, ପନିପରିବା ଆଦି ଚାଷ କରିଛନ୍ତି। ସେ ଗୋପାଳନ ମଧ୍ୟ କରିଛନ୍ତି। ତେବେ ମିତାଙ୍କ ବଗିଚା ଖୁବ୍‌ ଆକର୍ଷଣୀୟ ହୋଇଛି । ଜଣେ ମହିଳା ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ପଡିଆ ଜମିରେ ସୁନାର ଫସଲ ହସାଇ ପାରିଛନ୍ତି । ଏବେ ଧାନ ଚାଷ, ପନିପରିବା, ଦୁଗ୍ଧ ଉତ୍ପାଦନ ସହ ମାଛ ଆଦି ମିଶ୍ରିତ ଚାଷ କରି ନିଜେ ସ୍ୱାବଲମ୍ୱୀ ହୋଇ ପରିବାର ପ୍ରତିପୋଷଣ ସହ ଅନ୍ୟକୁ ରୋଜଗାର ଯୋଗାଇ ପାରିଛନ୍ତି । ଯାହାକୁ ନେଇ ମିତାଙ୍କ ପରିବାର ଲୋକେ ଏବଂ ରୋଜଗାର ପାଇଥିବା ଶ୍ରମିକ ମାନେ ବେସ ଖୁସି ଅନୁଭବ କରିଛନ୍ତି। ମିତା ଘରକୁ ବୋହୁ ହୋଇ ଆସିବା ପୁର୍ବରୁ ଜାଗାଟି ପଡିଆ ପଡିଥିଲା। ଧାନ ଚାଷ ବ୍ୟତିତ ଅନ୍ୟ କୌଣସି ଚାଷ ହେଉନଥିଲା। ତେବେ ମିତା ସମସସ୍ତଙ୍କ ସହଯୋଗରେ ପ୍ରଥମେ ପନିପରିବା ଚାଷ ଆରମ୍ଭ କରିଥିଲେ ଏବଂ ପରେ ସମନ୍‌ୱିତ ଚାଷକୁ ମନ ବଳାଇଲେ । ଦୁଇଟି ପୋଖରୀ ଖୋଳି ମାଛ ଚାଷ ଆରମ୍ଭ କରିଥିଲେ। ଏବେ ଫୁଲ, କଦଳି, ନଡିଆ, ପିଜୁଳି ଏବଂ ମାଛ ଚାଷ ସହ ମାଛ ଯାଅାଁଳା ମଧ୍ୟ ଉତ୍ପାଦନ କରି ବିକ୍ରି କରୁଛନ୍ତି। ଏଭଳି ଚାଷ କରି ଭଲ ଦୁଇ ପଇସା ରୋଜଗାର କରିବାରେ ସେ ସକ୍ଷମ ହୋଇଛନ୍ତି। ତେବେ ଏହି ସମସ୍ତ କାମରେ ତାଙ୍କୁ ପରିବାର ଲୋକ ପୁର୍ଣ୍ଣ ସହଯୋଗ କରୁଥିବା କହିଛନ୍ତି। ମିତାଙ୍କ ଏହି କାର୍ଯ୍ୟ ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିବ ତାହା ସନ୍ଦେହ ନାହିଁ।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର